ଖବର ଆଜିର…ତାରିଖ ୧୫/୦୭/୨୦୨୩ ଶନିବାର
୧- ସଫଳତାପୂର୍ବକ ଲଞ୍ଚ ହେଲା ଚନ୍ଦ୍ରଯାନ-୩, ସିନେମାଠୁ ଆରମ୍ଭ କରି କ୍ରୀଡ଼ା ଜଗତ ସବୁଠୁ ଛୁଟୁଛି ଶୁଭେଚ୍ଛା।
୨- ପଶ୍ଚିମ ଓଡିଶାରେ ‘ମୁଖ୍ୟମନ୍ତ୍ରୀ ସଭାଗୃହ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ୧୨୫ କୋଟି, ୨୦୦୦ ସଭାଗୃହ , ୩୩ କୋଟି ଟଙ୍କାର ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିସ୍ଥାପନ।
୩- ନିଜକୁ ଜଣେ ସଫେଇକର୍ମୀ ବୋଲି କହି ଗଣମାଧ୍ୟମରେ ବାରମ୍ବାର ଭାବପ୍ରବଣ କାର୍ଡ ଖେଳୁଛନ୍ତି ଆଲୋକ : ଜ୍ୟୋତି ମୌର୍ଯ୍ୟ ।
୪- ୟୁସିସି ଉପରେ ନିଜର ମତ ଦେବାକୁ ଆଉ ୨ ସପ୍ତାହ ସମୟ ଦେଲେ ଲ କମିଶନ, ଜୁଲାଇ ୨୮ ତାରିଖ ମଧ୍ୟରେ ପରାମର୍ଶ ଦେବେ ଜନତା।
୫- ଦିଲ୍ଲୀରେ ଚାଲୁ ହେଲା ଓଖଲା ୱାଟର ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ, tweet କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ।
୬- ମଧ୍ୟପ୍ରଦେଶର କୁନୋ ଜାତୀୟ ଅଭୟାରଣ୍ୟରେ ଆଉ ଏକ ଚିତାର ମୃତ୍ୟୁ । ଗତ ୪ ମାସ ମଧ୍ୟରେ ପ୍ରାଣ ହରାଇଲେଣି ୮ ଚିତା ବାଘ।
୭- ଅସନ୍ତୋଷ ଭିତରେ ସମ୍ପ୍ରସାରଣ ହେଲା ମହାରାଷ୍ଟ ମନ୍ତ୍ରୀମଣ୍ଡଳ । ଉପ-ମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ।
୮- ଫ୍ରାନ୍ସ ଜାତୀୟ ଦିବସ ପରେଡ଼ରେ ମୁଖ୍ୟ ଅତିଥି ଭାବେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦୀ । ୧୪ବର୍ଷ ପରେ ପ୍ୟାରିସରେ ପରେଡ଼ କଲେ ଭାରତର ୩ ସେନା।
୯- ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମାରେ ବୃଦ୍ଧି କରିବାର କୌଣସି ପ୍ରସ୍ତାବ ନାହିଁ ବୋଲି ରାଜସ୍ବ ସଚିବ ସଞ୍ଜୟ ମଲହୋତ୍ରା କହିଛନ୍ତି।
୧୦- ଗତ ୬ ଦିନ ଧରି ଉତ୍ତର ଭାରତରେ ଲାଗି ରହିଥିବା ବର୍ଷା ବିପର୍ଯ୍ୟୟ ଆଣିଛି। ବର୍ଷା ଓ ବନ୍ୟା ପାଇଁ ଉତ୍ତର ଭାରତରେ ମୃତ୍ୟୁସଂଖ୍ୟା ୧୪୫ ଟପିଯାଇଛି।
୧୧- ଏବେ ଫ୍ରାନ୍ସରେ ବି ଟଙ୍କାରେ ପେମେଣ୍ଟ କରିହେବ, ଭାରତ ସହ ସହଭାଗିତା ନେଇ ଘୋଷଣା କଲେ ପ୍ରଧାନମନ୍ତ୍ରୀ।
. 🙏 ସୁପ୍ରଭାତ ,ଶୁଭ ସକାଳ 🙏