ଭଞ୍ଜନଗର,୧୫/୦୭ : ଭଞ୍ଜନଗର ସ୍ୱତନ୍ତ୍ର ଉପକାରାଗାର ପରିସର ରେ ଶନିବାର ଜଣେ ବିଚାରଧୀନ ବନ୍ଧି ର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ବେଲଗୁଣ୍ଠା ଥାନା ତନରଡା ଗ୍ରାମର ଚରଣ ବେହେରା (୪୦)। ବେଲଗୁଣ୍ଠା ପୋଲିସ ଚରଣ ଙ୍କୁ ଗତ କିଛି ଦିନ ତଳେ ଚୋରି ସଂକ୍ରାନ୍ତ ମାମଲା ରେ ଗିରଫ କରି ଭଞ୍ଜନଗର ଜେଲ କୁ ପଠାଇ ଥିଲା। ଶନିବାର ସକାଳେ ଚରଣ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଜେଲ କତ୍ତୃପକ୍ଷ ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ । ପୋଲିସ ମେଡ଼ିକାଲ ରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଚରଣଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ରୁ ପରିବାର ଲୋକେ ତାଙ୍କୁ ଜେଲ ମଧ୍ୟରେ ନିର୍ଯ୍ୟାତନା ସହ ପିଟି ପିଟି ମାରି ଦିଆ ଯାଇଥିବା ଗଣମାଧ୍ୟମ ରେ ଅଭିଯୋଗ ଆଣିଛନ୍ତି