ରାଇରଙ୍ଗପୁର – ଟାଟା ବାଦାମ ପାହାଡ଼ ରେଳପଥରେ ଗୋରୁମହିଷାଣୀ ନିକଟସ୍ଥ ବଡମୌଦାରେ ତନଖି ଫାଟକ ନିକଟରେ ରେଳ ବିଭାଗର ତ୍ରୁଟି ପୁର୍ଣ ଗଲାପୋଲ ନିର୍ମାଣ ଯୋଗୁଁ ସ୍ଥାନୀୟ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି ।ଆଜି ବର୍ଷା ଫଳରେ ପୋଲ ତଳେ ୫ ଫୁଟ ପାଣି ଠିଆ ହୋଇଥିଲା ।ବିକଳ୍ପ ରାସ୍ତା ନ ଥିବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।ସାଧାରଣ ଲୋକେ ଯିବା ଆସିବା କରି ନ ପାରି ନାହିଁ ନଥିବା ଅସୁବିଧା ହୋଇଥିଲେ । ପୂର୍ବରୁ ମଧ୍ୟ ଏହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା ।
ବର୍ଷା ନ ହୋଇଥିଲେ ବି ଗଳାପୋଲ ବାଟେ ଭାରି ଯାନ, ଯାତ୍ରୀବାହୀ ବସ୍ ପ୍ରମୁଖ ଯିବା ଆସିବା କଷ୍ଟକର ହୋଇଥାଏ । ଉତ୍ୟକ୍ତ ଲୋକେ ବାଧ୍ଯ ହୋଇ ଟାଟା – ବାଦାମ ପାହାଡ଼ ମେମୁ ରେଳ ଯାତ୍ରୀବାହୀ ଟ୍ରେନକୁ ଦିର୍ଘ ସମୟ ଅଟକ ରଖିଥିଲେ ।ବାଧ୍ୟହୋଇ ଗୋରୁମହିଷାଣୀ ଷ୍ଟେସନ ମାଷ୍ଟର, ଗୋରୁମହିଷାଣୀ ଥାନାଧିକାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ ।
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ