ଅଗ୍ନିବୀର ପାଇଁ ଆବେଦନପତ୍ର ଆହ୍ୱାନ

ଭାରତୀୟ ବାୟୁସେନା ଅଗ୍ନିପଥ ଯୋଜନା ଅଧିନରେ ଜାନୁଆରୀ ୨୦୨୪ ନିମନ୍ତେ ଅଗ୍ନିବୀର (ବାୟୁ) ପଦ ପାଇଁ ଅବିବାହିତ ପୁରୁଷ ଏବଂ ମହିଳା ପ୍ରାର୍ଥୀଙ୍କଠାରୁ ଅନ୍‌ଲାଇନ୍‌ରେ ଆବେଦନପତ୍ର ଆମନ୍ତ୍ରଣ କରାଯାଉଛି ।

୨୭ ଜୁଲାଇ ପୂର୍ବାହ୍ନ ୧୦ ଘଟିକାରୁ ଅନ୍‌ଲାଇନ୍‌ ପଞ୍ଜୀକରଣ ଆରମ୍ଭ ହେବ ଏବଂ ଅଗଷ୍ଟ ୧୭ ତାରିଖ ରାତି ୧୧ ଘଟିକା ପର୍ଯ୍ୟନ୍ତ ଏହା ଆବେଦନକାରୀଙ୍କ ନିମନ୍ତେ ଖୋଲା ରହିବ । ୨୦୦୩ ଜୁନ୍‌ ୨୭ରୁ ୨୦୦୬ ଡିସେମ୍ବର ୨୭ ତାରିଖ ମଧ୍ୟରେ ଜନ୍ମିତ ପ୍ରାର୍ଥୀମାନେ ଏହି ଆବେଦନ ପ୍ରକ୍ରିୟାରେ ଭାଗ ନେଇପାରିବେ ।

ଇଣ୍ଟରମେଡିଏଟ୍‌/ଯୁକ୍ତ-୨/ ତତୁଲ୍ୟ ପରୀକ୍ଷାରେ ହାରାହାରି ୫୦ ପ୍ରତିଶତ ଏବଂ ଇଂରାଜୀରେ ପୃଥକ ଭାବେ ୫୦ ପ୍ରତିଶତ କିମ୍ବା ତିନିବର୍ଷିଆ ଡିପ୍ଲୋମା ଇଂଜିନିୟରିଂ/ ଦୁଇବର୍ଷ ଧନ୍ଦାମୂଳକ ପାଠ୍ୟକ୍ରମରେ ଅଣଧନ୍ଦାମୂଳକ ବିଷୟ ସହିତ ହାରାହାରି ୫୦ ପ୍ରତିଶତ ଓ ଇଂରାଜୀରେ ପୃଥକ ଭାବେ ୫୦ ପ୍ରତିଶତ ନମ୍ବର ରଖିଥବା ଛାତ୍ରଛାତ୍ରୀମାନେ ଏହି ଚୟନ ପରୀକ୍ଷାରେ ଭାଗ ନେବା ନିମନ୍ତେ ଆବେଦନ କରିପାରିବେ । ଏଥି ନିମନ୍ତେ ପରୀକ୍ଷା ଦେୟ ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

ଆବେଦନକାରୀମାନେ https://agnipathvayu.cdac.in ୱବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରି କିମ୍ବା ୦୬୭୪-୨୯୫୩୩୩୬ରେ ଯୋଗାଯୋଗ କରି ସଂପୂର୍ଣ୍ଣ ସୂଚନା ପାଇପାରିବେ ।

Leave A Reply

Your email address will not be published.