ଉଚ୍ଚଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଭିନ୍ନ କ୍ଷେତ୍ରରେ ଓ ନୂତନ ସମସ୍ୟାକୁ ସାମ୍ନା କରିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ବୃତିଗତ ସ୍ତରରେ ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଛି । ସୋଆର ମୁଖ୍ୟ ଉଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ସହିତ ସେମାନଙ୍କୁ ପ୍ରସ୍ତୁତ କରିବା ଯେପରି ସେମାନେ ଆହରଣ କରିଥିବା ଜ୍ଞାନ ସମାଜକୁ ଆଲୋକିତ କରିବ ।
୨୦୦୭ ମସିହା ଜୁଲାଇ ୧୭ ତାରିଖରେ ସୋଆକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୟୁଜିସି ଆକ୍ଟ,୧୯୫୬ର ଧାରା-୩ ଅନୁଯାୟୀ ଡିମ୍ଡ ଟୁ ବି ୟୁନିଭର୍ସିଟିର ମାନ୍ୟତା ମିଳିଥିଲା । ବର୍ତମାନ ଏହା ଗୁଣାତ୍ମକ ଶିକ୍ଷା ଓ ଗବେଷଣାକୁ ନେଇ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ବହୁବିଧ କ୍ୟାମ୍ପସ ବିଶିଷ୍ଟ ସୋଆରେ ୧୫୦୦୦ ରୁ ଊର୍ଦ୍ଧ୍ୱ ଭାରତୀୟ ଓ ବିଦେଶୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।
୧୭ ବର୍ଷରେ ପାଦ ଥାପିଥିବା ସୋଆ ୨୦୧୬ ଠାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ବାର୍ଷିକ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସ୍ନାଲ୍ ର୍ୟାଙ୍କିଙ୍ଗ ଫ୍ରେମ୍ୱାର୍କ (ଏନ୍ଆଇଆର୍ଏଫ୍) ର୍ୟାଙ୍କିଙ୍ଗରେ ୬ ଥର ଦେଶର ଶ୍ରେଷ୍ଠ ୨୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜର ସ୍ଥାନୀତ କରିପାରିଛି ।
୨୦୨୩ ଏନଆଇଆର୍ଏଫ୍ ର୍ୟାଙ୍କିଙ୍ଗରେ ସୋଆ ଦେଶର ଶ୍ରେଷ୍ଠ ୧୫ ତମ ବିଶ୍ୱବିଦ୍ୟାଳୟ ଭାବେ ନିଜକୁ ସ୍ଥାନିତ କରିଛି । ସେହିପରି ନାକ୍ ପକ୍ଷରୁ ସୋଆକୁ ୨୦୨୨ରେ ପୁନଃ ସ୍ୱୀକୃତି ପ୍ରଦାନ କରାଯାଇ ସର୍ବୋଚ୍ଚ A++ ଗ୍ରେଡ ପ୍ରଦାନ କରାଯାଇଛି । ସେହିପରି ୨୦୧୭ ସେପ୍ଟେମ୍ବରରେ ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ୩ଟି ପାଠ୍ୟକ୍ରମକୁ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଆମେରିକାର ସ୍ୱୀକୃତି ପ୍ରଦାନକାରୀ ସଂସ୍ଥା ଆକ୍ରେଡିଟେସନ୍ ବୋର୍ଡ ଫର୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍) ପକ୍ଷରୁ ସ୍ୱୀକୃତି ପ୍ରଦାନ କରାଯାଇଥିଲା ।
କ୍ୟୁ ଏସ୍ ଇଣ୍ଡିଆ ର୍ୟାଙ୍କିଙ୍ଗ ଅନୁଯାୟୀ ବିଶ୍ୱସ୍ତରରେ ଦେଶର ୫୦ଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟାରେ ସୋଆ ସାମିଲ ହୋଇଛି । ସୋଆର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍ସେସ୍ (ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍) ଏନଆଇଆର୍ଏଫ୍ ର୍ୟାଙ୍କିଙ୍ଗ ୨୦୨୩ରେ ଦେଶରେ ୧୬ ତମ ସ୍ଥାନ ହାସଲ କରିଛି ।