ନାଁ ନନେଇ ଅନେକ ନେତାଙ୍କୁ ଟାର୍ଗେଟ-ଚିରଂଜୀବି

ସାମ୍ବାଦିକ ସମ୍ମିଳନୀ ଜରିଆରେ, ନାଁ ନନେଇ ଅନେକ ନେତାଙ୍କୁ ଟାର୍ଗେଟ କରିଛନ୍ତି ଚିରଂଜୀବି ବିଶ୍ୱାଳ । କିଛି କୁଚକ୍ରୀ ଗୋଷ୍ଠୀଙ୍କ ପାଇଁ ଏଭଳି ଅବସ୍ଥା ହୋଇଥିବା କହିଛନ୍ତି ଚିରଂଜୀବ । ସସପେଣ୍ଡ ହୋଇଥିଲେ ବି ଦଳରେ ସେ ଏବେ ବି ରହିଛନ୍ତି । ଆଉ ଆସନ୍ତା ନିର୍ବାଚନ ଲଢିବେ ବୋଲି ମଧ୍ୟ ସ୍ପଷ୍ଟ ସଂକେତ ଦେଇଛନ୍ତି ।

କଂଗ୍ରେସରୁ ନିଲମ୍ବନର ଦୁଇଦିନ ପରେ ସାମ୍ନାକୁ ଆସିଛନ୍ତି ଜଗତସସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଭୁବନେଶ୍ୱରରେ ସାମ୍ବାଦିକ ସମ୍ମଳିନୀ କରି ଚିରଞ୍ଜୀବ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି , ଦୀର୍ଘ ୨୩ ବର୍ଷ ଧରି କଂଗ୍ରେସ କ୍ଷମତାରେ ନାହିଁ । ଯେଉଁଠି କଂଗ୍ରେସର ଭଲ ସଙ୍ଗଠନ ଅଛି ସେଠାରେ କଂଗ୍ରେସକୁ ଦୁର୍ବଳ କରିବାକୁ କିଛି କୁଚକ୍ରୀ ଗୋଷ୍ଠୀ ଉଦ୍ୟମ କରୁଛନ୍ତି । ମୋ ରକ୍ତରେ ବେଇମାନି ନାହିଁ । ସେହିଭଳି ତାଙ୍କ ବିରୋଧରେ ଚକ୍ରାନ୍ତ ହୋଇଥିବା ବି ଅଭିଯୋଗ ଆଣିଛନ୍ତି ଚିରଞୀବ । ସେ ସିଧାସଳଖ ଅଭିଯୋଗ କରିଛନ୍ତି, ମତାମତ ଗ୍ରହଣ କରିବାର ଯଦି ଧୈର୍ଯ୍ୟ ନାହିଁ ଓ ପଦପଦବୀରେ ରହି ନିଜସ୍ୱ ଫାଇଦା ହାସଲ ପାଇଁ ଉଦ୍ୟମ କରିବେ ତାହେଲେ କଂଗ୍ରେସକୁ ଆଗକୁ କେମିତି ବଢିବ ।

Leave A Reply

Your email address will not be published.