ବେଆଇନ ମାଟି ବୋଝେଇ ଟ୍ରାକ୍ଟର ଜେସିବି ଜବତ

ବାଲିଆପାଳ ୧୭/୭ (ନ.ନ୍ଯୁ.ସ.) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ରେ ପ୍ରତ୍ୟେକ ଦିନ ଶହ ଶହ ଟ୍ରିପ  ମାଟି ବାଲି ବାହାରକୁ ଚୁରା ଚାଲାଣ ହେଉଛି। ଫଳରେ ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହାନି ହେଉଛି।ସ୍ଥାନୀୟ ବାସିନ୍ଦା ବାରମ୍ବାର ପ୍ରଶାସନ ଠାରେ ଅଭିଯୋଗ କରିଆଉଥିବା ବେଳେ ସୋମବାର ସନ୍ଧ୍ୟା ସାତଟା ସମୟ ରେ  ବାଲିଆପାଳ ଅତିରିକ୍ତ ତହସିଲଦାର ସୁବ୍ରତ କୁମାର ପାତ୍ର  ଦେଉଳା ଠାରେ ଚାରୋଟି ବେଆଇନ ମାଟି ବୁଝେଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ମେସିନ କୁ ଜବତ କରି ତହସିଲରେ ଅଟକ ରଖିଛି। ।

ମାଟି ଚୋରା ଚାଲାଣ କାରୀମାନେ ଗ୍ରାମର ଘରୋଇ ଓ ସରକାରୀ ଗୋଚର ଜାଗାରୁ ମାଟି ତାଡି କରି ଅନ୍ୟତ୍ର ଚାଲାଣ କରି ମଲାମାଲ ହେଉଥିବା ବେଳେ ଆଜି   ଅତିରିକ୍ତ ତହସିଲଦାର ଶ୍ରୀ ପାତ୍ର ଘଟଣା ସ୍ଥଳରେ ପହଞ୍ଚି ଟ୍ରାକଟର ଓ ଜେସିବିକୁ ଜବତ କରି ତହସିଲକୁ ନେଇଛନ୍ତି।ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ଜୋରିମାନା ଆଦାୟ ହୋଇନାହିଁ।

Leave A Reply

Your email address will not be published.