ବାଲିଆପାଳ ୧୯/୭ (ନ.ନ୍ଯୁ.ସ.) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକର ମଧୂପୁରା ପଞ୍ଚାୟତରେ ଥିବା ସିମୁଳିଆ ବଜାରରେ ବୁଧବାର ଏକ ଦୋକାନ ଭିତରେ ନିଆଁ ଲାଗି ଲକ୍ଷଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଉଛି। ଏହା ଅଗ୍ନୀସମ ବାହିନୀର କାର୍ଯ୍ୟଳୟ ଠାରୁ ୫ଶହ ମିଟର ଦୂର ରେ ଘଟଣା ଘଟି ଥିଲେ ମଧ୍ୟ ଅଗ୍ନୀସମ ବାହିନୀ ବିଳମ୍ବରେ ପହଞ୍ଚି ହଟହଟାର ଶିକାର ହୋଇଥିଲେ। ସୂଚନାରୁ ପ୍ରକାଶ ସୂଚନା ଅନୁଯାୟୀ ବାଲିଆପାଳ ଥାନା ସିମୁଳିଆ ବଜାରରେ ଥିବା ମୋନରଞ୍ଜନ ଦାସଙ୍କ ଏକ ଭେରାଇଟି ଷ୍ଟରରେ ଆଜି ଅପରାହ୍ନ ପାଖାପାଖି ୨.୩୦ ମିନିଟ ସମୟରେ କୌଣସି କାରଣରୁ ନିଆଁ ଲାଗି ଯାଇ ଦୋକାନଟି ହୁହୁ ହୋଇ ଜଳିବାକୁ ଲାଗିଥିଲା।ସ୍ଥାନୀୟ ଲୋକେ ୧୧୨ରେ ଅଗ୍ନିଶମ ବିଭାଗକୁ ଖବର ଦେବା ସହିତ ନିଆଁ କୁ ଆୟତ କରିବାକୁ ଚେଷ୍ଟା କରି ମଧ୍ୟ ନିଆଁ ଆୟତ୍ତ କରିପାରିନଥିଲେ । ଏହି ଅବସ୍ଥାରେ କିଛି ଯୁବକ ବାଇକ ଯୋଗେ ଯାଇ ମଧ୍ୟ ଅଗ୍ନିସମ କର୍ଯ୍ୟକାୟୀ ଖବର ଦେଇଥିଲେ । ମାତ୍ର ୫୦୦ମିଟର ଦୂରରେ ଥିବା ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ପାଖାପାଖି ୧ଘଣ୍ଟା ବିଳମ୍ବରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ !ସେତେ ବେଳକୁ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ଦୋକାନ ସାମଗ୍ରୀ ପୋଡି ପାଉଁଶ ହୋଇ ଯାଇଥିଲା। ଦମକଳ ଗାଡିରେ ଟେକିନିକାଲ ପ୍ରୋବ୍ଲେମରୁ ଏକ ଘଣ୍ଟା ବିଳମ୍ବରେ ପହଂଚିବାକୁ ପଡିଥିଲା ବୋଲି କହିବାରୁ ସେମାନଙ୍କୁ ସ୍ଥାନୀୟ ଲୋକଙ୍କର ଅକୃଶର ଶିକାର ହୋଇ
ହଟହଟା ହେବକୁ ପଡିଥିଲା ।ସ୍ଥାନୀୟ ଲୋକମାନେ ବିଭାଗର ବିଳମ୍ବରେ ଆସିବା ଯୋଗୁଁ ଦୋକାନଟି ପୋଡି ପାଉଁଶ ହୋଇ ଯାଇଛି ବୋଲି ଦାବୀ କରିବା ସହିତ ସମସ୍ତ କ୍ଷତି ପୁରଣ ଦାବୀକରି ଛନ୍ତି।