ଶିମିଳିପାଳ ସୁରକ୍ଷା ଦାଇତ୍ଵରେ ଥିବା ଦୁଇ ବନକର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏବେ ବନ୍ଧୁକ ଜବତ କୁ ନେଇ ତତପର ହୋଇଉଠିଛି ପୋଲିସ ବିଭାଗ । ଯାହାକୁ ନେଇ ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବିଭିନ୍ନ ପ୍ରକାର ର ୫ଟିବନ୍ଧୁକ , ନଗଦ ଟଙ୍କା , ଦୁଇ ମୋବାଇଲ ସହିତ ୨ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ , ଖୁଣ୍ଟା ଥାନା କୁଆମରା, ସାଇଁକୁଳା ଓ ହାଟନୂଆଗାଁ ଇତ୍ୟାଦି ଅଞ୍ଚଳରେ ଶିକାରୀ ଓ ବନ୍ଧୁକ ଥିବା ସଂମ୍ପର୍କରେ କୌଣସି ସୁତ୍ରରୁ ଖୁଣ୍ଟା ପୋଲିସ ସୁଚନା ପାଇଥିଲା । ଯାହାକୁ ନେଇ ଗତ ୧୮ ତାରିଖରେ କୁଆମରା, ସାଇଁକୁଳା ଓ ହାଟନୂଆଗାଁ ଇତ୍ୟାଦି ସ୍ଥାନମାନଙ୍କରେ ପୋଲିସ ବିଭାଗର ଏକ ଟିମ ଅତର୍କୀତ ଚଢାଉ କରିଥିଲା । ଏହି ଚଢ଼ାଉ ସମୟରେ ସାଇଁକୁଳା ଗ୍ରାମରୁ ୨ଜଣ ଶିକାରୀଙ୍କ ସମେତ ୨ ଟି ମୋବାଇଲ, ୨ଟି ଦେଶୀ ବନ୍ଧୁକ, ୩ଟି ଏଆର ଗନ୍ ଏବଂ ନଗଦ ୨ଲକ୍ଷ ୯୫ହଜାର ଟଙ୍କା ଜବତ କରିଥିଲା ପୋଲିସ । ଏବଂ ଏହି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ଖୁଣ୍ଟା ଥାନା ଅଧିନ ସାଇଁକୁଳା ଗ୍ରାମର ସନ୍ତୋଷ ସାହୁ(୫୨) ଏବଂ ଅଶ୍ୱିନୀ କୁମାର ଦେ(୫୦) ଙ୍କୁ ଗିରଫ କରାଯାଇଥିଲା । ଏହି ଅଭିଯୁକ୍ତ ଦ୍ବୟଙ୍କ ନାମରେ ପୂର୍ବରୁ ବନ୍ୟପ୍ରାଣୀ ଶିକାର ଓ ବନ୍ୟଦ୍ରବ୍ୟ ଚୋରା ଚାଲାଣ ମାମଲାରେ ଜଡିତ ଥିବା ପୋଲିସ ପ୍ରକଶ କରିଛି । ଏପରି କି , ଗିରଫ ଅଭିଯୁକ୍ତ ବନ୍ୟପ୍ରାଣୀ ଆଇନ ଉଲଘଂନ ଓ ଶିକାର ଅଭିଯୋଗରେ ପୂର୍ବରୁ ଗିରଫ ହୋଇଥିବା ଏବଂ ବିଚାର ବିଭାଗୀୟ ହାଜତରେ ରହିଥିଲେ ବୋଲି ଜଣାଯାଇଛି । ଏବଂ ପରବର୍ତ୍ତୀ ସମୟରେ ଜାମିନରେ ଥାଇ ପୁନର୍ବାର ଏହି ଅପରାଧିକ ଯୋଜନା କରୁଥିଲେ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏଥିନେଇ ଖୁଣ୍ଟା ଥାନାରେ କେସ ନମ୍ବର ୧୯୫/୨୩ ରେ ୨୫ ଆର୍ମ୍ସ ଆକ୍ଟ ରେ ମାମଲା ରୁଜ କରାଯାଇ ଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ।