ଜଳେଶ୍ୱର,ନ.ନ୍ୟୁ.ସ୧୯/୭-ଜଳେଶ୍ୱର ବ୍ଲକ ଦକ୍ଷିଣ ପ୍ରହରାଜ ପୁର ପଞ୍ଚାୟତର ଗ୍ରାମ୍ୟ କଂକ୍ରିଟ ରାସ୍ତା ନିର୍ମାଣ, ନିମ୍ନମାନର ଅଭିଯୋଗ ହୋଇଛି।
ଗ୍ରାମବାସୀ ଙ୍କ ଅଭିଯୋଗ ଅନୁସାରେ, ସମ୍ପୃକ୍ତ ଠିକାଦାର, ମେଟାଲ,ଚିପ୍ସ ଓ ସିମେଣ୍ଟ , ନିମ୍ନମାନର ବ୍ୟବହାର କରୁଛନ୍ତି।ସୂଚନା ଅନୁସାରେ,ଦକ୍ଷିଣ ପ୍ରହରାଜପୁର ଗ୍ରାମର ନଗେନ୍ଦ୍ର ଜେନା ଙ୍କ ଘର ଠାରୁ, ନିଆସି ଜେନା ଙ୍କ ଘର ପର୍ଯ୍ୟନ୍ତ,୧୧୫ଫୁଟ ରାସ୍ତା ନିର୍ମାଣ ଲାଗି ,୧ ଲକ୍ଷ ୫୦ହଜାର ଟଙ୍କା ମଞ୍ଜୁର ହୋଇଛି।ମାତ୍ର ଉକ୍ତ ରାସ୍ତା ନିର୍ମାଣରେ ଠିକାଦାର ଠିକ୍ ସାମଗ୍ରୀ ବ୍ୟବହାର ନ କରିବା କରିବା ଓ ସିମେଣ୍ଟ ଭାଗ କମ ଦେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲାପରେ ସମ୍ପୃକ୍ତ ଯନ୍ତ୍ରୀ ନିଜେ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ।ଗ୍ରାମବାସୀ ଙ୍କ ଅଭିଯୋଗରେ ସତ୍ୟତା ରହିଛି ଓ ତାର ତ୍ରୁଟି ସୁଧାରାଯିବ ବୋଲି କହିଛନ୍ତି । ରବୀନ୍ଦ୍ର ଜେନା,ଖଗେନ୍ଦ୍ର ଜେନା,ଉମାକାନ୍ତ ମାଝି,ମନୋଜ ବେହେରା,ସଂଜୀବ ମାଝି ଗୋପାଳ ମାଝି ପ୍ରମୁଖ ଗ୍ରାମବାସୀ, ଉନ୍ନତ ମାନର ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି।