ଖବର ଆଜିର….ତାରିଖ ୨୦/୦୭/୨୩, ଗୁରୁବାର
୧-ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ,ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ।
୨-୮ଟି ନୂଆ ଗ୍ରୀଡ ସବସେଷ୍ଟସନର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ୨.୨ ଲକ୍ଷ ଲୋକଙ୍କୁ ମିଳିବ ଗୁଣାତ୍ମକ ଓ ନିରନ୍ତର ବିଜୁଳି।
୩-ଜଷ୍ଟିସ ଶୁଭାଶିଷ ତଲାପତ୍ର ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପରବର୍ତ୍ତୀ ମୁଖ୍ୟ ବିଚାରପତି ନିଯୁକ୍ତ।
୪-ଛାତ୍ରଛାତ୍ରୀ, ପ୍ରଧାନଶିକ୍ଷକ ଓ ସରପଞ୍ଚଙ୍କ ସହ 5Tସଚିବଙ୍କ ଆଲୋଚନା , ଚତୁର୍ଥ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ନକ୍ସା ପ୍ରସ୍ତୁତ।
୫-ଲଗାଣ ବର୍ଷା ଯୋଗୁଁ ବିଛିନ୍ନ ମାଲକାନଗିରି,ପାଣି ଘେରରେ ସ୍ବାଭିମାନ ଅଞ୍ଚଳର ବହୁ ଗାଁ।
୬-ପ୍ରକାଶ ପାଇଲା ଯୁକ୍ତ ୨ ଦ୍ୱିତୀୟ ମେଧା ତାଲିକା।ମନୋନୀତ ହୋଇଛନ୍ତି ୭୦ ହଜାର ୧୦୫ ଜଣ ଛାତ୍ରଛାତ୍ରୀ।
୭-ଅସ୍ତରଙ୍ଗ ବ୍ଲକ୍ ତାଳଦା ପଢିଆରୀ ବିଦ୍ୟାପୀଠ: ବିଦ୍ୟାଳୟରୁ ପ୍ଲାଷ୍ଟର ଖସିଲା, ଶିକ୍ଷୟିତ୍ରୀ ଓ CRCCଙ୍କ ମୁଣ୍ଡ ଫାଟିଲା।
୮-କଟକରେ ପରିବହନ ବିଭାଗର ୩ ଦିନିଆ ସ୍ପେଶାଲ ଡ୍ରାଇଭ, ନାବାଳକ-ନାବାଳିକା ଚାଳକଙ୍କ ଉପରେ ରହିବ ତୀକ୍ଷ୍ଣ ନଜର।
୯-ଧର୍ମଗଡ଼: ଲକ୍ଷାଧିକ ଟଙ୍କା ନେଇ ଅର୍ଥ ଲଗାଣକାରୀ ସଂସ୍ଥା ଫେରାର,୫୧୦ ଟଙ୍କାରେ ମିଳୁଥିଲା ୧୨୦୦ଟଙ୍କା।
୧୦-ଦେଶୀ ଗାଇ ଘିଅ ଉତ୍ପାଦନ: ଆନ୍ଧ୍ରକୁ ଟପିବ ଓଡ଼ିଶା, ଚାହିଦା ପୂରଣ କରିବେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ।
୧୧-ନୀଳଗିରି ରୋଡ୍ ଷ୍ଟେସନରେ ମେମୁ ଟ୍ରେନ୍ ଅଟକିବା ଘଟଣା, ୨ କର୍ମଚାରୀ ସସପେଣ୍ଡ।
୧୨-ଭିଜିଲାନ୍ସ ଜାଲରେ ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ବର ପ୍ରଧାନ ଓ ଏଏସ୍ଆଇ ପ୍ରଦୀପ ମହାନ୍ତି, ମଦ ବ୍ୟବସାୟୀଙ୍କଠାରୁ ୫୦ ହଜାର ଟଙ୍କା ବଟି ନେଉଥିଲେ।
୧୩-କେନ୍ଦୁପତ୍ର ହିତାଧିକାରୀଙ୍କୁ ତୃତୀୟ ପର୍ଯ୍ୟାୟ ସହାୟତା ଘୋଷଣା, ତୃତୀୟ ପର୍ଯ୍ୟାୟରେ ପାଇବେ ୫୬ କୋଟିର ବୋନସ୍ ଓ ପ୍ରୋତ୍ସାହନ।
୧୪-ଖାଉଟିଙ୍କ ପାଇଁ ଖୁସି ଖବର । ୭୦ ଟଙ୍କା ହେଲା ଟମାଟୋ ଦାମ୍ । ସବସିଡି ଟମାଟୋ ଦାମ ପୁଣି କମ କଲେ କେନ୍ଦ୍ର ସରକାର ।
୧୫-ନୂଆ ଦିଲ୍ଲୀ:ଦୋକାନୀଙ୍କ ଅନନ୍ୟ ଅଫର, ହେଲମେଟ୍ କିଣ ୧କେଜି ଟମାଟୋ ମାଗଣାରେ ନିଅ।
୧୬-୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଓପି ସୋନି।
୧୭-ତାଜମହଲ ପରିସରରେ ବନ୍ୟା ପାଣି । ୪୫ ବର୍ଷ ପରେ ଯମୁନା ଛୁଇଁଲା ତାଜମହଲ।
୧୮-ବଡ ଅଘଟଣ,ଉତ୍ତରାଖଣ୍ଡର ଚମୋଲୀରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୧୫ ମୃତ।
୧୯-ଅନ୍ତର୍ଜାତୀୟ ଯାତ୍ରୀଙ୍କ ଲାଗି କୋଭିଡ-୧୯ ନିୟମ କୋହଳ କଲେ କେନ୍ଦ୍ର ସରକାର, ଆଉ ହେବନି RT-PCR ଟେଷ୍ଟ।
୨୦-ବିରୋଧୀେମେଣ୍ଟର ନୂଆ ନାଁକୁ ନେଇ ତେଜିଲା ରାଜନୀତି, ‘ଇଣ୍ଡିଆ’ ନାଁକୁ ନେଇ ନୀତୀଶ କୁମାର ନାପସନ୍ଦ କରୁଥିବା ଚର୍ଚ୍ଚା।
୨୧-ଅଗଷ୍ଟ ୩୦ରୁ ଆରମ୍ଭ ହେବ ଏସିଆ କପ୍ । ସେପ୍ଟେମ୍ବର ୧୭ରେ ଖେଳାଯିବ ଫାଇନାଲ । ସେପ୍ଟେମ୍ବର ୨ରେ ଭାରତ-ପାକିସ୍ତାନ ମ୍ୟାଚ୍।
. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏