ତହସିଲ କାର୍ଯ୍ୟାଳୟ ଘେରିଲେ କଲଦା ଗ୍ରାମବାସୀ

ପରଜଙ୍ଗ,୨୦/୭: ଏହି ତହସିଲ ଅନ୍ତର୍ଗତ କୁଆଳୋ ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ଅଧିନସ୍ଥ ଶୁଣ୍ଢିତୈଲା ଗ୍ରାମକୁ ରାଜସ୍ବ ଗ୍ରାମ ଅନୁମୋଦନ ବନ୍ଦ କରାଯିବା ଦାବିରେ ଗୁରୁବାର ଦିନ କଲଦା ଗ୍ରାମର ଶତାଧିକ ପୁରୁଷ ଓ ମହିଳା ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ। ଲଗାଣ ବର୍ଷା ସତ୍ତ୍ୱେ ମଧ୍ୟ ଖାତିରି ନକରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ଗ୍ରାମବାସୀ। ୨୦୦୨ ମସିହାରୁ ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଶୁଣ୍ଢିତୈଲା ଗ୍ରାମକୁ ରାଜସ୍ବ ଗ୍ରାମ ଭାବେ ଚିହ୍ନଟ କରାଯାଇଛି। ରାଜସ୍ବ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଶୁଣ୍ଢିତୈଲା ରାଜସ୍ବ ଗ୍ରାମ ନିମନ୍ତେ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ କଲଦା ଗ୍ରାମବାସୀ ଜାଣିବା ପରେ ଚିହ୍ନଟ କାର୍ଯ୍ୟ ବନ୍ଦ କରିବା ପାଇଁ ଜିଲା ପ୍ରଶାସନକୁ ବାରମ୍ବାର ଅବଗତ କରିଆସୁଥିଲେ। ଶୁଣ୍ଢିତୈଲା ଗ୍ରାମକୁ ନୂତନ ରାଜସ୍ବ ଗ୍ରାମ ଅନୁମୋଦନ ବନ୍ଦ କରାଯିବା ଓ ରାଜସ୍ବ ଗ୍ରାମ ଘୋଷଣା ନକରିବାକୁ ଜିଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ଚଳିତ ମାସ ୩ ତାରିଖରେ କଲଦା ଗ୍ରାମବାସୀ ଦେଇଥିଲେ। କଲଦା ଗ୍ରାମବାସୀ ଅଭିଯୋଗର ସାତ ଦିନ ମଧ୍ୟରେ କୈାଣସି ସମସ୍ୟାର ସମାଧାନ ନହେଲେ ପରଜଙ୍ଗ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବା ନିମନ୍ତେ ଜିଲାପାଳ, ଅତିରିକ୍ତ ଜିଲାପାଳ, ଓଡ଼ିଶା ସରକାରଙ୍କ ରାଜସ୍ବ ବିଭାଗ, ରାଜସ୍ବ ବିଭାଗୀୟ କମିଶନର ସମ୍ବଲପୁର କାର୍ଯ୍ୟାଳୟକୁ ଲିଖିତ ଭାବେ ଅବଗତ କରାଇଥିଲେ। ସମସ୍ୟା ସମାଧାନ ନହେବା ଯୋଗୁଁ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଗୁରୁବାର ଦିନ କଲଦା ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଆସି ପରଜଙ୍ଗ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେଇଥିଲେ। ଯାହାଫଳରେ ଦିନ ତମାମ ତହସିଲ କାର୍ଯ୍ୟାଳୟ ସମସ୍ତ କାର୍ଯ୍ୟ ବନ୍ଦ ହୋଇଥିଲା। ସାଧାରଣ ଲୋକ ତହସିଲ କାର୍ଯ୍ୟାଳୟ ଆସି ଫେରିବା ସହିତ କାର୍ଯ୍ୟ ବାଧାପ୍ରାପ୍ତ ଉପୁଜୁଥିବା ଦେଖିବାକୁ ମିଳିଥିଲା। ମାତ୍ର କାର୍ଯ୍ୟାଳୟ ପଛ ପାଖରେ ତହସିଲଦାର ଆବାସିକ ରେ ଥିଲେ ମଧ୍ୟ ଆସି ଲୋକମାନଙ୍କ ସହିତ ଆଲୋଚନା କରି ନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କଲଦା ଗ୍ରାମବାସୀ ଲଗାଣ ବର୍ଷାକୁ ଖାତିରି ନକରି ଗଣଧାରଣାରେ ବସିଥିଲେ। ପରଜଙ୍ଗ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ଆସି ଗ୍ରାମବାସୀଙ୍କ ସହିତ ବାରମ୍ବାର ଆଲୋଚନା କରିଥିଲେ କି ସରକାରୀ କାର୍ଯ୍ୟାଳୟୀକୁ ଚାଲିବା ପାଇଁ ଦିଅନ୍ତୁ ବୋଲି କହିଥିଲେ ମଧ୍ୟ ଗ୍ରାମବାସୀ ଜିଦ୍ ରେ ଅଟଳ ରହିଥିଲେ। ପ୍ରାୟ ୫ ଘଟିକା ସମୟରେ କାମାକ୍ଷାନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ରଞ୍ଜନ କୁମାର ଦେ , ପରଜଙ୍ଗ ତହସିଲଦାର ଶିରିୟଲ ସୁଭ୍ରା ପଟେଲ ଓ ଥାନା ଅଧିକାରୀ ଶ୍ରୀ ପାତ୍ର ଆସି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ସାତ ଦିନ ଭିତରେ ତହସିଲଦାର ଜିଲାପାଳଙ୍କୁ ଗ୍ରାମବାସୀଙ୍କ ଅଭିଯୋଗ ଉପରେ ଏକ ଚିଠି ଲେଖି ଜଣାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ପରେ ଗଣଧାରଣା ସ୍ଥଗିତ ରହିଥିଲା। ଯଦି ସାତ ଦିନ ଭିତରେ କୈାଣସି ସମସ୍ୟା ସମାଧାନ ନହୁଏ ତେବେ କଲାଦା ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ସେ କହିବେ କହି ମୁହଁ ମୁଡି ଚାଲିଯାଇଥିଲେ ପରଜଙ୍ଗ ତହସିଲଦାର ଶିରିୟଲ ସୁଭ୍ରା ପଟେଲ। ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ଶ୍ରୀ ଦେ କହିଛନ୍ତି କି ସିତ ଦିନ ମଧ୍ୟରେ ଜିଲାପାଳଙ୍କୁ ଅବଗତ କରାଯାଇ ସମାଧାନ କରାଯିବ।

Leave A Reply

Your email address will not be published.