ସଙ୍କଟ ରେ ଜାତୀୟ ମାନ୍ୟତା ପ୍ରାପ୍ତ ଘୁମୁସରୀ ଗାଈ

ଭଞ୍ଜନଗର,୨୦/୦୭ :  ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ସ୍ଥାନରେ ଥିବା ଘୁମୁସରୀ ପ୍ରଜାତିର ଗାଇକୁ ୨୦୧୦ ମସିହାରେ ଜାତୀୟ ମାନ୍ୟତା ମିଳିଛି।  ହେଲେ ଏହି ମାନ୍ୟତା କୁ ଏହାରି ମଧ୍ୟରେ ୧୩ ବର୍ଷ ବିଚିସାରିଥିଲେ ସୁଦ୍ଧା ବିଭାଗୀୟ ପ୍ରୋତ୍ସାହନ ଏବଂ ଗୋସମ୍ପଦ ସୁରକ୍ଷା ଅଭାବ ଯୋଗୁଁ ଏହି ପ୍ରଜାତିର ଗାଈ ସଂଖ୍ୟା ଲୋପ ପାଇବାକୁ ବସିଥିବା ବେଳେ ଗୋପାଳ ମାନଙ୍କ ପାଇଁ ଲାଭାନୀତ ଏହି ଗାଈ ଙ୍କୁ ପାଳନ କରିବାକୁ ନେଇ ସଙ୍କଟ ଦେଖା ଗଲାଣି। ଏଭଳି ପରିସ୍ଥିତିରେ ଚାରଣ ଭୂମି ସଙ୍କୋଚ ତଥା ଅଭାବ ଯୋଗୁଁ ଗଞ୍ଜାମ ଜିଲ୍ଲା ତାର ଏକ ସଚନ୍ତ୍ର ପରିଚୟ ହରାଇ ବାକୁ ବସିଛି । ଅର୍ଥନୈତିକ, ସାଂସ୍କୃତିକ, ସାମାଜିକ ଓ ଧାର୍ମିକ ଦିଗରେ ଏହି ଗାଈର ଗୁରୁତ୍ଵ ଅଧିକ ରହିଛି। ଏହି ଗାଈ କେବଳ କ୍ଷୀର ନୁହେଁ ଗୋବର ଓ ଗୋମୁଦ୍ରରେ ମଧ୍ୟ ଔଷଧୀୟ ଗୁଣ ରହିଥିବା ବେଳେ ଅନ୍ୟ ପ୍ରଜାଟି ଅପେକ୍ଷା ଅଧିକ ପରିଶ୍ରମୀ। ସବୁ ପ୍ରକାର ଜଳବାୟୁରେ ଏହି ଗାଈ ଖାପ ଖୁଆଇ ରହି  ପାରନ୍ତି।  ହେଲେ ଗାଈଙ୍କ ସୁରକ୍ଷା,ବଂଶବୃଦ୍ଧି ପାଇଁ ଘଟନ୍ତ୍ର ଗଣନା ସହ ଗୋଚର ଭୂମିର ବିକାଶ, ଘାସଚାଷ, ଗୋଦାନା ଯୋଗାଣ, ଉନ୍ନତ ମାନର ଛୁଆ ସୃଷ୍ଟି, ଅଧିକ ମାତ୍ରାରେ ହଳ ଲଙ୍ଗଳ ବ୍ୟବହାର ନହେବା, ଦୁଗ୍ଧଜାତ ଦ୍ରବ୍ୟର ବଜାର ନଥିବା, ଖାଲି ପଡିଥିବା ପଶୁ ଡାକ୍ତର ପଦବୀ ପୂରଣ ନହେବା ଓ ସଚନ୍ତ୍ର ଗୋଶାଳା ଗଠନ ନହେବା ଫଳରେ ଏହି ଗାଇଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବାକୁ ବସିଛି। ଘୁମୁସରୀ ଗାଈ କୁ ଜାତୀୟ ମାନ୍ୟତା ମିଳିବାର ୧୩ ବର୍ଷ ବିତିଯାଇଥିଲେ ମଧ୍ୟ ଏମାନଙ୍କ ସ୍ୱତନ୍ତ୍ର ଗଣନା କରାଯାଇ ପାରିନାହିଁ ।  ଘୁମୁସରୀ ପ୍ରଜାତିର ଗୋସମ୍ପଦ ବିଶେଶତଃ ଭଞ୍ଜନଗର, ଜଗନ୍ନାଥପ୍ରସାଦ, ବେଲଗୁଣ୍ଡା, ଆସିକା, ସୋରଡା଼, ବୁଗୁଡା ଓ ଶେରଗଡ ବ୍ଳକ ସମେଚ ପଡୋଶୀ କନ୍ଧମାଳ ଜିଲ୍ଲାର ଟିକାବାଲି, ଫୁଲବାଣୀ, ରାଇକିଆ, ଚକାପାଦ, ବାଲିଗୁଡା ଇଲାକାରେ ବହୁଳ ଭାବରେ ଦେଖାଯାଉଥିଲେ। ଜଙ୍ଗଲ ପାଖ ଗାଁ ଗୁଡିକର ଗୋପାଳକ ମାନେ ଏହି ପ୍ରଜାତିର ଗାଈ ଅଧିକ ପାଳନ କରି ଆସୁଥିଲେ ହେଲେ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁଁ ଓଡ଼ିଶାର ଏକ ପ୍ରମୁଖ ଗୋପ୍ରଜାଟି ଘୁମୁସରୀ ଗାଇ ଏବେ ବିଲୁପ୍ତ ହେବାକୁ ବସିଛି। ଏହି ପ୍ରଜାତିର ଗାଇ ବିଲୁପ୍ତ ହେବା ପୂର୍ବରୁ ସରକାର ଗୋପଳ ମାନଙ୍କ ସ୍ୱାର୍ଥ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ଦେଇ ଉପଖଣ୍ଡ ରେ ଥିବା ଗୋଚର ଜମି ଗୁଡିକୁ ତୁରନ୍ତ ଚିହ୍ନଟ କରି ଚାଷୀ ଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାର  ଆବଶ୍ୟକତା ଥିବା ଘୁମୁସରୀ ଗୋ ପ୍ରଜାତି ବିକାଶ ସମିତିର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ମତ ବ୍ୟକ୍ତ କରିଛନ୍ତି। ପ୍ରକାଶ ଥାଉକି,ଭାରତରେ ୫୦ଟି ସଚନ୍ତ୍ର ପ୍ରଜାତିର ଗାଇ ରହିଛନ୍ତି। ତନ୍ମଧ୍ୟରୁ ଆମ ରାଜ୍ୟର ନୂଆପଚାର ଖରିଆର, କୋରାପୁଟର ମୋଟୁ, ଯାଜପୁରର ବିଞ୍ଝାରପୁର ଓ ଗଞ୍ଜାମ ଜିଲ୍ଲାର ଘୁମୁସରୀ ଗାଇକୁ ଜାତୀୟ ମାନ୍ୟତା ଥିବା ବେଳେ  ସେଥିମଧ୍ୟରୁ ଘୁମୁସରୀ ଗାଇର ସ୍ଵତନ୍ତ୍ରତା ରହିଛି।

Leave A Reply

Your email address will not be published.