ଖବର ଆଜିର…ତାରିଖ ୨୧/୦୭/୨୩, ଶୁକ୍ରବାର
୧-ଆସନ୍ତା ୨୩ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ।
୨-ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ନେଲା ଲଘୁଚାପର ରୂପ, ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା।
୩-ଆଜି ବସିବ ରାଜ୍ୟ କ୍ୟାବିନେଟ୍, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର।
୪-ଖଡଗ ନଦୀଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଖର୍ଚ୍ଚ ହେବ ୧୨୬ କୋଟି ଟଙ୍କା।
୫-ସହରାଞ୍ଚଳର ମଧ୍ୟବିତ୍ତଙ୍କ ଉପରେ ସରକାରଙ୍କ ଫୋକସ୍ । ‘ମୋ ଘର’ ଯୋଜନା ପାଇଁ ବଦଳିଲା ନିୟମ।
୬-ସୁନାବେଡ଼ା:ସାଡାମ ଆବାସିକ ସେବାଶ୍ରମ ବିଦ୍ୟାଳୟ; ବିଦ୍ୟାଳୟ ଛାତରୁ ଗଳୁଥିଲା ପାଣି, ଶ୍ରେଣୀରେ ଗୋଡ଼ ଖସି ଛାତ୍ରୀ ମୃତ।
୭-ରପ୍ତାନୀରେ ଆଗକୁ ବଢୁଛି ଓଡିଶା । ସାରାଦେଶରେ ପାଲଟିଲା ସପ୍ତମ ବୃହତମ ରପ୍ତାନିକାରୀ ରାଜ୍ୟ । ୩୬ଟି ଦେଶକୁ ଚିଙ୍ଗୁଡ଼ି ଯୋଗାଇବା ସହ ରପ୍ତାନୀରେ କଲା ବିରଳ ରେକର୍ଡ।
୮-ବରଗଡ଼:ଟାହିଟାପରାରୁ ଯୁବକକୁ ହତ୍ୟା,ସାତ ଦିନରେ ଘଟିଲା ଦ୍ବିତୀୟ ହତ୍ୟାକାଣ୍ଡ।
୯-ଭୁବନେଶ୍ୱର: ମାଟିରେ ମିଶିଲା ୭ ଅପରାଧୀଙ୍କ ଘର,ବୁଲିଲା ବୁଲଡୋଜର,ସାବାଡ ହେବେ ଅପରାଧୀ।
୧୦-ଦୁଇ ଦିନିଆ ନୟାଗଡ଼ ଜିଲ୍ଲା ଗସ୍ତରେ ୫ଟି ସଚିବ, ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନେଇ କରୁଛନ୍ତି ଆଲୋଚନା।
୧୧-କନ୍ଧମାଳ ଦଙ୍ଗା ମାମଲା: ଉଚ୍ଚ ନ୍ୟାୟାଳୟରେ ହତ୍ୟା ମାମଲାରୁ ଅଭିଯୁକ୍ତ ଦୋଷମୁକ୍ତ।
୧୨-ପଟାଙ୍ଗୀ: କିଛି ଦିନର ନିରବତା ପରେ ଆନ୍ଧ୍ରପ୍ରଦେଶ ପ୍ରଶାସନ ପକ୍ଷରୁ କୋଟିଆରେ ପୁଣି ଅନୁପ୍ରବେଶ ଜାରି।
୧୩-ସମ୍ବଲପୁରରେ ବର୍ଷେ ପାଇଁ ଧାର୍ମିକ ଶୋଭାଯାତ୍ରା ବନ୍ଦ, ଶାନ୍ତି କମିଟି ବୈଠକରେ ନିଆଗଲା ନିଷ୍ପତ୍ତି।
୧୪-ସୁଲତା ଦେଓ ହେଲେ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ।
୧୫-ବିଶ୍ୱବିଦ୍ୟାଳୟ ମାଳମାଳ ହେଲେ ଅଧ୍ୟାପକ ମରୁଡ଼ି; ଚୁକ୍ତିଭିତ୍ତିକ ଷ୍ଟାଫଙ୍କ ହାତରେ ପାଠପଢ଼ା ଭାର।ରାଜ୍ୟରେ ଉଚ୍ଚଶିକ୍ଷାର ବିକଳ ଚିତ୍ରର ଗୁମର ଖୋଲିଛି RTI ତଥ୍ୟ।
୧୬-ଘର ଦେବାକୁ କହି ୧୫ କୋଟିରୁ ଅଧିକ ଟଙ୍କାର ଠକେଇ ମାମଲା: ମିଶ୍ର କ୍ରିଏସନ ଡାଇରେକ୍ଟରକୁ ଗିରଫ କଲା କ୍ରାଇମବ୍ରାଞ୍ଚର EOW।
୧୭-କେନ୍ଦୁଝର:ହାଇକୋର୍ଟରେ ମିଛ ଦୁର୍ଘଟଣା ଇନ୍ସୁରାନ୍ସ ମାମଲା, ସିବିଆଇ ଦ୍ୱାରା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ।
୧୮-ସାଉଦି ଆରବରେ ଫସିିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ, ରାଷ୍ଟ୍ରଦୂତ ସୁହେଲ ଆଜାଜ୍ ଖାନ୍ଙ୍କୁ ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ଚିଠି।
୧୯-ଚନ୍ଦ୍ର ଅଭିମୁଖେ ଆଉ ପାଦେ ଆଗେଇଲା ଚନ୍ଦ୍ରଯାନ-୩, ଚତୁର୍ଥ କକ୍ଷ ପଥରେ କଲା ପ୍ରବେଶ।
୨୦-ମହାରାଷ୍ଟ୍ର ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ବେଳେ ହୃଦଘାତରେ ଜଣଙ୍କ ମୃତ୍ୟୁ।
. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏