ରାସ୍ତା ପାଇଁ ଗାଁ ଲୋକ ହିନସ୍ତା

ହାଟଡିହି  ସମାଣା ପଞ୍ଚାୟତ ରେ ଥିବା କୁଆଡ ଗାଁ ରେ ପହଞ୍ଚି ପାରୁନି ସରକାରୀ ଯୋଜନା। ଯାହାକି ହାଟଡିହି ବ୍ଲକ ଅନ୍ତର୍ଗତ କୁଆଡ ଗାଁ ରେ ନା ଅଛି ଭଲ ରାସ୍ତା, ନା ଅଛି ପିଇବା ପାଣି ସୁବିଧା, ଏହି ଗାଁ ର ଲୋକେ  ବର୍ଷାଦିନେ  ବାହାରକୁ ବାହାରିବା ପାଇଁ ଗାଁ ଚାରିପାଖ ରେ ରାସ୍ତା  ଟିଏ ରହିଛି କିନ୍ତୁ ଏହି ରାସ୍ତା ଟି କେବଳ ଠିକାଦାର ଙ୍କ ନେଉଟିଆ କିଆରୀ ସାଜି ବର୍ଷା ଦିନରେ ଭଲ ଲାଭ କରାଇ ଥାଏ। ତେବେ ଏହି ଗାଁ ର କୌଣସି ସରକାରୀ ଯୋଜନା ସଫଳ ହେଉ ନଥିବାରୁ  ବଡ ବଡ ଅଧିକାରୀ ମାନେ ସେଠାକୁ ଯିବାକୁ ଅମଙ୍ଗ ହେଉ ଥାଆନ୍ତି। ଏବେ  ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉକ୍ତ ଗାଁ କୁ ନୂଆ କରି ତିଆରି ଚାଲି ଥିବା ରାସ୍ତାରେ  କେବଳ  ପୋଖରୀ ମାଟି ପକାଇ ରାସ୍ତା ଓସାରିଆ କରିଥିବାରୁ ବର୍ଷା ଦିନ ନା ଯାଇ ହେଉ ଛି ନା  ଆସି ହେଉଛି।। ଯଦି ଏପରି ହୁଏ ତେବେ ସରକାର କେବେ ଏହି ଗାଁ ପ୍ରତି ଦୃଷ୍ଟି ଦେବେ ତାହାହିଁ ବଡ ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ଏହି ଗାଁ ଟି କଣ କେବଳ ଭୋଟ ପାଇଁ ନା ପ୍ରକୃତ ରେ ବାସ୍ତବତା ଦେଖି କାର୍ଯ୍ୟାନୁଷ୍ଠାନ  ନେବେ ବ୍ଲକ ଅଧିକାରୀ ତାଙ୍କୁ ହିଁ ଅପେକ୍ଷା।

Leave A Reply

Your email address will not be published.