କଣ୍ଟାବାଞ୍ଜି ୨୨/୭ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପୁଲିସ ଗତ ୧୫ ତାରିଖ ରେଲୱେ ମଶାଣିରୁ ଜିଆରପି ପୁଲିସ ପୋତି ଦେଇଥିବା ଶବକୁ ମାଟି ଖୋଲି ବାହାର କରିଥିଲା, ଓ ଉକ୍ତ ଶବ କଣ୍ଟାବାଞ୍ଜି ନୂଆପଡ଼ା ୱାର୍ଡ଼ ନଂ ୬ ବାସିନ୍ଦା ପ୍ରମୋଦ ଜୈନଙ୍କ ନିଖୋଜ ଥିବା ୧୫ ବର୍ଷିଆ ନାବାଳକ ପୁଅ ବୋଲି ଚିହ୍ନଟ ହୋଇଥିଲା, ଓ ଗଣମାଧ୍ୟମ ପ୍ରତିନିଧିମାନେ ଲଳିତ ଜୈନର ଶବକୁ ଦେଖିଲା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ଜିଆରପି ପୁଲିସ ଓ.ଆଇ.ସି. ସୀତାରାମ ସୁନାରିଙ୍କୁ ପ୍ରଶ୍ନ କରିଥିଲେ, କିନ୍ତୁ ଶ୍ରୀ ସୁନାରି ବାବୁ ସଠିକ ଭାବେ କୌଣସି ପ୍ରଶ୍ନର ଉତ୍ତର ଦେଉନଥିଲେ ତାପରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଦାୟିତ୍ଵରେ ଥିବା କଣ୍ଟାବାଞ୍ଜି ତହସିଲଦାର ଅମୃତ ଲାଲ ବେହେରାଙ୍କୁ ପଚାରିବାରୁ ସେ ବି ପ୍ରକାଶ କରିଥିଲେ ଯେ ଉକ୍ତ ଶବର ଶବ ବ୍ୟବଚ୍ଛେଦ କରାଯାଇଛି ବୋଲି କହିଥିଲେ, କିନ୍ତୁ ଅନ୍ୟ ଜଣେ ୪୫ ବର୍ଷିଆ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଦେଖାଇ ଲଲିତର ଶବ ବ୍ୟବଚ୍ଛେଦ ପ୍ରମାଣ ପତ୍ର ବୋଲି କଣ୍ଟାବାଞ୍ଜି ପୁଲିସକୁ ଜିଆରପି ପୁଲିସ ଭୁଆଁ ବୁଲେଇଲା, ତାକୁ ସତ୍ୟ ଗୃହଣ କରି ବିବାଦୀୟ ହୋଇଛି କଣ୍ଟାବାଞ୍ଜି ପୁଲିସ, କାହିଁକି ସତ୍ୟ ଧରି ପାରିଲେ ନାହିଁ କଣ୍ଟାବାଞ୍ଜି ପୁଲିସ..? କାରଣ ସେଦିନ ଶବ ଉଦ୍ଧାର ସ୍ଥାନରେ ଉପସ୍ଥିତ ଥିଲେ ଥାନା ଅଧିକାରିଣୀ ରଶ୍ମିତା ବେହେରା ହେଲେ ସେ ପୁଲିସ ଭେନ ଭିତରେ ବସିଥିଲେ ଶବକୁ ଦେଖିଲେ ବି ନାହିଁ, ଯଦି ସେଦିନ ମୃତ ଲଳିତର ଶବକୁ ଥାନା ଅଧିକାରିଣୀ ଶ୍ରୀମତୀ ବେହେରା ଦେଖିଥିଲେ ନିଶ୍ଚିତ ଭାବେ ଶବ ବ୍ୟବଚ୍ଛେଦ କରାଇଥାନ୍ତି, ଓ ସମ୍ପୂର୍ଣ୍ଣ ପ୍ରମାଣ ସଂଗ୍ରହ କରିବାରେ ସକ୍ଷମ ହୋଇଥାନ୍ତି ତେଣୁକରି କଥାରେ ଅଛି ଅଳ୍ପ ଜ୍ଞାନୀ ଭୟଙ୍କାରୀ, ଟିକିଏ ଭୁଲ ପାଇଁ ବଡ଼ ସମସ୍ଯା ଟିଏ ସୃଷ୍ଟି ହୋଇଛି, ଶବ ବ୍ୟବଚ୍ଛେଦ କରି ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଥିଲେ କେବେବି କଣ୍ଟାବାଞ୍ଜି ପୁଲିସ ସନ୍ଦେହ ଘେରରେ ଆସି ନ ଥାନ୍ତା
Part 2
ଲଲିତକୁ ହଂସିକା ଅଗ୍ରୱାଲ ଇନଷ୍ଟାଗ୍ରାମରେ ଫଲୋଅର୍ସ ବଢ଼ାଇବାକୁ ଦେଉଥିଲେ ପଇସା
ଲାଇନ୍ସ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ସୋସିଆଲ ମିଡ଼ିଆକୁ ପାର୍ଟ ଅଫ ଲାଇଫ ମନୋଭାବରେ ଫଲୋଅର୍ସ ବଢ଼େଇବାକୁ ଯାଇ ଜଣେ ନିରୀହ ନାବାଳକ ଛାତ୍ରର ଜୀବନ ଚାଲିଗଲା, ସୂଚନା ଯୋଗ୍ୟ ଯେ ନାବାଳିକା ଛାତ୍ରୀ ହଂସିକା ଅଗ୍ରୱାଲ ନିଜର ଇନଷ୍ଟାଗ୍ରାମରେ ଫଲୋଅର୍ସ ବଢ଼ାଇବାକୁ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ, ମୃତ ନାବାଳକ ଛାତ୍ର ଲଳିତକୁ ଏକ ଲକ୍ଷ ୮୦ ହଜାର ଟଙ୍କା ଦେଇଥିଲେ, ଓ ସେହି ୧ ଲକ୍ଷ ୮୦ ହଜାର ଟଙ୍କାକୁ ଚନ୍ଦ୍ର ଡ଼ଙ୍ଗୀ ବୋଲି ଅନ୍ୟ ଜଣେ ଛାତ୍ରକୁ ଦେଇଥିଲେ ଲଲିତ, କିନ୍ତୁ ବଡ଼ ଆଶ୍ଚର୍ଯ୍ୟର ବିଷୟ ଯେ ନାବାଳକ ଛାତ୍ର ଚନ୍ଦ୍ର ଡ଼ଙ୍ଗୀ କିଭଳି ଭାବରେ ଇନଷ୍ଟାଗ୍ରାମରେ ଫଲୋଅର୍ସ ବଢ଼ାଉଥିଲେ, ଏତେ ଛୋଟ ବଡ଼ କାମ ଆଗକୁ ଆହୁରି ଅନେକ କିଛି ବଡ଼ କାମ ରହିଛି ଓ ସୁନିଶ୍ଚିତ କିଛି ନା କିଛି ଘଟେଇବ ଚନ୍ଦ୍ର,
Part 3
ଲଲିତ ମୃତ୍ୟୁକୁ ନେଇ ଚନ୍ଦ୍ର ଡ଼ଙ୍ଗୀର ବାପା ଶଙ୍କର ମନ୍ତବ୍ୟ ଦେଲେ ନାହିଁ
ଲଲିତ ମୃତ୍ୟୁକୁ ନେଇ ଇନଷ୍ଟାଗ୍ରାମରେ ଫଲୋଅର୍ସ ବଢ଼ାଉଥିବା ଛାତ୍ର ଚନ୍ଦ୍ର ଡ଼ଙ୍ଗୀର ବାପା ଛଣା-ଚାଟ ବ୍ୟବସାୟି ସଙ୍କର ଲାଲ ଡ଼ଙ୍ଗୀ ପ୍ରକାଶ କରିଛନ୍ତି ଯେ ୧୨ ତାରିଖ ରାତିରେ ଆଲିଶାନ ଲାଇଫ ଷ୍ଟାଇଲକୁ ଡ଼ାକି ମୃତ ନାବାଳକ ଲଲିତକୁ ସମସ୍ତଙ୍କ ଉପସ୍ଥିତିରେ ମାଡ଼ ମାରିଲେ ଓ ତାଙ୍କ ପୁଅ ଚନ୍ଦ୍ର ହଂସିକା ଠାରୁ ୨ ଲକ୍ଷ ଟଙ୍କା ନେଇଥିଲେ ଫେରସ୍ତ କରିଦେବାକୁ କହି ଚୁକ୍ତି ହୋଇଥିଲା, କଣ୍ଟାବାଞ୍ଜି ଏନଏସି ଚେୟାରମ୍ୟାନ ବରିୟମ ସିଂ ସାଲୁଜା ହଂସିକାଙ୍କ ବାପା ବିଶାଲ ଓ କାକା ବିକାଶ ତଥା ଅନ୍ୟ ମାନଙ୍କ ଉପସ୍ଥିତିରେ ଏହି ଘଟଣା ପରେ ଲଲିତ ଓ ତାଙ୍କ ବାପା ପ୍ରମୋଦ ନିଜ ଘରକୁ ଚାଲିଗଲେ ଓ ମୁଁ ବି ଚାଲି ଆସିଲି ପୁଅକୁ ନେଇକି, ତାପରେ କଣ ଘଟଣା ଘଟିଛି ମୁଁ ଜାଣି ନାହିଁ ମୁଁ ମୋ ପୁଅକୁ ଅଦୈୟ ବାହାରକୁ ଯିବାକୁ ଦେଉନାହିଁ ବୋଲି କହିଥିଲେ