ସୀମା ହାଇଦର ଅସୁସ୍ଥ । ହଠାତ୍ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ସୀମା କଥା କହିପାରୁନଥିବା ଜଣାପଡ଼ିଛି । ସୀମାଙ୍କ ସହ ସ୍ୱାମୀ ସଚିନ ମଧ୍ୟ ଅସୁସ୍ଥ ଅଛନ୍ତି । ସଚିନଙ୍କ ପିତା ଏହି ସୂଚନା ଦେଇଛନ୍ତି । ସଚିନଙ୍କ ପିତା କହିଛନ୍ତି ଯେ ଗତ ରାତିରୁ ସୀମା ଅସୁସ୍ଥ ଅନୁଭବ କରୁଛନ୍ତି । ସେ ଠିକ୍ ଭାବେ କଥା ମଧ୍ୟ କହିପାରୁନାହାନ୍ତି । ତାଙ୍କର ଚିକିତ୍ସା ପାଇଁ ଡାକ୍ତରଙ୍କୁ ଡକାଯାଇଥିଲା । ଡାକ୍ତର ଉଭୟ ସୀମା ଓ ସଚିନଙ୍କୁ ଔଷଧ ଦେବା ସହ ବିଶ୍ରାମ କରିବାକୁ ପରାମର୍ଶ ଦେଇଛନ୍ତି । ସେପଟେ ସୀମାଙ୍କୁ ନେଇ ପ୍ରତିଦିନ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ନେପାଳରେ ଥିବା ବେଳେ ସୀମା ନିଜକୁ ଭାରତୀୟର ପରିଚୟ ଦେଇଥିବା ସୂଚନା ମିଳିଛି ।