ମଣିପୁର ଭାଜପା ସରକାରର କୁଶପୁତ୍ତଳିକା ଦାହ

ବାରିପଦା : ଆଦିବାସୀ ସେଙ୍ଗେଲ ଅଭିଯାନ ବାରିପଦା ଜୋନାଲ କମିଟିର ସଭାପତି ଶ୍ରୀ ନାରାନ ମୁର୍ମୁଙ୍କ ନେତୃତ୍ବରେ ସାରସକଣା ବ୍ଲକ ବାଳେଡିହି ଗ୍ରାମରେ ମଣିପୁରର ଭାଜପା ସରକାରକୁ ବିରୋଧ ସ୍ୱରୁପ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଛି ଏବଂ କହିଛନ୍ତି ଯେ, ମଣିପୁର ସରକାର ଏକ ମସ୍ତବଡ ଆଦିବାସୀ ବିରୋଧି, ମହିଳା ବିରୋଧି ଏବଂ ଦେଶଦ୍ରୋହୀ ସରକାର ଅଟେ । ଅବିଳମ୍ବେ ମଣିପୁର ସରକାରକୁ ବରଖାସ୍ତ କରି ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ । କାରଣ ମଣିପୁରର ଅମାନବୀୟ କାର୍ଯ୍ୟ ଯେଉଁ ଭଳି ଗତ ୪ ମେ ୨୦୨୩ ତାରିଖର ନଗ୍ନ ମହିଳାଙ୍କ ଭିଡିଓ ଭାଇରାଲ ହେଲା, ତାହା ମାନବ ସମାଜ ପାଇଁ ଲଜ୍ଜିତ ଏବଂ ହୃଦୟ ବିଦାରକ କାଣ୍ଡ ଅଟେ । ଅତଏବ ମାନବ ସମାଜରେ ତଥା ଆଦିବାସୀମାନଙ୍କ ଉପରେ ହେଉଥିବା ଏହିପରି ଅନ୍ଯାୟ, ଅତ୍ଯାଚାର, ଶୋଷଣ, ନିର୍ଯାତନା, ଧର୍ଷଣ, ହତ୍ଯାକୁ ଆଦିବାସୀ ସେଙ୍ଗେଲ ଅଭିଯାନ କେବେବି ସହ୍ଯ କରି ପାରିବ ନାହିଁ । ତେଣୁ ଯଥାଶୀଘ୍ର ଉକ୍ତ ଘଟଣା ପଛରେଥିବା ଅମାନବୀୟ ରହସ୍ୟ ଉପରେ ସୁପ୍ରିମକୋର୍ଟର ତଦାରଖରେ ସିବିଆଇ ଯାଞ୍ଚ କରି ଦୃଢ଼ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇ ଦୋଷୀମାନଙ୍କୁ ଫାଶୀ ଦଣ୍ଡ ଦିଆଯିବାକୁ ଦୃଢ଼ ଦାବି କରାଯାଇଛି ଏବଂ ଉକ୍ତ ବିରୋଧ କାର୍ଯ୍ଯକ୍ରମଟି ସେଙ୍ଗେଲର ରାଷ୍ଟ୍ରୀୟ ସଭାପତି ଶ୍ରୀ ସାଲଖାନ ମୁର୍ମୁଙ୍କ ଆବାହନରେ ଭାରତର ୭ (ସାତ)ଟି ପ୍ରଦେଶ ଯଥା ଓଡିଶା, ଝାରଖଣ୍ଡ, ବିହାର, ବେଙ୍ଗଲ, ଆସାମ, ଅରୁଣାଚଳ ପ୍ରଦେଶ ଏବଂ ତ୍ରିପୁରାରେ କରାଯାଉଥିବା ବେଳେ ଏଠାରେ ସେଙ୍ଗେଲ ବିଡିଓ ଅନନ୍ତ ଚରଣ ମାର୍ଣ୍ଡି, ସେଙ୍ଗେଲ ବ୍ଲକ ହେଡ୍‌ ବାହାଦୁର ସୋରେନ, ସାରସକଣା ସେଙ୍ଗେଲ ସଭାପତି ହିନ୍ଦୁରାମ ମୁର୍ମୁ, ସେଙ୍ଗେଲ ଛାତ୍ର ସଭାପତି ଚନ୍ଦ୍ର ମୋହନ ମୁର୍ମୁ, ପିଥ ହାଁସଦାଃ, କିସୁନ ଟୁଡୁ, ସୁନ୍ଦରୀ ହେମ୍ବ୍ରମ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.