➡️୧-ଆଜିଠାରୁ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ପୁରୀବାସୀ, ପରିଚୟପତ୍ର ଦେଖାଇବା ହେଲା ବାଧ୍ୟତାମୂଳକ l ବିନା ପରିଚୟପତ୍ରରେ ଭକ୍ତମାନେ ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ l
➡️୨-ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡ଼ିବା ପରେ ଗତ ୧୬ ତାରିଖରେ ହୋଇଥିବା JE ସିଭିଲ ମେନ୍ ପରୀକ୍ଷା ରଦ୍ଦ କଲା OSSC l ଏ ନେଇ ଟ୍ୱିଟ୍ କରି ସୂଚନା ଦେଲେ OSSC ଚେୟାରମ୍ୟାନ ଅଭୟ l
➡️୩-ବଦଳିବ ପୁରୀର ଚିତ୍ର l ପୁରୀର ଗିରଳ ଛକ ନିକଟ ସିପସରୁବାଲି ମୌଜାରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ପ୍ରସ୍ତୁତି ହେଲା ଆରମ୍ଭ, ବ୍ୟବସାୟୀ ଓ ଭକ୍ତ ଖୁସି l
➡️୪-ଓଡିଶାର ବିଭିନ୍ନ ଜିଲ୍ଲା ଗସ୍ତ କରିବା ପରେ ଆମେରିକା ଗସ୍ତରେ 5ଟି ସଚିବ ଭି କେ ପାଣ୍ଡିଆନ, ସାଥିରେ ଗଲେ ସାତଜଣିଆ ଟିମ୍ l
➡️୫-ଦାବି ପୂରଣ ପାଇଁ ଚେତାବନୀ ଦେଲା ଡ୍ରାଇଭର ମହାସଂଘ, ଆସନ୍ତା ୩୦ ପର୍ଯ୍ୟନ୍ତ ମହଲତ ଦେଲା ସଂଘ l
➡️୬-ଥମିବାର ନାଁ ଧରୁନି ମାର୍କେଟ୍ ବିଲ୍ଡିଂ କଳି । ସ୍ଥାୟୀ ବ୍ୟବସାୟୀ କିମ୍ବା ଉଠା ଦୋକାନୀ, କେହି କାହାକୁ ଛାଡ଼ିବା ମୁଡରେ ନାହାନ୍ତି । ସପ୍ତାହେ ହେଲାଣି ଉଭୟ ସଂଘ ଧାରଣାରେ ବସିଥିବା ବେଳେ, ଭୁବନେଶ୍ୱରର ଏହି ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ବି ବନ୍ଦ ରହିଛି ।
➡️୭-୭ ଦିନର ମହଲତ ପରେ ସରକାରୀ ଜମିରୁ ଜବର ଦଖଲ ଉଛେଦ କଲା ପୌର ପ୍ରଶାସନ। ରାୟଗଡା ପୌରାଂଚଳର ୧୫ ନମ୍ବର ୱାର୍ଡର ଅଶୋକ ସିନେମା ହଲ ନିକଟରେ ଥିବା ସରକାରୀ ଜମିରୁ ଜବର ଦଖଲ ଉଛେଦ କରାଯାଇଛି।
➡️୮-ଡେଙ୍ଗୁର ହଟସ୍ପଟ୍ ପାଲଟିଛି ରାଜଧାନୀ, କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୨୫ରୁ ୨୬ ପଜିଟିଭ୍ ଚିହ୍ନଟ l ସେପଟେ ଭୁବନେଶ୍ୱରରେ ଡେଙ୍ଗୁ ନେଲା ପ୍ରଥମ ମୁଣ୍ଡ, ଯାହାକି ଏହା ଚଳିତବର୍ଷର ପ୍ରଥମ ଡେଙ୍ଗୁଜନିତ ମୃତ୍ୟୁ l
➡️୯-ଖରାପ ରାସ୍ତା ଯୋଗୁଁ ଗଲା ଜୀବନ l ୬ କିମି ଅତିକ୍ରମ କରିବାକୁ ଆମ୍ବୁଲାନ୍ସକୁ ଲାଗିଲା ୪ ଘଣ୍ଟା l ଏଭଳି ଘଟଣା ବୌଦ୍ଧ ବ୍ଲକ ଗୁନ୍ଦୁଲିଆ ପଞ୍ଚାୟତ କିରମାଖୋଲ ଗାଁର ଘଟିଛି l
➡️୧୦-ବଢ଼ିଲା ଭୋଜପୁରୀ ସୁପରଷ୍ଟାର ଖେସାରୀ ଲାଲ ଯାଦବଙ୍କ ଅଡୁଆ। ୨୦୧୯ରେ ହୋଇଥିବା ଜମି ବିବାଦ ଏବଂ ଚେକ୍ ବାଉନ୍ସ ମାମଲାରେ ଛପରା କୋର୍ଟ ଜାମିନ ବିହୀନ ପରୱାନା କଲା ଜାରି l
➡️୧୧-ଥମୁନି ମଣିପୁରରେ ନାରକୀୟ କାଣ୍ଡ। ଆଉ ୨ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରଯାଇଥିବା ନେଇ ଆସିଲା ଅଭିଯୋଗ l କାଙ୍ଗପୋକପି ଜିଲ୍ଲାର ଦୁଇ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସହ ହତ୍ୟା କରାଯାଇଛି । ଦୁଇ ଯୁବତୀଙ୍କ ବସୟ ୨୧ ଏବଂ ୨୪ ବର୍ଷ ବୋଲି ସୂଚନା ମିଳିଛି । ସେମାନେ ଏକ କାର ୱାସ ସେଂଟରରେ କାମ କରୁଥିଲେ l
➡️୧୨-ଭୁବନେଶ୍ୱର ର ୟଥାର୍ଥ ହସ୍ପିଟାଲ୍ ଆଣ୍ଡ୍ ଟ୍ରମା କେୟାର ସର୍ଭିସେସ୍ ଲିମିଟେଡ୍ର ଇନିସିଆଲ ପବ୍ଲିକ୍ ଅଫର ୨୦୨୩ ଜୁଲାଇ ୨୬ରେ ଖୋଲିବ l
➡️୧୩-ଦିଲ୍ଲୀରେ ହାଇ ଆଲର୍ଟ ଜାରି l ହରିୟାଣାର ହାଥନିକୁଣ୍ଡ ବ୍ୟାରେଜରୁ ୨ ଲକ୍ଷ କ୍ୟୁସେକ୍ ଜଳ ଛଡ଼ାଯିବା ପରେ ଦିଲ୍ଲୀରେ ଯମୁନା ଜଳସ୍ତର ପୁଣିଥରେ ବିପଦ ସଙ୍କେତ କଲା ଅତିକ୍ରମ l
➡️୧୪-ଅନିଲ ଅମ୍ବାନୀଙ୍କୁ ଆଉ ଏକ ଝଟକା, ୫ ବିମାନ ବନ୍ଦର ଫେରାଇନେଲେ ସରକାର l
➡️୧୫-ବିକ୍ରି ହେଲା ଆଦାନୀ ଗ୍ରୁପର ଆମେରିକା ସ୍ଥିତ ନିବେଶ ଫାର୍ମ ବେନ୍ କ୍ୟାପିଟାଲ୍ କମ୍ପାନି l ବିଦେଶୀ ଫାର୍ମ କଲା ବଡ଼ ଡିଲ୍ l
➡️୧୬-ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲା ଅନ୍ତର୍ଗତ ଇର୍ଶାଲୱାଡ଼ି ଗାଁରେ ଘଟିଥିବା ଭୂସ୍ଖଳନରେ ଏବେସୁଦ୍ଧା ମୃତ୍ୟୁସଂଖ୍ୟା ୨୭ରେ ପହଞ୍ଚିଛି। ଏବେ ବି ୭୮ଜଣ ନିଖାଜ ଥିବା କଥା କୁହାଯାଉଥିବା ବେଳେ ଭୂସ୍ଖଳନର ୪ଦିନ ପରେ ବନ୍ଦ ହେଲା ଉଦ୍ଧାରକାର୍ଯ୍ୟ।
➡️୧୭-ଦେଶ ଲାଗି ୩୨ ବର୍ଷର ଗୌରବମୟ ସେବା ପ୍ରଦାନ ପରେ ଭାରତୀୟ ନୌସେନା ଯୁଦ୍ଧଜାହାଜ ‘କୃପାଣ’କୁ କରାଗଲା ସେବାମୁକ୍ତ l ଭିଏତନାମକୁ ଉପହାରରେ ପ୍ରଦାନ କରାଗଲା ସମ୍ପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ଯୁକ୍ତ INS କୃପାଣ l
➡️୧୮-ଭାରତର ସ୍ୱପ୍ନ ଧୂଳିସାତ: ଏମର୍ଜିଂ ଏସିଆ କପ ଫାଇନାଲରେ ଜିତିଲା ପାକିସ୍ତାନ l ପାକିସ୍ତାନ ଦ୍ୱିତୀୟ ଥର ପାଇଁ ଟୁର୍ଣ୍ଣାମେଣ୍ଟର ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିବା ବେଳେ ଭାରତ କେବଳ ଗୋଟିଏ ଥର ଏହି ସଫଳତା ହାସଲ କରିବାରେ ସନ୍ତୁଷ୍ଟ ରହିଛି ।
➡️୧୯-ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟର ୪ର୍ଥ ଦିନରେ ସିରାଜଙ୍କୁ ମିଳିଲା ୫ ୱିକେଟ, ୱେଷ୍ଟଇଣ୍ଡିଜ ୨୫୫ ରନ ରେ ହେଲା ଅଲଆଉଟ l
➡️୨୦-ବଜାଜ୍ ଆଲିଆଂଜ୍ ର ନୂଆ ବ୍ରାଣ୍ଡ ଅମ୍ବାଶଡର ହେଲେ କ୍ରିକେଟ୍ର ନୂଆ ତାରକା ଶୁଭ୍ମନ ଗିଲ୍ l
➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।