ବଡ଼ ମେଡିକାଲ ଘରୋଇ କରଣ କାହା ସ୍ୱାର୍ଥରେ

ବ୍ରହ୍ମପୁର:୨୪/୭: ଦକ୍ଷିଣ ଓଡ଼ିଶାର ତଥା ବ୍ରହ୍ମପୁର ସହରରେ ଅବସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ କ୍ରମାଗତ ଅବହେଳାର ଶିକାର ହୋଇ ଆସୁଥିବାର ବିଭିନ୍ନ ମହଲରେ ଅଭିଯୋଗ ହୋଇଆସୁଛି ।ଉତ୍କୃଷ୍ଟ ରୋଗୀ ସେବା ଯୋଗେଇ ଦେବାରେ ବିଫଳ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ରାଜ୍ୟ କଂଗ୍ରେସ ମୁଖପାତ୍ର ପୀତବାସ ପଣ୍ଡା ।ସୂଚନା ଅଧିକାର ଆଇନ ଦ୍ୱାର ମାଗିଥିବା ଏକ ତଥ୍ୟ ଅନୁଯାୟୀ ସରକାର ଘରୋଇ ସଂସ୍ଥାନକୁ ସ୍ୱାସ୍ଥ୍ୟ ସେବା ନାଁରେ ଅନୁଗ୍ରହ କରିବାର କାରଣ କଣ ବୋଲି ପ୍ରଶ୍ନ କରିଛନ୍ତି । ହସ୍ପିଟାଲର ସୁରକ୍ଷା ବାବଦରେ ସରକାର ୨୦୨୧-୨୨ ଓ ୨୦୨୨-୨୩ ରେ ଯଥାକ୍ରମେ ୪ କୋଟି ୪୪ ଲକ୍ଷ ୫ ହଜାର ୫୪୩ ଟଙ୍କା ଓ ୫ କୋଟି ୧୧ ଲକ୍ଷ ୯୯ ହଜାର ୫୫୫ ଟଙ୍କା ଖର୍ଚ୍ଚ କରିଛନ୍ତି । ସେହିପରି ଲିଫ୍ଟ ପରିଚାଳନା ପାଇଁ ୨୦୨୧-୨୨ ଓ ୨୦୨୨-୨୩ ରେ ୨୫ ଲକ୍ଷ ୬୨ ହଜାର ୬୭୮ ଟଙ୍କା ଓ ୧୬ ଲକ୍ଷ ୫ ହଜାର ୧୫୦ ଟଙ୍କା ଖର୍ଚ୍ଚ କରିଛନ୍ତି ।ସବୁଠାରୁ ଅଶ୍ୱର୍ଯ୍ୟ ଜନକ ହେଲା ରାଜ୍ୟ ସରକାର ଏମ.ଆର.ଆଇ ପରୀକ୍ଷା କରିବା ବାବଦକୁ  ବ୍ରହ୍ମପୁର ସ୍ଥିତ ନିଦାନ ପରୀକ୍ଷାଗାରକୁ ଗତ ଡିସେମ୍ବର ଠାରୁ ଏପ୍ରିଲ ମାତ୍ର ପାଞ୍ଚ ମାସ ମଧ୍ୟରେ ୭୯ ଲକ୍ଷ ୯୪ ହଜାର ଟଙ୍କା ପୈଠ କରିଛନ୍ତି ।ଶ୍ରୀ ପଣ୍ଡା

ଏମ.ଆର.ଆଇ ନାଁରେ ଏକ ଘରୋଇ ସଂସ୍ଥାକୁ ଏତେ ମୋଟା ଅଙ୍କରେ ଟଙ୍କା ପୈଠ କରିବା ଓ ବଡ଼ ମେଡିକାଲର (ଏମ ଆର ଆଇ)  ମେସିନକୁ ରୁଗୁଣ କରିବା ଘଟଣା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛନ୍ତି । ଲିଫ୍ଟ ପରିଚାଳନା ପାଇଁ ଲକ୍ଷ ଲକ୍ଷ ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରୁଥିଲେ ମଧ୍ୟ ଏହା ରୋଗୀଙ୍କୁ ସେବା ଯୋଗେଇବାର ସମ୍ପୂର୍ଣ୍ଣ ବିଫଳ ହୋଇଛି । ଏହିପରିକି ଦୀର୍ଘ ମାସ ଧରି ମେଡିକାଲର କେତେ ଗୋଟି ଲିଫ୍ଟ କାମ ନକରିବା ଅଭିଯୋଗ ମଧ୍ୟ ଆସୁଛି, ଡାକ୍ତର ଖାନା ସିକ୍ୟୁରୀଟି ବାବଦରେ କୋଟି କୋଟି ଟଙ୍କା ଘରୋଇ ସଂସ୍ଥା ମାନଙ୍କୁ ନଦେଇ ମେଡିକାଲ ସୁରକ୍ଷା ପାଇଁ କାର୍ଯ୍ୟରତ କର୍ମଚାରୀଙ୍କୁ ନିୟୋଜିତ କରିବା ଓ ଏକ୍ଷେତ୍ରରେ ଘରୋଇ ମାଲିକାନାକୁ ହଟାଇ ମେଡିକାଲର ସୁରକ୍ଷାକୁ ନିଜ ହାତକୁ ନିଅନ୍ତୁ ବୋଲି ଶ୍ରୀ ପଣ୍ଡା ଦାବୀ କରିଛନ୍ତି ।

Leave A Reply

Your email address will not be published.