ଖବର ଆଜିର ….ତାରିଖ ୨୫/୦୭/୨୦୨୩ ମଙ୍ଗଳବାର ।
ମନ୍ତ୍ରୀପଦରେ ରାଜସ୍ଥାନ ବିଧାନସଭାରୁ ବିଦା ହେଲେ ରାଜେନ୍ଦ୍ର ଗୁଢା: ସଦନରେ ଯୁକ୍ତି ବାଚସ୍ପତିଙ୍କୁ ଦୁର୍ବ୍ୟବହାର ପାଇଁ ଚଳିତ ବିଧାନସଭା ଅଧିବେଶନରୁ ନିଲମ୍ବିତ ।
ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣ, ୫ ଆହତ ।
ସୁପ୍ରିମକୋର୍ଟଙ୍କ କ୍ଷମତା ଛଡ଼ାଇ ନେବାକୁ ଇସ୍ରାଏଲ୍ ସଂସଦରେ ପାରିତ ହେଲା ବିବାଦୀୟ ବିଲ୍: ଦେଶବ୍ୟାପୀ ବିକ୍ଷୋଭ ।
ଦିନକରେ ୭୫ଟି ମାମଲାର ରାୟ ପ୍ରକାଶ, ରେକର୍ଡ କଲେ ହାଇକୋର୍ଟ ।
ପୁଣି ଉଛୁଳିଲା ଗଙ୍ଗା, ଯମୁନା: ଲଗାଣ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ, ମାୟାନଗରୀ ମୁମ୍ବାଇ ସମେତ ଦେଶର ବିଭିନ୍ନ ସ୍ଥାନ ।
ବାରାଣାସୀ ଜ୍ଞାନବ୍ୟାପୀ ମସଜିଦରେ ହେବନି ଏଏସଆଇର ସର୍ଭେ: ୨୬ ଜୁଲାଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସର୍ଭେ ଉପରେ ରୋକ ଲଗାଇଲେ ସର୍ବୋଚ୍ଚ ନ୍ୟାୟାଳୟ ।
ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ । ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ଆଶଙ୍କା । ୨୬ ଜୁଲାଇରେ ନେଇପାରେ ଅବପାତର ରୂପ ।
ଅଳ୍ପ ଟଙ୍କା ନିବେଶରେ ଧନୀ ହେବାର ସ୍ୱପ୍ନ । ଲୋଭନୀୟ ଅଫର ଦେଇ ଠକୁଛନ୍ତି ଚାଇନିଜ୍ ଠକ । ଫେକ କମ୍ପାନୀ ଜରିଆରେ ଶହେ କୋଟି ଚୂନା ।
ବନ୍ଦ ରହିଛି ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ । ୭ ଦିନ ବିତିଲାଣି, ତୁଟୁନି ସ୍ଥାୟୀ-ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ବିବାଦ । ହାତ ବାନ୍ଧି ବସିଛି ବିଏମସି ।
ଉତ୍କଳ ସିନେ ଚାମ୍ବର୍ସ ଅଫ୍ କମର୍ସ ନାଁରେ ଜାଲିଆତି ଅଭିଯୋଗ । ୩ କୋଟିରୁ ଅଧିକ ଟଙ୍କା ହେରଫେର୍ । ଥାନାରେ ଏତଲା ଦେଲେ ପ୍ରୟୋଜକ ସଂଜୟ ନାୟକ।
କର୍ଣ୍ଣାଟକ ହାଇକୋର୍ଟର ସମସ୍ତ ବିଚାରପତିଙ୍କୁ ହତ୍ୟା ଧମକ, ଦୁର୍ବୃତ୍ତ କହିଲା- ବଞ୍ଚିବାକୁ ଚାହୁଁଥିଲେ ୫୦ ଲକ୍ଷ ଦିଅ।
ଆଜି ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଓଡ଼ିଶାରେ ୩ ଦିନ ରହିବେ।
ଚାଇନିଜ ଠକଙ୍କ ଦ୍ବାରା ପରିଚାଳିତ ଏକ ବିରାଟ ଠକେଇ ରାକେଟ୍ର ପର୍ଦ୍ଦାଫାସ୍ କରିଛି ହାଇଦ୍ରାବାଦ ପୁଲିସ। ଏହି ରାକେଟ୍ ଜରିଆରେ ବର୍ଷକ ଭିତରେ ଅନେକ ସଫ୍ଟୱେର ଇଂଜିନିୟର ସମେତ ୧୫୦୦୦ ଭାରତୀୟ ୭୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହରାଇଛନ୍ତି।
ବଢ଼ିଲା ୨୦୦ ମେଡିକାଲ ସିଟ୍; ଆଜିଠୁ ଚଏସ୍ ଫିଲିଂ ଓ ଲକିଂ, ୨୯ରେ ପ୍ରୋଭିଜନାଲ ଆଲଟ୍ମେଣ୍ଟ ।
ରାଜ୍ୟରେ ପୂରଣ ହେବ ୭୨୭୬ ଡାକ୍ତର ପଦବୀ: ଆରମ୍ଭ ହେଲା ପ୍ରକ୍ରିୟା, OPSCକୁ ଚିଠ ଲେଖିଲେ ସ୍ୱାସ୍ଥ୍ୟ ସଚିବ ।
ବମ୍ବେ ହାଇକୋର୍ଟ ଏବଂ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତ କରାଯାଇଛି । ।
ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ।
ଖୋର୍ଦ୍ଧାରେ ଖୋଲିଲା ଓଡ଼ିଶାର ପ୍ରଥମ ସ୍କ୍ରାପିଂୟାର୍ଡ, ରି-ୱି-ରି ପଦ୍ଧତିରେ ଭଙ୍ଗାଯିବ ପଞ୍ଜୀକୃତ ଯାନ
ସୁପ୍ରଭାତ ,ଶୁଭ ସକାଳ ।