ଓଲଟିଲା ଲେବର ବୋଝେଇ ଟାଟା ଏସି ପିକଅପ ଭ୍ୟାନ

ଜଳେଶ୍ଵର, ନ. ନୂ.ସ-୨୫/୭, ୬୦ନ ଜାତୀୟ ରାଜପଥ ଉପରେ ପଛ ଚକ ଫାଟିବା ରୁ ଓଲଟିଲା ଲେବର ବୋଝେଇ ଟାଟା ଏସି ପିକଅପ ଭ୍ୟାନ ୧୦ରୁ ଅଧିକ ଶ୍ରମିକ ଗୁରୁତ୍ୱର ୩ ଜଣଙ୍କ ଅବସ୍ଥା ସଙ୍କଟାପୂର୍ଣ୍ଣ।ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି।ସୂଚନା ଅନୁଯାୟୀ ବର୍ତ୍ତମାନ ସମୟରେ ଧାନ ରୁଆ କାମ ଯୋର ସୋର ଜାରି ରହି ଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ବିଭିନ୍ନ ବ୍ଲକରୁ ବହୁ ଶ୍ରମିକ କାମ କରିବାକୁ ଜଳେଶ୍ଵର, ବସ୍ତା, ଭୋଗରାଇ ଓ ବାଲିଆପାଳ ଅଞ୍ଚଳକୁ ଆସିଥାନ୍ତି।ଆଜି ସକାଳ ମୟୁରଭଞ୍ଜ ଜିଲ୍ଲା ବାରମାଇଲ ଅଞ୍ଚଳରୁ ଓଡି ୧୧ ଆର ୮୩୭୧ଏନ ବିଶିଷ୍ଟ ଏକ ଟାଟା ଏସି ପିକଅପ ଭ୍ୟାନ ପାଖ ପାଖି ୪୨ଜଣ ଶ୍ରମିକ କୁ ବୋଝେଇ କରି ଜଳେଶ୍ୱର ଓ କମର୍ଦ୍ଦା ଅଞ୍ଚଳକୁ ରୁଆ କାମ ପାଇଁ ଆସୁଥିଲା ବେଳେ ଜଳେଶ୍ୱର ଥାନା ୬୦ନ ଜାତୀୟ ରାଜପଥ ସାଇରାମ ହୋଟେଲ ସମ୍ମୁଖରେ ପିକ ଅପ ଭ୍ୟାନର ପଛ ଚକା ଫାଟି ଯାଇ ଥିଲା।ଗାଡ଼ି ଟି ଦୃତ ଗତି ଥିବାରୁ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା।ତେବେ ସେଥିରେ ଥିବା ୪୨ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦ରୁ ଅଧିକ ଶ୍ରମିକ ଗୁରୁତ୍ୱର ଓ ୩ ଜଣଙ୍କ ଜୀବନ ସଙ୍କଟାପୂର୍ଣ୍ଣ। ହୋଇଥିଲେ।ସ୍ଥାନୀୟ ଲୋକମାନେ ଉଦ୍ଧାର କରି ସେମାନଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଇ ଥିବା ଜଣା ପଡ଼ିଛି।ସେଠାରେ ସେମାନଙ୍କର ଚିକିତ୍ସା ଚାଲିଥିଲା ବେଳେ ଜଳେଶ୍ୱର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇ ଯାଇଛି।

Leave A Reply

Your email address will not be published.