୮ଟି ଶିଳ୍ପ ପ୍ରକଳ୍ପକୁ ୧୨୫୦ କୋଟି ଅନୁମୋଦନ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ୧୨୦ତମ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କମିଟି ପ୍ରାୟ ୧୨୫୦ କୋଟି ଟଙ୍କା ବିନିଯୋଗରେ ୮ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛି । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ୩୬୪୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା   ସଙ୍ଗେ ସଙ୍ଗେ ଯଥେଷ୍ଟ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି । 

ପୁଞ୍ଜିନିବେଶ ଉଦ୍ଦେଶ୍ୟକୁ ଦୃଢ଼ ବାସ୍ତବତାରେ ପରିଣତ କରିବାଦିଗରେ ଓଡ଼ିଶା ସରକାରଙ୍କ ପ୍ରଗତିଶୀଳ ଦୃଷ୍ଟିକୋଣ ଫଳପ୍ରଦ ହେବାରେ ଲାଗିଛି । ଏହି ବିବିଧ ପ୍ରକଳ୍ପଗୁଡ଼ିକର ସଫଳ ଅନୁମୋଦନ ଆର୍ଥିକ ବର୍ଷ ୨୦୨୩ରେ ଚାଲିଥିବା ପୁଞ୍ଜିନିବେଶକୁ ଆକୃଷ୍ଟ କରିବାରେ ରାଜ୍ୟମାନଙ୍କ ମଧ୍ୟରେ ଦେଶର ଦ୍ୱିତୀୟ ସର୍ବାଧିକ ଚାହିଦାପୂର୍ଣ୍ଣ ନିବେଶ ସ୍ଥଳ ଭାବରେ ନିଜର ପ୍ରତିଷ୍ଠା ବଜାୟ ରଖିବା ଏବଂ ଉନ୍ନତ କରିବାକୁ ରାଜ୍ୟ ସରକାରଙ୍କ ସଂକଳ୍ପକୁ ସୂଚାଉଛି ।

୧୨୦ ତମ ଏସ୍ଏଲ୍ଏସଡବ୍ଲ୍ୟୁସିଏ ରେ ଏସବୁ ପ୍ରକଳ୍ପଗୁଡ଼ିକୁ ସବୁଜ ସଂକେତ ମିଳିଛି,  ଯାହାକି ଓଡ଼ିଶାରେ ଶିଳ୍ପ ଇକୋସିଷ୍ଟମର ଦୃତ ସଂପ୍ରସାରଣ ସଂପର୍କରେ ଉଦାହରଣ ଦେଉଛି । ପୋଷାକ ଏବଂ ବୟନ ଶିଳ୍ପ କ୍ଷେତ୍ରରେ ବିକେ ଇଣ୍ଟରନ୍ୟାସନାଲ ପ୍ରାଇଭେଟ୍ ଲିମିଟେଡ୍ କୁ ଏକ ମୋଜା ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ଦିଆଯାଇଛି, ଯାହା ୫୨.୦୦ କୋଟି ଟଙ୍କାର ପୁଞ୍ଜିନିବେଶ ଆଣିବ ଏବଂ ୮୦୦ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ ବୋଲି ଆକଳନ କରାଯାଇଛି । ମମତା ଫେବ୍ରିକ୍ସ ପ୍ରାଇଭେଟ୍ ଲିମିଟେଡ୍ ର ରେଡିମେଡ୍ ପୋଷାକ ଉତ୍ପାଦନ ୟୁନିଟ୍ ୫୦.୦୦ କୋଟି ଟଙ୍କା ବିନିଯୋଗରେ ପ୍ରତିଷ୍ଠା ହେବ ଏବଂ ଏହା  ଖୋର୍ଦ୍ଧାରେ ବୟନ ଶିଳ୍ପକୁ ଆହୁରି ସୁଦୃଢ଼ କରି ୨,୦୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.