ନାବାଳକ ଲଲିତ ଜୈନ ମୃତ୍ୟୁ ମାମଲା; ଆମ ଆଦମି ପାର୍ଟିର ପ୍ରତିବାଦ

କଣ୍ଟାବାଞ୍ଜି ୨୬/୭ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନୂଆପଡ଼ା ୱାର୍ଡ଼ ନଂ ୬ ବାସିନ୍ଦା ପ୍ରମୋଦ ଜୈନଙ୍କ ଏକମାତ୍ର ୧୫ ବର୍ଷିଆ ପୁଅ ଲଲିତ ଜୈନକୁ ହତ୍ୟା ଅଭିଯୋଗ ନେଇ କଣ୍ଟାବାଞ୍ଜି ଆମ ଆଦମି ପାର୍ଟିର ସ୍ଥାନୀୟ ଇନ୍ଦିରା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା, ସୂଚନା ଯୋଗ୍ୟ ଯେ ମୃତ ଲଲିତ ଜୈନ ଓ କଣ୍ଟାବାଞ୍ଜି ପୁଲିସ ଥାନା ପରିସରରେ ଠେଲା ଚାଟ ବିକ୍ରି କରୁଥିବା ଜଣେ ରାଜସ୍ଥାନୀ ଶଙ୍କର ଲାଲ ଡ଼ଙ୍ଗୀଙ୍କ ପୁଅ ଚନ୍ଦ୍ର ଡ଼ଙ୍ଗୀ ଉକ୍ତ ନାବାଳିକାକୁ ବ୍ଲାକମେଲ କରି ୧୧ ଲକ୍ଷ ଟଙ୍କା ହାତେଇଥିଲେ ବୋଲି ଉକ୍ତ ନାବାଳିକାଙ୍କ ଠାରୁ ପ୍ରଥମରୁ ଚର୍ଚ୍ଚା ହେଉଥିଲା, କିନ୍ତୁ କଣ୍ଟାବାଞ୍ଜି ଆଲିଶାନ ଲାଇଫ ଷ୍ଟାଇଲରେ ଏକ କଙ୍ଗାରୁ କୋର୍ଟ ବସି ମୃତ ନାବାଳକ ଲଲିତ ଜୈନକୁ ତାଙ୍କ ବାପା ପ୍ରମୋଦ ଜୈନଙ୍କ ସମ୍ମୁଖରେ ୧୧ ତାରିଖ ରାତିରେ ମାଡ଼ ମାରିବା ସହ କିଛି ଟଙ୍କା ଫେରସ୍ତ କରିଥିଲେ, ଶଙ୍କର ଲାଲ ଡ଼ଙ୍ଗୀଙ୍କ ପୁଅ ଚନ୍ଦ୍ର ଡ଼ଙ୍ଗୀ ଇନଷ୍ଟାଗ୍ରାମରେ ଫଲୋଅର୍ସ ବଢ଼ାଇବାକୁ ମୃତ ଲଲିତର ଜରିଆରେ ଚନ୍ଦ୍ର ଡ଼ଙ୍ଗୀ ନାବାଳିକାଙ୍କ ଠାରୁ ପଇସା ନେଉଥିଲେ ବୋଲି ଉକ୍ତ କଙ୍ଗାରୁ କୋର୍ଟରେ ପ୍ରକାଶ କରିଥିଲେ ନାବାଳିକା, ଚନ୍ଦ୍ର ୨ ଲକ୍ଷ ଟଙ୍କା ନାବାଳିକାଙ୍କ ଠାରୁ ଡାଇରେକ୍ଟ ନେଇଥିବା ବେଳେ ମୃତ ଲଲିତଙ୍କ ଜରିଆରେ ୧ ଲକ୍ଷ ୮୦ ହଜାର ଟଙ୍କା ନେଇଥିଲେ, ଏଠାରେ ପ୍ରଶ୍ନ ଯୋଗ୍ୟ ଯେ ଚନ୍ଦ୍ର ଡ଼ଙ୍ଗୀ ବି ଜଣେ ନାବାଳକ ଛାତ୍ର ହୋଇଥିବା ବେଳେ କେମିତି ଇନଷ୍ଟାଗ୍ରାମରେ ଫଲୋଅର୍ସ ବଢ଼ାଉଥିଲେ..? ଇନଷ୍ଟାଗ୍ରାମରେ ଫଲୋଅର୍ସ ବଢ଼ାଇବାକୁ ନେଉଥିଲେ ନା ବ୍ଲେକମେଲିଙ୍ଗ କରି ନେଉଥିଲେ…? ଅନ୍ୟ ପକ୍ଷରେ ପାକିସ୍ଥାନ ଭାରତୀୟ ଛାତ୍ରଛାତ୍ରୀ ମାନଙ୍କୁ ଟାର୍ଗେଟ କରି ଇଣ୍ଟରନେଟ ଜରିଆରେ ଜୁଆ ଖେଳଯାଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି, ଓ ରାଜସ୍ଥାନ ସହ ପାକିସ୍ତାନର ଲିଙ୍କ ରହିଥିବା ଜଣାପଡ଼ିଛି ଓ ଚନ୍ଦ୍ର ଡ଼ଙ୍ଗୀ ରାଜସ୍ଥାନର ଅଟନ୍ତି, ତେଣୁକରି ପୁଲିସ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାର ଯୋଗ୍ୟ ବୋଲି ଅନେକ କ୍ଷେତ୍ରରେ ପ୍ରତିକ୍ରିୟା ପ୍ରକାଶ ପାଇଛି, ଆଜି କଣ୍ଟାବାଞ୍ଜି ଆମ ଆଦମି ପାର୍ଟିର ସଂଯୋଜକ ଶ୍ରୀ ସୁରଥ ବେହେରା କଣ୍ଟାବାଞ୍ଜି ନଗର ସଭାପତି ବିଷ୍ଣୁ ପୁଞ୍ଜି. ତୁରେକେଲା ବ୍ଲକ ସଭାପତି ବିନୋଦ ପୁଟେଲ. ଧାମନଡ଼ଙ୍ଗା ସଭାପତି ଡ଼ୋଲାମଣୀ ମହତ. ବେଲପଡ଼ା ବ୍ଳକ ସଭାପତି ଜମ୍ବେଶ୍ଵର ନାଗ. କଣ୍ଟାବାଞ୍ଜି ବରିଷ୍ଠ ସଦସ୍ୟ ତଥା ଆମ ଆଦମି ପାର୍ଟି ନେତା ହାଡ଼ୁ ଛତ୍ରୀଆ. ବିନୋଦ ସାହୁ. ରାଧେ ରେଡି ପ୍ରମୁଖ ଉପସ୍ଥିତରେ ଇନ୍ଦ୍ରା ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୃତ ଲଲିତ ଜୈନଙ୍କ ଫୋଟ ଚିତ୍ରରେ କେଣ୍ଡଲ ଜଳାଇ ଲଲିତର ଅମର ଆତ୍ମାର ସଦ ଗତି ନିମନ୍ତେ ଶାନ୍ତି ପ୍ରାର୍ଥନା କରିଥିଲେ, ସୁରଥ ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଶବ ବ୍ୟବଚ୍ଛେଦ କରିଥିବା ଡ଼ାକ୍ତର ଦେବାଶିଷ ତ୍ରିପାଠୀ ତାଙ୍କୁ ସିଗନେଚର କରିବା ପାଇଁ କହିବାରୁ ସେ କରିଥିଲେ, ଜିଆରପି ପୁଲିସ ଶବ ବ୍ୟବଚ୍ଛେଦ କରିବା ବିନା ପୋତି ଦେଇଥିଲେ. କଣ୍ଟାବାଞ୍ଜି ପୁଲିସ ମାଟି ତଳୁ ଶବ ଉଦ୍ଧାର କରିବା ପରେ ଶବ ବ୍ୟବଚ୍ଛେଦ କରିବା ବିନା ଅନ୍ତିମ ସଂସ୍କାର ନିମନ୍ତେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଦେଇଥିଲେ ଅତି ତରବରରେ, ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଭାଇ ବରିୟମ ସିଂ ସାଲୁଜାଙ୍କ ସମ୍ପୃକ୍ତି ଥିଲେ ହିଁ କଣ୍ଟାବାଞ୍ଜି ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାହୁଁନାହିଁ ବୋଲି କହିଥିଲେ, ଅନ୍ୟ ପକ୍ଷରେ ପ୍ରମୋଦ ଜୈନ ମଧ୍ୟ ପ୍ରକାଶ କରିଛନ୍ତି ଯେ ନାଗୁ ସିଂଙ୍କ ସମ୍ପୃକ୍ତି ରହିଥିବା, ଦିନ ଯେମିତି ଗଡ଼ି ଚାଲିଛି ପୁଲିସ ଉପରେ ସେତିକି ସନ୍ଦେହ ବଢ଼ି ଚାଲିଛି

Leave A Reply

Your email address will not be published.