କଲେଜ ଅଧକ୍ଷଙ୍କ ବିରୁଦ୍ଧରେ ଥାନାରେ ଏତଲା

ଗଞ୍ଜାମ: ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ନାମରେ  ଜଣେ ଛାତ୍ର ଅଭିଯୋଗ ଆଣି ଛତ୍ରପୁର ଥାନା ରେ  ତାଙ୍କ ନାମରେ ଏତଲା ଦେଇଛନ୍ତି, ଉକ୍ତ ଛାତ୍ର ଜଣକ ହେଲେ ସlବୁଳିଆ ଗ୍ରାମର ଯୁକ୍ତ ତିନି ଅର୍ଥ ନୈତିକ ବିଜ୍ଞାନ ବିଭାଗ ର ତୃତୀୟ ବର୍ଷର ଛାତ୍ର ସରୋଜ କୁମାର ପଟ୍ଟନାୟକ,ସୂଚନା ଯୋଗ୍ୟ ଯେ ସରୋଜ  ବାରମ୍ବାର ପରୀକ୍ଷା ଦେବା ସତ୍ୱେ ମଧ୍ୟ ଜାଣି ଶୁଣି କଲେଜ କର୍ତ୍ତୃପକ୍ଷ ତାଙ୍କୁ ଅନୁପସ୍ଥିତ ଦର୍ଶାଉଥିବା ସହ  ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ତାଙ୍କର  ସମସ୍ତ ବିଷୟରେ ଶୁନ ମାର୍କ ଦିଆଯାଇଛି, ଏନେଇ ମହାବିଦ୍ୟାଳୟ ଅଧ୍ୟକ୍ଷ ଏବଂ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ର ପରୀକ୍ଷା ପରିଚାଳକ ନିକଟରେ ଅଭିଯୋଗ ପତ୍ର ଦେଲେ ମଧ୍ୟ କୋଣସି ସମାଧାନ ହୋଇନାହିଁ , ସେ ଗତବର୍ଷ ମେ 2022ରେ ତୃତୀୟ ସେମିଷ୍ଟାର ପରୀକ୍ଷା ଦେଇଥିଲେ ପରୀକ୍ଷା ର ଫଳାଫଳ ସମସ୍ତ ବିଷୟରେ ଶୁନ ମାର୍କ ଦିଆଯାଇଥିଲା , ପୁଣି ଚଳିତ ବର୍ଷ ତୃତୀୟ ସେମିଷ୍ଟାର ବେକ ପେପର ପାଇଁ ଫର୍ମ ଫିଲପ କରି ମାର୍ଚ୍ଚ 2023ରେ ପରୀକ୍ଷା ଦେଇଥିଲେ, ଯେତେବେଳେ ପରୀକ୍ଷା ର ଫଳାଫଳ ବାହାରିଲା ତାଙ୍କୁ  ତିନୋଟି ଅନୁପସ୍ଥିତ ଥିବା ଦର୍ଶାଇ ଥିବା ବେଳେ ଦୁଇଟି ବିଷୟରେ ଶୁନ ମାର୍କ ଦେଇଛନ୍ତି, ତାଙ୍କୁ  ଉଦେଶ୍ୟ ମୂଳକ ଭାବେ ହାରାସ କରାଯାଉଥିବାରୁ ଶେଷରେ  ଏହି ସମସ୍ୟା ର ସମାଧାନ ନିମନ୍ତେ ମହାବିଦ୍ୟାଳୟ ର ଅଧ୍ୟକ୍ଷଙ୍କୁ ଭେଟିଥିଲେ,  କିନ୍ତୁ ମହାବିଦ୍ୟାଳୟ ଅଧ୍ୟକ୍ଷ  ତାଙ୍କୁ କଟୁ ଭାଷା ରେ ଗାଳି ଗୁଲଜ କରି କହିଥିଲେ ବୋଲି ଛାତ୍ର ସରୋଜ କୁମାର ପଟ୍ଟନାୟକ ଛତ୍ରପୁର ଥାନାରେ ଲିଖିତ ଭାବେ ଅଭିଯୋଗ କରିବା ସହିତ ଅଭିଯୋଗ ପତ୍ର ରେ ମଧ୍ୟ ଏହା ଦର୍ଶାଇଛନ୍ତି, ଛତ୍ରପୁର ଥାନା ପକ୍ଷରୁ ଘଟଣା ତଦନ୍ତ ଚଳାଇଥିବା ବେଳେ ମହାବିଦ୍ୟାଳୟ ଅଧ୍ୟକ୍ଷ ଙ୍କ ଏ ସମ୍ବନ୍ଧ ରେ ସଠିକ ପ୍ରତିକ୍ରିୟା ମିଳିପାରିନି । ଆଗରୁ ଏପରି ଅନେକ ଛାତ୍ର ଛାତ୍ରୀ ମାନକୁ ଡରାଇ ଧମକାଇ ହିଟଲର ଶାସନ ଭଳି ଅନେକ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳି ଆସୁଛନ୍ତି  ଅଧକ୍ଷ କିଶୋର ଚନ୍ଦ୍ର ବେହେରା ବୋଲି ପୂର୍ବତନ ଛାତ୍ର ମହେଶ ଗଉଡ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.