ଖୋର୍ଦ୍ଧା: ବାବୁ ବନମାଳି ପରିଡା ଛନ୍ଦି ହେଇଗଲେ ଭିଜିଲାନ୍ସର ଜାଲରେ। ବନମାଳି ପରିଡା ନୟାଗଡ ଜିଲ୍ଲା ଗଣିଆରେ ଅତିରିକ୍ତ ତହସିଲଦାର। ପୁର୍ବରୁ ଜବତ ହୋଇଥିବା ବାଲି ବୋଝେଇ ହାୱାଇ ଗାଡିକୁ ରଫା ଦଫା କରି ଦେବା ପାଇଁ ନେଉଥିଲେ ଗାଡି ମାଲିକ ଠାରୁ ମାତ୍ର ୧୩,୦୦୦ ହଜାର ଟଙ୍କା। ପ୍ରକାଶ ଥାଉକି ବାବୁ ଅତିରିକ୍ତ ତହସିଲଦାର ବନମାଳି ପରିଡା, ଗାଡି ମାଲିକ ଠାରୁ ୧୩,୦୦୦ ଟଙ୍କା ନେଇ ହାୱାଇ ଗାଡିକୁ ଖଲାସ କରିବା ପାଇଁ ଯୋଜନା କରିଥିଲେ। ବାବୁ ଅତିରିକ୍ତ ତହସିଲଦାର ଅଗ୍ରୀମ ୧୦,୦୦୦ ହଜାର ନେଇ ଯାଇଛନ୍ତି। ବାକି ୩,୦୦୦ ହଜାର ପାଇଁ ମାମୁ ଘରକୁ ଗଲେ। ଯେଉଁ ମାନେ ଖଣି ଖାଦାନ, ବାଲି,ଗୋଡି, ମାଟି ଖାଇ ହଜମ କରି ଦେଉଛନ୍ତି, ସେଥିରେ ବିଚାରା ଅତିରିକ୍ତ ତହସିଲଦାର ଙ୍କୁ ଖାଇବାକୁ କେତେ ସମୟ ଲାଗିବ। ଶ୍ରୀ ପରିଡା ଙ୍କ ବିରୁଦ୍ଧରେ ଆଉ କଛି ତଥ୍ୟ ଭିଜିଲାନ୍ସ ତରଫରୁ ଖୋଜାଖୋଜି ଚାଲିଛି ଯାହା ଭିଜିଲାନ୍ସ ଅଧିକାରୀ ମନ୍ତବ୍ଯ ରଖିଛନ୍ତି।