ଉପ ଡାକଘରେ ଜମାକାରୀଙ୍କ ଟଙ୍କା ହଡ଼ପ

ଜଳେଶ୍ଵର ବ୍ଲକ, ୨୭/୭, (ନ ନ୍ୟୁ ସ) ଉପ ଡାକଘରେ ଜମା ଥିବା ଲକ୍ଷାଧିକ ଟଙ୍କାକୁ ହଡ଼ପ କରିନେଲେ କାର୍ଯ୍ୟରତ ପୋଷ୍ଟମାଷ୍ଟର।ଟଙ୍କା ଆପୋଷ ଦାବୀ କରି ପୋଷ୍ଟ ମାଷ୍ଟରଙ୍କ ସହ ଅଡିଟରେ ଆସି ଥିବା ଦୁଇ ଅଡିଟ ଅଧିକାରୀଙ୍କୁ ଅଟକ ରଖିବା ସହିତ ଡାକ ଘର ସମ୍ମୁଖରେ ଉତ୍ତେଜନା ଜାରୀ। ଘଟଣାରୁ ଜଣା ପଡ଼ିଛି, ଜଳେଶ୍ୱର ବ୍ଲକ ଝାଡ଼ପିମ୍ପଳ ପଞ୍ଚାୟତ ଝାଡ଼ପିମ୍ପଳ ଗ୍ରାମରେ ଥିବା ଉପ ଡାକଘରେ ସଞ୍ଜିବ ହାଁସଦା ପୋଷ୍ଟ ମାଷ୍ଟର ଭାବେ ଦୀର୍ଘ ୫ ବର୍ଷ ଧରି କାର୍ଯ୍ୟରତ ରହି ଆସୁଛନ୍ତି।ଉକ୍ତ ପୋଷ୍ଟ ଅଫିସର ରେ ୧୨ଶହ ରୁ ଉର୍ଦ୍ଧ ଜମାକାରୀ ଥିବା ବେଳେ ୧୦ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଜମା ରହି ଥିବା ଜମାକାରୀ ମାନେ ସୂଚନା ଦେଇଛନ୍ତି। ପୋଷ୍ଟ ମାଷ୍ଟର ସଞ୍ଜିବ ହାଁସଦା ଟଙ୍କା ଜମା କରିବାକୁ ଆସୁଥିବା ଜମାକାରୀଙ୍କ ର ଟଙ୍କା କୁ ଜମା ନ କରି ଲିଙ୍କ ନାହିଁ ବୋଲି କହିବା ସହିତ ପରେ ଜମା କରିଦେବେ ବୋଲି ପ୍ରତିଶୃତି ଦେଇ ଟଙ୍କା ନିଜ ପାଖରେ ରଖି ଦେଉଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଉକ୍ତ ଟଙ୍କାକୁ ଚଳୁ କରି ଜମାକାରୀଙ୍କ ପାସବୁକ ରେ ନିଜ ହାତରେ ଲେଖି ତାହାକୁ ନିଜ ପାଖରେ ରଖି ଦେଉଥିଲେ। ଜମାକାରୀ ମାନେ ବାରମ୍ବାର ପାସବୁକ ମାଗି ମାଗି ନୟାନ୍ତ ହେଉଥିଲେ ମଧ୍ୟ ସେ ପାଶବୁକ୍ ଦେଉ ନ ଥିଲେ। କିଛି ଦିନ ପରେ ଜମାକାରୀ ମାନେ ତାଙ୍କ ଆକାଉଣ୍ଡ ରୁ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଜାଣିବାକୁ ପାଇ ଥିଲେ। ଆଜି ଟଙ୍କା ପାଇଁ ଜାମାକାରୀ ମାନେ ଉପ ଡାକଘରେ ପହଞ୍ଚି ପୋଷ୍ଟ ମାଷ୍ଟର ସଞ୍ଜିବ ହାଁସଦାଙ୍କ ସହିତ ଦୁଇ ଜଣ ଅଡିଟର ଅଫିସରଙ୍କୁ ଅଟକ ରଖିବା ସହିତ ଉତ୍ତେଜନା ଜାରୀ ରଖିଥିବା ଦେଖିବାକୁ ମିଳିଛି। ଜମାକାରୀ ବାସନ୍ତୀ ଗିରି, ରେବତୀ ଗିରି, ବନବିହାରୀ ଗିରି, ଯତୀନ୍ଦ୍ର ନାଥ ଗିରିଙ୍କ ସହ ବହୁ ଜମାକାରୀ ମାନେ ଉପସ୍ଥିତ ରହି ହୋ ହାଲ୍ଲା କରୁଥିବା ଦେଖିବାକୁ ମିଳିଥିଲା ଏବଂ ଝାଡ଼ପିମ୍ପଳ ଉପ ଡାକଘରର କାର୍ଯ୍ୟରତ ପୋଷ୍ଟମାଷ୍ଟର ସଞ୍ଜିବ ହାଁସଦା ଟଙ୍କା ଆବଶ୍ୟକ ଥିଲା ବୋଲି କହିବା ସହ ସେ ଉକ୍ତ ଟଙ୍କା ଖର୍ଚ୍ଚ ଦେଇଛନ୍ତି ବୋଲି ମାନି ଥିଲେ। ଜମାକାରୀ ତାଙ୍କ ଜମା ଟଙ୍କା ଫେରସ୍ତ ନ ହେବା ପର୍ଯ୍ୟନ୍ତ ସେଠାରେ ଉପସ୍ଥିତ ରହିବେ ବୋଲି ରୋକ ଠୋକ୍ ସୂଚନା ଦେଇଥିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ଡାକ ବିଭାଗର ଅଧିକାରୀ କିମ୍ବା ପ୍ରଶାସନ ଉତ୍ତେଜନା ସ୍ଥାନକୁ ଆସି ନ ଥିବା ଜଣା ପଡ଼ିଛି।

Leave A Reply

Your email address will not be published.