କଣ୍ଟାବାଞ୍ଜି ୨୯/୭ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ବର୍ତ୍ତମାନର ବହୁ ଚର୍ଚ୍ଚିତ ଲଲିତ ମୃତ୍ୟୁ ମାମଲାର ଗୁରୁମ ଧିରେ ଧିରେ ପଦାକୁ ବାହାରି ଚାଲିଛି, ନାବାଳକ ଲଲିତ ଜୈନର ମୃତ୍ୟୁ ଯେତିକି ରହସ୍ୟ ଲୁଚି ରହିଛି ସେତିକି ପୁଲିସ ଉପରେ ସନ୍ଦେହ ବଢ଼ି ଚାଲିଛି, ଗତ ୧୩ ତାରିଖ ଦିନ ନାବାଳକ ଲଲିତ ଜୈନର ମୃତ ଦେହକୁ କଣ୍ଟାବାଞ୍ଜି ଜିଆରପି ପୁଲିସ କୁକୁଡ଼ାହାଡ଼ ଗାଁ ନିକଟସ୍ଥ ରେଳଧାରଣାରୁ ଉଦ୍ଧାର କରି କଣ୍ଟାବାଞ୍ଜି ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରିଥିବା ଦାବି କରୁଥିଲା, ହେଲେ ଯେଉଁ ଡ଼ାକ୍ତର ଶବ ବ୍ୟବଚ୍ଛେଦ କରିଥିବା କହୁଥିଲେ ସେହି ଡ଼ାକ୍ତର ଦେବାଶିଷ ତ୍ରିପାଠୀ ବର୍ତ୍ତମାନ ମନା କରି ଦେଇଛନ୍ତି ଯେ ସେ ରୋଗୀଙ୍କ ଚିକିତ୍ସାରେ ବ୍ୟସ୍ତ ଥିବା ସମୟରେ ଦସ୍ତଖତ କରିଦେବା ପାଇଁ କହିଲେ ତେଣୁକରି ସେ ବ୍ୟସ୍ତ ବହୁଳ ଭିତରେ ଦସ୍ତଖତ ନେଇ ଯାଇଛନ୍ତି ବୋଲି ପ୍ରକାଶ କରିଛନ୍ତି, ସବୁ ନାଟର ଗୋବର୍ଦ୍ଧନ କଣ୍ଟାବାଞ୍ଜି ଜିଆରପି ପୁଲିସ ବୋଲି କୁହାଯାଉଛି, ଏହା ପୂର୍ବରୁ ଯେଉଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୋଶଳକର ଥିଲେ ସେ ବର୍ତ୍ତମାନ ଥିଲେ କେହିଜଣେ ବି ଏହି ମାମଲାର ଦୋଷୀଙ୍କ ତ୍ରାହି ପାଇବା ମୁସ୍କିଲ ହୋଇଥାନ୍ତା ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି, ୧୫ ଦିନ ବିତିଯାଇଥିଲେ ସୁଦ୍ଧା ନାବାଳକ ଲଲିତ ଜୈନର ଅନ୍ୟ ଅପରାଧୀ ମାନଙ୍କୁ ଧରିବାକୁ ଲାଜେଇ ଯାଉଛି ପୁଲିସ, ଖୋଲମଖୋଲା ଅପରାଧିଙ୍କ ନାଁ ନେଇଛନ୍ତି ପୀଡ଼ିତ ପ୍ରମୋଦ ଜୈନ ତଥାପି କେଉଁ ଉଦ୍ଦେଶ୍ଯରେ ହାତ ମାରି ପାରୁନି ପୁଲିସ, ଫଳରେ ପୁଲିସ ଉପରେ ଥୁ-ଥୁ କରିବାକୁ ବସିଲେଣି ଜନସାଧାରଣ, ଘଟଣା ଦିନ ଠାରୁ ଜିଆରପି ପୁଲିସ ଓ.ଆଇ.ସି. ସୀତାରାମ ସୁନାରି ବାବୁ କଣ୍ଟାବାଞ୍ଜି ଜିଆରପି ଫାଣ୍ଡିରୁ ଫେରାର ଥିବା ବେଳେ ତାଙ୍କ ଯୋଗାଯୋଗ ନମ୍ବରରେ ଯେତେ କଲ କଲେ ସୁଦ୍ଧା ଉଠାଉ ନାହାନ୍ତି, କାହିଁକି ଜଣେ ନାବାଳକ ଉପରେ ଏତେ ସବୁ ମିଥ୍ୟା ତଥ୍ୟ ଦେଲେ…? ସତରେ ରେଳଧାରଣାରୁ ଶବ ଉଦ୍ଧାର କଲେ ନା ଅନ୍ୟ ସ୍ଥାନରୁ ଉଦ୍ଧାର କଲେ..? ଯଦି ସତରେ ରେଳଧାରଣାରୁ ଉଦ୍ଧାର କଲେ ତେବେ ତାର ପ୍ରମାଣ ସ୍ବରୂପ କିଛି ଫୋଟ ଚିତ୍ର କାହିଁକି ଦେଉ ନାହାନ୍ତି…? ଅନ୍ୟ ଶବ ମାନଙ୍କୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଡ଼ାକି ଶବ ଉଦ୍ଧାର କରନ୍ତି ହେଲେ ନାବାଳକ ଲଲିତ ଜୈନର ଶବ ଉଦ୍ଧାର ବେଳେ କାହିଁକି ଡ଼ାକିଲେ ନାହିଁ..? କେଉଁ ଟ୍ରେନରେ ଦୁର୍ଘଟଣା ଘଟିଥିଲା..? ଟ୍ରେନ ଚଳାଚଳ ଷ୍ଟେସନ ପ୍ରବନ୍ଧକଙ୍କୁ ଏନେଇ ସୂଚନା ଦେଇଥିଲେ କି..? ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ କଣ୍ଟାବାଞ୍ଜି ବାସିନ୍ଦାଙ୍କ ପ୍ରଶ୍ନ ଯେ ପୁଲିସ ଉପରେ ଆଉ ଭରଷା କରିବା ନା ନାହିଁ..?