ରାଷ୍ଟ୍ରପତିଙ୍କୁ ଭେଟିଲେ ଓଳାଶୁଣୀ ଗୁମ୍ଫା ଟ୍ରଷ୍ଟ ସଦସ୍ୟ


ବାଲିଚନ୍ଦ୍ରପୁର, ୨୯ା୭(ନ.ନ୍ୟୁ.ସ) : ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ଓଡ଼ିଶାଗସ୍ତ ଅବସରରେ ରାଜଭବନଠାରେ ଓଳାଶୁଣୀ ଗୁମ୍ଫା ଉନ୍ନୟନ ଟ୍ରଷ୍ଟର ସଦସ୍ୟମାନେ ତାଙ୍କୁ ସୋ÷ଜନ୍ୟ ସାକ୍ଷାତ କରିଥିଲେ । ଓଡ଼ିଶାର ଧର୍ମ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗରେ ଗୋ÷ରବମଣ୍ଡିତ କ୍ଷେତ୍ର ତଥା ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଓଳାଶୁଣୀ ଗୁମ୍ଫାପୀଠର ସର୍ବାଙ୍ଗୀନ ବିକାଶ ସହିତ ଏହି କ୍ଷେତ୍ରକୁ ଆସିବା ପାଇଁ ସେମାନେ ମହାମହିମ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ଜଣାଇଥିଲେ । ପ୍ରାକୃତିକ ପରିବେଶମଣ୍ଡିତ ଏହି କ୍ଷେତ୍ରର ପର୍ଯ୍ୟଟନ ଓ ଧାର୍ମିକ ଭିତ୍ତିଭୂମି ସହିତ ପାହାଡ଼ ପାଦଦେଶରେ ପ୍ରାଚୀନ ପ୍ରସ୍ତର ଗୁମ୍ଫାରେ ପୂଜା ପାଉଥିବା ମା’ ଓଳାଶୁଣୀଙ୍କ କ୍ଷେତ୍ରର ବିକାଶ ପାଇଁ ଟ୍ରଷ୍ଟ ପକ୍ଷରୁ ଏକ ନିବେଦନ ପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ । ଏକଦା ପ୍ରାଚୀନ ଉକ୍ରଳର ରାଜଧାନୀ ଥିଲା ପୁଣ୍ୟକ୍ଷେତ୍ର ଯାଜପୁର-ବିରଜାକ୍ଷେତ୍ର ସମୂହରେ ବିକଶିତ ଧର୍ମ-ସଂସ୍କୃତିପୀଠ, ବିଶେଷକରି ବିଶ୍ୱବିଖ୍ୟାତ ହୀରକ ତ୍ରିଭୁଜ ବୋ÷ଦ୍ଧସର୍କିଟ ଉଦୟଗିରି-ରନôଗିରି-ଲଳିତଗିରିର ବିକାଶ ସଂପର୍କରେ ମଧ୍ୟ ସଦସ୍ୟମାନେ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଓଡ଼ିଶାର ସାଂସ୍କୃତିକ-ଧାର୍ମିକ ଓ ପର୍ଯ୍ୟଟନ ପରିମଣ୍ଡଳରେ ଥିବା ଯାଜପୁର ଜିଲ୍ଲାର ଏହିସବୁ ବିଭବବନ୍ତ କ୍ଷେତ୍ର କିଭଳି ଦେଶ ବିଦେଶର ପର୍ଯ୍ୟଟକ, ଗବେଷକ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଆକର୍ଷଣୀୟ କ୍ଷେତ୍ର ହୋଇପାରିବ ସେ ସଂପର୍କରେ ପ୍ରତିନିଧିମଣ୍ଡଳ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ । ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ପ୍ରକାଶିତ ସନ୍ଥସାଧକଙ୍କ ଆତ୍ମଜୀବନୀମୂଳକ ଅମୂଲ୍ୟ ଗ୍ରନ୍ଥ ‘ମହୀମଣ୍ଡଳ ଗୀତା’ ଓ ସନ୍ଥ ଅରକ୍ଷିତ ଦାସ ଫାଉଣ୍ଡେସନ ପକ୍ଷରୁ ପ୍ରକାଶିତ ‘ଓଳାଶୁଣୀ’ ପୁସ୍ତକକୁ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା । ଟ୍ରଷ୍ଟ ପକ୍ଷରୁ ଅଧ୍ୟକ୍ଷ ଶରତ ଚନ୍ଦ୍ର ପ୍ରଧାନ, ଉପାଧ୍ୟକ୍ଷ ଦାମୋଦର ସ୍ୱାଇଁ, ମ୍ୟାନେଜିଂ ଟ୍ରଷ୍ଟି ଶୁଭେନ୍ଦୁ କୁମାର ଭୂୟାଁ ଓ ଟ୍ରଷ୍ଟି ବିରୂପାକ୍ଷ ତି୍ରପାଠୀ ପ୍ରମୁଖ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ ।

Leave A Reply

Your email address will not be published.