ସକାଳର ଖବର…. ୩୦-ଜୁଲାଇ-୨୦୨୩, ରବିବାର


➡️୧-ଅଗଷ୍ଟ ୧୬ରୁ ଗଡ଼ିବନି ବସ୍‌: ବସ ମାଲିକଙ୍କ ପାଇଁ ‘ଲାକମି କଣ୍ଟା’ ବନ୍ଦ ହେବ ୧୪ ହଜାର ବସ୍ l

➡️୨-OSSC ଜେଇ ସିଭିଲ ମେନ୍ ପରକ୍ଷାର ପ୍ରଶ୍ନପତ୍ର ଲିକ୍ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ୫୫ ଜଣ ପରୀକ୍ଷାର୍ଥୀଙ୍କୁ ହେଲା କାରଣ ଦର୍ଶାଅ ନୋଟିସ୍।

➡️୩-ନୂଆଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ଭାରତ ମଣ୍ଡପମ ଠାରେ ଆୟୋଜିତ ଦୁଇ ଦିବସୀୟ ଅଖିଳ ଭାରତୀୟ ଶିକ୍ଷା ସଙ୍ଗମକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ l

➡️୪-ଭୁବନେଶ୍ବରରେ ସେଣ୍ଟର ସ୍ଥାପନ କରିବ ସିନୋପ୍‌ସିସ୍‌: ୩୦୦ ଚିପ୍‌ ଡିଜାଇନ ଇଞ୍ଜିନିୟର କାମ କରିବେ l

➡️୫-ମଣିପୁର ହିଂସା ପଛରେ ମିଆଁମାର ପ୍ରବାସୀ; ବାୟୋମେଟ୍ରିକ୍ ସଂଗ୍ରହ ଆରମ୍ଭ କଲେ ରାଜ୍ୟ ସରକାର l

➡️୬-ଉତ୍ତର ଓଡ଼ିଶା ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଗଙ୍ଗୀୟ ପଶ୍ଚିମ ଉପତ୍ୟକା ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଗାମୀ ୪ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

➡️୭-ଅଗଷ୍ଟ ୧ରୁ ଭାରତୀୟଙ୍କୁ ଇ-ଭିଜା ପ୍ରଦାନ କରିବ ରୁଷିଆ l ଭାରତ ସମେତ ମୋଟ୍‌ ୫୨ଟି ଦେଶର ଯାତ୍ରୀମାନଙ୍କୁ ଇ-ଭିଜା ପାଇଁ ଆବେଦନ କରିବାକୁ ଅନୁମତି ଦେଇଛନ୍ତି।

➡️୮-ପୁଣିଥରେ ବୈଜୟନ୍ତ ପଣ୍ଡା ହେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ l ଓଡ଼ିଶାରୁ ଏକ ମାତ୍ର ବୈଜୟନ୍ତ ପଣ୍ଡା ବିଜେପି ରାଷ୍ଟ୍ରୀୟ ପଦାଧିକାରୀରେ ସ୍ଥାନ ପାଇଲେ l

➡️୯-ଟାଇଗର ଷ୍ଟେଟ୍ ମାନ୍ୟତା ବଜାୟ ରଖିଲା ମଧ୍ୟ ପ୍ରଦେଶ, ୭୮୫ ବାଘ ସହ ପ୍ରଥମ ସ୍ଥାନରେ, କର୍ଣ୍ଣାଟକରେ ୫୬୩ ବାଘ l ବିଶ୍ୱର ୭୫% ବାଘ ଭାରତରେ l

➡️୧୦-ବକ୍ସ ଅଫିସ୍‌ରେ ହଇଚଇ କରୁଛି ପୱନ କଲ୍ୟାଣଙ୍କ ଫିଲ୍ମ ‘ବ୍ରୋ’ l ଫିଲ୍ମ ପ୍ରଥମ ଦିନରେ ବକ୍ସ ଅଫିସରେ ୩୦ କୋଟି ଟଙ୍କା କଲା ରୋଜଗାର l

➡️୧୧-ମଣିପୁରରେ ପହଁଚିଲେ ବିରୋଧୀ ମେଣ୍ଟର ସାଂସଦ । ଆଶ୍ରୟ ସ୍ଥଳରେ ପହଞ୍ଚି, ପୀଡିତଙ୍କୁ ଭେଟିଲେ l

➡️୧୨-ମଣିପୁର ଭାଇରାଲ ଭିଡିଓ ମାମଲାର ତଦନ୍ତ ଆରମ୍ଭ କଲା ସିବିଆଇ । ଚିନ୍ତା ବଢାଇଲା ପୂର୍ବତନ ସେନା ମୁଖ୍ୟଙ୍କ ବୟାନ l

➡️୧୩-ଜୋର ଧରିଲା ରାହୁଲ ଗାନ୍ଧୀଙ୍କ ବିବାହ ଚର୍ଚ୍ଚା । ରାହୁଲଙ୍କ ଶିଘ୍ର ବିବାହ ପାଇଁ ମା ସୋନିଆଙ୍କୁ କହିଲେ ମହିଳା ଚାଷୀ ଅତିଥି l

➡️୧୪-ଜାତିସଂଘ ନିରାପତ୍ତା ପରିଷଦକୁ ପ୍ରଦାନ କରାଯାଇଥିବା ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଅଲକାଏଦା ସହ ମିଶିବ ପାକିସ୍ତାନ-ତାଲିବାନ୍, ବଢିବ ଆତଙ୍କବାଦୀ ଆକ୍ରମଣ l

➡️୧୫-ଚର୍ଚ୍ଚାରେ କେରଳ ଅଭିନେତ୍ରୀ ନିଥ୍ୟାଶଶୀଙ୍କ ହନିଟ୍ରାପ ମାମଲା l ମିଠାମିଠା କଥା, ଅଶ୍ନୀଳ ଭିଡିଓରେ ୭୫ ବର୍ଷୀୟ ଜଣେ ପୂର୍ବତନ ସେନା ଅଧିକାରୀଙ୍କୁ ଫସାଇ ୧୧ ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଅଭିନେତ୍ରୀ ନିତ୍ୟା ଶଶି ।

➡️୧୬-ହିନ୍ଦ-ପ୍ରଶାନ୍ତ କ୍ଷେତ୍ରର ସୁରକ୍ଷା ସୁନିଶ୍ଚିତ ପାଇଁ ଭାରତର ସହଯୋଗ କରିବେ ୟୁଏସ-ଅଷ୍ଟ୍ରେଲିଆ l

➡️୧୭-ଦିନ ଥିଲା ବ୍ରିଟେନ ଭାରତକୁ ଶାସନ କରୁଥିଲା ।ଏବେ ଜଣେ ଭାରତୀୟ ବଂଶୋଦ୍ଭବ ବ୍ରିଟେନର ପ୍ରଧାନମନ୍ତ୍ରୀ ଥିବାବେଳେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ବ୍ରିଟେନର ନଂ୧ ଧନୀ ବ୍ୟକ୍ତିରେ ହେଲେ ପରିଣତ । ଏପରିକି ତାଙ୍କ ସଂପତ୍ତିର ପରିମାଣ ବ୍ରିଟେନର ରାଜା ଚାର୍ଲସଙ୍କଠାରୁ ବି ଅଧିକ ।

➡️୧୮-ଦ୍ବିତୀୟ ଦିନିକିଆ: ଭାରତକୁ ୬ ୱିକେଟ୍‌ରେ ହରାଇଲା ୱେଷ୍ଟଇଣ୍ଡିଜ୍‌ l

➡️୧୯-ଜୁନିଅର୍ ପୁରୁଷ ଏସିଆ କପ୍ ହକି; ଭାରତକୁ ମିଳିଲା ଏଫ୍‌ଆଇଏଚ୍ ବିଶ୍ୱକପ୍ ଯୋଗ୍ୟତା l

➡️୨୦-ୱେଷ୍ଟଇଣ୍ଡିଜ୍‌ ଓ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ୨୦୨୪ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜୁନ୍‌ ୪ ରୁ ୩୦ ତାରିଖ ମଧ୍ୟରେ ଖେଳାଯିବ।

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।

Leave A Reply

Your email address will not be published.