ସକାଳର ଖବର, ୦୧-ଅଗଷ୍ଟ-୨୦୨୩, ମଙ୍ଗଳବାର


➡️୧-ଆଜିଠାରୁ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ହେବ ଆରମ୍ଭ l ସିବିଏସ୍‌ଇ ସିଲାବସ୍‌କୁ ଆପଣାଇବ ସିଏଚ୍‌ଏସ୍‌ଇ l ଏଥର ଯୁକ୍ତ୨ରେ ହେବ ଦୁଇଟି ଇଣ୍ଟରନାଲ୍‌

➡️୨-ଯୁକ୍ତ ଦୁଇ ଶ୍ରେଣୀରେ ସ୍ପଷ୍ଟ ଆଡମିଶନ୍ ଅବଧି ଅଗଷ୍ଟ ୩ ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର l

➡️୩-ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ୍-୨୦୨୧-୨୨ର ପରୀକ୍ଷା ଫଳ । ମୋଟ ୪୩୨ଜଣ ପରୀକ୍ଷାର୍ଥୀ ଏଥର କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ପ୍ରଥମ ସ୍ଥାନରେ ରହିଛନ୍ତି ସୁଦେବ କୁମାର ପୃଷ୍ଟି ।

➡️୪-ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁରଠାରେ ଏକ ନିର୍ମାଣାଧୀନ କଲର୍ଭଟ ଭାଙ୍ଗି ଯିବା ଘଟଣାରେ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୫-ଭାରତର ପ୍ରଥମ ଲର୍ଣ୍ଣିଂ ବୁକ୍ ନୂଆ ଜିଓବୁକ୍ ଉନ୍ମୋଚିତ, ମାତ୍ର ୧୬୪୯୯ ଟଙ୍କାରେ ଅଗଷ୍ଟ ୫ରୁ ହେବ ଉପଲବ୍ଧ l ରିଲାଏନ୍ସ ଡିଜିଟାଲ୍‌ରୁ ଅନଲାଇନ୍ ଓ ଅଫ୍‌ଲାଇନ୍ ମାଧ୍ୟମରେ ଏବଂ ଆମାଜନ୍ ଡଟ୍ ଇନ୍ ରୁ କ୍ରୟ କରାଯାଇପାରିବ l

➡️୬-ରାଜଧାନୀର ବିଭିନ୍ନ ମଲ୍, ହାଟ, ମାର୍କେଟ୍ ଏରିଆରୁ ବାଇକ୍ ଚୋରି କରୁଥିବା ଏକ ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ। ସେମାନଙ୍କଠାରୁ ୩୫ ଟି ଚୋରି ବାଇକ ହେଲା ଜବତ l

➡️୭-ଅସରାଏ ବର୍ଷାରେ ରାଜଧାନୀ ଭୁବନେଶ୍ୱରର ବିଶ୍ୱସ୍ତରୀୟ ଭିତ୍ତିଭୂମିର ବିକଳ ଚିତ୍ର ପଡିଲା ପଦାରେ l ଚାରିଆଡ଼େ ଜଳାର୍ଣ୍ଣବ, ମେୟର ଚୁପ୍‌, ହେଲପଲାଇନ ନମ୍ବର ହେଲା ଅକାମୀ l

➡️୮-ଭୂସ୍ଖଳନରେ ଫସି ଯାଇଥିବା ସନ୍ୟାସୀ ଅଭିନେତ୍ରୀ ନୂପୁର କେଦାରନାଥରୁ ହେଲେ ଉଦ୍ଧାର l

➡️୯-ପୁରୀ ଜିଲ୍ଲା କଣାସ ବ୍ଲକ ବିନ୍ଧଣ ପଞ୍ଚାୟତ ହରସପଡା ଗ୍ରାମର ବିଦ୍ୟାଧର ବିଶ୍ଵାଳଙ୍କ ସୁକନ୍ୟା ପ୍ରିୟଙ୍କା ପ୍ରିୟଦର୍ଶିନୀ ବିଶ୍ଵାଳ ସିଭିଲ ସର୍ଭିସ ପରୀକ୍ଷାରେ ୧୧୭ ରାଙ୍କ ରଖି ହେଲେ କୃତକାର୍ଯ୍ୟ l

➡️୧୦-ରିଲିଜ୍‌ ହେଲା ଫିଲ୍ମଯବାବ ର ‘ଅସୁଲୋଁ ପର୍‌ ଜହାଁ ଆଞ୍ଚ୍‌ ଆୟେ ୱହାଁ ଟକ୍‌ରାନା ଜରୁରୀ ହେ, ବନ୍ଦା ଜିନ୍ଦା ହେ ତେ ଜିନ୍ଦା ନଜର ଆନା ଜରୁରୀ ‌ହେ’ ଗୀତ l

➡️୧୧-ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ୱର ଏମ୍‌ସ ହସ୍ପିଟାଲ ପାଚେରୀ ଭୁଶୁଡ଼ି ୩ ଜଣ ହେଲେ ଆହତ । ସମସ୍ତଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଛି l

➡️୧୨-ଜମି ବଦଳରେ ଚାକିରି; ଲାଲୁଙ୍କ ପରିବାର ଉପରେ ଆକ୍ସନ, ୬ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି l

➡️୧୩-ଚଳନ୍ତା ଟ୍ରେନରେ ଫୁଟିଲା ଗୁଳି, ଚାଲିଗଲା ୪ଜଣଙ୍କ ଜୀବନ । ଜୟପୁର-ମୁମ୍ବାଇ ଯାଉଥିବା ଏକ୍ସପ୍ରେସରେ ଉନ୍ମତକାଣ୍ଡ କଲେ ଆରପିଏଫ ଯବାନ l ଅଭିଯୁକ୍ତ ଗୁଳିମାଡ କରି ଟ୍ରେନରୁ ଡେଇଁ ଫେରାର ହେବା ପରେ ପୁଲିସ ହାତରେ ଧରାପଡିଛି ।

➡️୧୪-ମଣିପୁରରୁ ଫେରି ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ । କହିଲେ କାନ୍ଦୁଛି ମଣିପୁର, ଶୋଇଛନ୍ତି ସରକାର l

➡️୧୫-ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଠିକଣାରେ ପୁଣି ଇଡିର ଚଢ଼ାଉ । ୬କୋଟି ୨ଲକ୍ଷ ଟଙ୍କାର ସମ୍ପତି ବ୍ୟାଜାପ୍ତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ l

➡️୧୬-ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ । ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ହେଲେ ୩୮ବର୍ଷ ବୟସ୍କ ହର୍ଷ ବର୍ଦ୍ଧନ ସିଂ l ବର୍ତମାନ ସେ ନ୍ୟୁ ଜର୍ସିରେ ରହୁଛନ୍ତି ।

➡️୧୭-ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ଥରେ ଭାରତ ଯୋଡ଼ୋ ଯାତ୍ରାରେ ବାହାରିବାକୁ ଯୋଜନା କଲେ ରାହୁଲ ଗାନ୍ଧୀ। ଦ୍ଵିତୀୟ ପର୍ଯ୍ୟାୟ ଯାତ୍ରା ଗୁଜୁରାଟ ପୋରବନ୍ଦରରୁ ଆରମ୍ଭ ହୋଇ ତ୍ରିପୁରାର ଅଗରତାଲା ପର୍ଯ୍ୟନ୍ତ ଚାଲିବ।

➡️୧୮-ଆଜି ଲୋକସଭାରେ ଆସିବ ଦିଲ୍ଲୀ ଅଧ୍ୟାଦେଶ ବିଲ୍ । ବିଲକୁ ବିରୋଧ କରିବାକୁ ବିରୋଧୀ ଦଳ ନେତାଙ୍କୁ କେଜ୍ରିୱାଲଙ୍କ ଅନୁରୋଧ ।

➡️୧୯-ଆସନ୍ତା ମାସରେ ଆୟର୍ଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଦଳ ହେଲା ଘୋଷଣା l ନେତୃତ୍ଵ ନେବେ ଜସପ୍ରୀତ ବୁମ୍ରା l

➡️୨୦-ବଦଳିଲା ଭାରତ-ପାକିସ୍ତାନ ମ୍ୟାଚ୍ ତାରିଖ; ଅକ୍ଟୋବର ୧୫ ବଦଳରେ ୧୪ରେ ହେବେ ମୁହାଁମୁହଁ l

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।

Leave A Reply

Your email address will not be published.