ଜଟଣୀ ତା ୩୧/୭ ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନର ପୁରୁଣା ଷ୍ଟେସନ ବିଲ୍ଡିଂ ସାମନା ରେ ଅବସ୍ଥିତ ଆର୍ ପି ଏଫ୍ ଅଫିସ କଡ଼ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ଗାଡ଼ି ପାର୍କିଂ ନେଇ ଉତେଜନା ଓ ଆର୍ ପି ଏଫ୍ ଯବାନଙ୍କ ସହ କଥା କଟା କଟି। ଖବର ମୁତାବକ ଆଜକୁ ଦୀର୍ଘ ଦିନ ହେବ ଖୋର୍ଦ୍ଧାରୋଡ଼ ଷ୍ଟେସନ ଓ ଆଖପାଖ ଷ୍ଟେସନରେ କାର୍ଯ୍ୟରତ କର୍ମଚାରୀମାନେ ନିଜ ଦୁଇଚାକିଆ ଯାନ ଉକ୍ତ ସ୍ଥାନରେ ପାର୍କିଂ କରି ନିଜ କାର୍ଯ୍ୟକୁ ଯାଆନ୍ତି। ଆଜକୁ କିଛି ଦିନ ହେବ ଆର୍ ପି ଏଫ୍ ଯବାନ ମାନେ ନିଜ ଯାନ ରଖୁଥିବା ବେଳେ ଅନ୍ୟ କୌଣସି ରେଳ କର୍ମଚାରୀଙ୍କ ଯାନ ରଖିବାକୁ ବାରଣ କରିବାରୁ କର୍ମଚାରୀ ମହଲରେ ଅସନ୍ତୋଷ ଦେଖାଯାଇଥିଲା,, ଯାହା ଆଜି ଉଗ୍ରରୂପ ଧାରଣ କରିଥିଲା, ଏହାକୁ ବିରୋଧ କରି ଶହ ଶହ କର୍ମଚାରୀ ଷ୍ଟେସନ ମ୍ୟାନେଜର ଙ୍କ ପ୍ରକୋଷ୍ଟ ରେ ଏକାଠି ହୋଇଥିଲେ। ଉଭୟ ଶ୍ରମିକ ସଙ୍ଗଠନ ଶାଖା ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି , ପି କେ ରାୟ, ସମସ୍ତ ବିଭାଗୀୟ ଇନଚାର୍ଜ, ଷ୍ଟେସନ ମ୍ୟାନେଜର ଏସ କେ ରୀୟାସୁଧିନ, ଟିକେଟ ଚେକୀଙ୍ଗ ଇନଚାର୍ଜ ସୁଶିଲ ବେହେରା, ରବି ଶର୍ମା, ପୂର୍ବତନ ୟାର୍ଡ ମାଷ୍ଟର ରବି କୁମାର ମଲ୍ଲିକ, ବିଦ୍ୟୁତ୍ ବିଭାଗ ଇନଚାର୍ଜ , ବୋଧିସତ୍ୱ ମିଶ୍ର, ଡି ପ୍ରେମକୁମାର, ମେକାନିକାଲ ବିଭାଗରୁ ସୁନିଲ ପରିଡ଼ା ସମେତ ଦେଢ଼ ଶହ ରୁ ଉର୍ଦ୍ଧ୍ବ କର୍ମଚାରୀ ଓ ଆର୍ ପି ଏଫ୍ ଇନ୍ସପେକ୍ଟର ଶ୍ରୀ ମନୁ କୁମାର ଶର୍ମାଙ୍କ ସହିତ ଆଲୋଚନା ହୋଇଥିଲା। ଶ୍ରୀ ଶର୍ମା କହିଲେ ଯେ ଗାଡ଼ି ପାର୍କିଂ ପାଇଁ ଡିଭିଜନ ପଦସ୍ଥ ଅଫିସରଙ୍କର ଅନୁମତି ନିତ୍ୟାନ୍ତ ଆବଶ୍ୟକ। ଶାଖା ସମ୍ପାଦକ ଶ୍ରୀ ମହାନ୍ତି କହିଲେ ସେଠାରେ ଗୋଟେ ସ୍ଥାୟୀ ଷ୍ଟାଣ୍ଡ ନିର୍ମାଣ ପାଇଁ ଦେଢ଼ ବର୍ଷ ହେଲା ଦାବି କରିଆସୁଛୁ, ଏହା କର୍ମଚାରୀଙ୍କ ମୌଳିକ ଅଧିକାର। ଆଜିର ଏହି ବୈଠକରେ ସର୍ବସମ୍ମତି ଭାବେ ଦୁଇଟି ନିଷ୍ପତି ନିଆଗଲା। ପ୍ରଥମ ନିଷ୍ପତି, ଏକ ମିଳିତ ଦାବିପତ୍ର ପ୍ରସ୍ତୁତ କରାଗଲା। ଆସନ୍ତା କାଲି ନୂତନ ଡ଼ିଆରଏମଙ୍କୁ ଭେଟି ଆଲୋଚନା କରାଯାଇ ଦାବିପତ୍ର ପ୍ରଦାନ କରାଯିବ। ଦିତୀୟ ନିଷ୍ପତି ଅନୁଯାୟୀ ନୂତନ ପାର୍କିଂଗ୍ ଷ୍ଟାଣ୍ଡ ନିର୍ମାଣ ପର୍ଯ୍ୟନ୍ତ କାର୍ଯ୍ୟରତ କର୍ମଚାରୀ ମାନେ ସେହିଠାରେ ନିଜର ପରିଚୟ ପତ୍ର ଦେଖାଇ ଭିତରେ ଗାଡ଼ି ପାର୍କିଂ କରିପାରିବେ।