କେନ୍ଦ୍ରାପଡ଼ା(ଡେରାବିଶ)ଡେରାବିଶ ଅଞ୍ଚଳ ରେ ନକଲି ପୋଲିସ ଙ୍କ ଚାରିସବିଶ ଖେଳ. ନିଜକୁ ପୋଲିସ ଅଫିସର ବୋଲି ପରିଚୟ ଦେଇ ଜଣେ ଯୁବତୀ ଙ୍କ ସହ ପ୍ରେମାଳାପ କରିବା ପରେ ବିବାହ ର ପ୍ରତିଶୃତି ଦେଇ ନିଜ ଘରେ ଆଣି ରଖିଲେ. ତାଙ୍କ ସୁନା ଚେନ ଲୁଟିଲେ.. ନକଲି ପୋଲିସ ର ସବୁ ଗୁମର ଫିଟିଯିବା ପରେ ଯୁବତୀ ବିବାହ ପାଇଂ ରାଜି ନହେବାରୁ ତାଙ୍କ ସହ ନକଲି ପୋଲିସ ବାବୁ ଓ ତାଙ୍କ ସହଯୋଗୀ ମାନେ ଦୁଷ୍କର୍ମ ଉଦ୍ୟମ କଲେ.
କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ଇନ୍ଦାଳ ପଂଚାୟତ ଅଢ଼ଙ୍ଗା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି.ଅଢଙ୍ଗା ଗ୍ରାମ ର ଚନ୍ଦ୍ରଶେଖର ମିଶ୍ର ନାମକ ଯୁବକ କଟକ ଜଗତପୁର ର ଏକ ଘରୋଇ ସଂସ୍ଥା ରେ କାମ କରୁଥିବା ଯୁବତୀ ବାସନ୍ତି ରାଉତ ଙ୍କ ସହ ଫୋନ ଯୋଗେ ବାର୍ତାଳାପ ଓ ପରେ ପ୍ରେମ ସମ୍ପର୍କ ରଖି ତାଙ୍କୁ ବିବାହ କରିବେ ବୋଲି ପ୍ରତିଶୃତି ଦେଇଥିଲେ ଚନ୍ଦ୍ରଶେଖର ନିଜକୁ ପୋଲିସ ଅଧିକାରୀ ବୋଲି ଯୁବତୀ ଙ୍କୁ ବିଶ୍ୱାସ ଦେଇଥିଲେ. ଚନ୍ଦ୍ର ଶେଖର ଓ ତାଙ୍କ ମା ବିଷ୍ନୁପ୍ରିୟା ମିଶ୍ର ୨ ମାସ ତଳେ ଯୁବତୀଙ୍କୁ ନିଜ ଅଢ଼ଙ୍ଗା ସ୍ଥିତ ବାସଭବନ କୁ ଡାକିଲେ. “ଆମ ଘର ର ବୋହୁ ତୁ ତୁ ଆଉ କାମ କରନା ଏଇଠି ରହ, ପୁଅ ଡିଉଟି ରେ ଅଛି ୨ ମାସ ପରେ ଛୁଟି ନେଇ ଆସିଲେ ଦୁହିଁ ଙ୍କ ବିବାହ ହବ ” କହି ଯୁବତୀ ଙ୍କୁ ଚନ୍ଦ୍ରଶେଖର ମିଶ୍ର ଙ୍କ ମା ବିଷ୍ନୁପ୍ରିୟା ଅଢ଼ଙ୍ଗା ଘରେ ରଖିଲେ.ଘରେ ଅର୍ଥାଭବ ଅଛି ଗାଈ କିଣାହେବ କହି ଯୁବତୀ ଙ୍କ ସୁନା ଚେନ ମଧ୍ୟ୍ୟ ନେଇଗଲେ 420 ମା ପୁଅ. ପରେ ଯୁବତୀ ଜଣଙ୍କ ଚାଲ ବାଜ ଚନ୍ଦ୍ର ଶେଖର ଙ୍କ ସତ ଜାଣିବାକୁ ପାଇଲେ. ସେ ପୋଲିସ ନୁହଁନ୍ତି. ପୋଲିସ ଚାକିରୀ କରିଛି ବୋଲି କହି ଚନ୍ଦ୍ର ଶେଖର ତାଙ୍କୁ ଠକିଥିବା କଥା ଯୁବତୀ ଜାଣିବା ପରେ ସେ ଏବିଷୟ ରେ ମା ପୁଅ ଙ୍କୁ ପଚାରିବାରୁ ସେମାନେ ଯୁବତୀ ଙ୍କୁ ମାଡ଼ ମାରି ଘରୁ ବିଦା କରିଦେଲେ.ସେହିଂ ସାହି ରେ ଯୁବତୀ ଜଣଙ୍କ ଅନ୍ୟତ୍ର ଘର ଭଡା ନେଇ ରହିଥିବା ସମୟରେ ୨ ଦିନ ତଳେ ଚନ୍ଦ୍ର ଶେଖର ମିଶ୍ର ଓ ତା ସହଯୋଗୀ ସାଗର ମିଶ୍ର,ହୃଷିକେଶ ମିଶ୍ର ଯୁବତୀ ଗାଧଉ ଥିବା ଅବସ୍ଥା ରେ ଘରେ ପଶି ଟିଉବଲ ମୁଂହ ରେ ଦୁଷ୍କର୍ମ ଉଦ୍ୟମ କରିଥିବା କେନ୍ଦ୍ରାପଡ଼ା ସଦର ଥାନା ରେ ଅଭିଯୋଗ ହୋଇଛି.ଏଥିସହ ସାଗର ମିଶ୍ର ଙ୍କ ସ୍ତ୍ରୀ ବନିତା ମିଶ୍ର ଯୁବତୀ ଙ୍କୁ ମାଡ଼ ଗୋଇଠା ମାଡ଼ ମାରିଥିବା ଅଭିଯୋଗ ମଧ୍ୟ ହୋଇଛି.ଘଟଣାକୁ ଗୁରୁତର ସହ ନେଇ ସଦର ଥାନା ପୋଲିସ ଯୁବତୀ ଙ୍କ ଷ୍ଟେଟମେଣ୍ଟ ରେକର୍ଡ କରିବା ପାଇଂ ଉଚ୍ଚ ପଦସ୍ତ ମହିଳା ପୋଲିସ ଅଧିକାରୀଙ୍କୁ ଦାଇତ୍ୱ ଦେବା ସହ ଥାନା ଅଧୀନ ଚାନ୍ଦୋଳ ଫାଣ୍ଡି ଅଧିକାରୀଙ୍କୁ ତଦନ୍ତ ନିର୍ଦେଶ ଦେଇଛନ୍ତି
Reported by
(MANASI MISHRA)