କଣ୍ଟାବାଞ୍ଜି ଛାଡ଼ିବା ପାଇଁ ଚାହୁଁ ନାହାନ୍ତି ଡ଼ାକ୍ତର ଦିଲୀପ ସାହୁ 

କଣ୍ଟାବାଞ୍ଜି ୦୧/୦୮ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସରକାରୀ ଡ଼ାକ୍ତରଖାନାରେ ରୋଗୀଙ୍କ ସମସ୍ୟା ହେବାର ମୂଳଦୁଆ ହେଉଛନ୍ତି ଡ଼ାକ୍ତର ଦିଲୀପ ସାହୁ, ଅବଶ୍ୟ ତାଙ୍କର ପୋଷ୍ଟିଙ୍ଗ ପାଟଣାଗଡ଼ ସବ୍ଡିଭିଜନ ଡ଼ାକ୍ତରଖାନାରେ ଥିବା ବେଳେ କଣ୍ଟାବାଞ୍ଜିରେ ଜ୍ଞାନିକ ଡ଼ାକ୍ତର ସେତେବେଳେ ନଥିଲେ ତେଣୁକରି ଡ଼ାକ୍ତର ଦିଲୀପ ସାହୁଙ୍କୁ ସପ୍ତାହକୁ ୩ ଦିନ ପାଇଁ ଡ୍ୟୁଟି କରିବାକୁ ନିର୍ଦ୍ଦେଶ ଥିଲା, ସେହି ତିନି ଦିନ ମଧ୍ୟରେ ତାଙ୍କୁ କଣ୍ଟାବାଞ୍ଜି ଏତେ ମିଠା ଲାଗିଲା ଯେ ବର୍ତ୍ତମାନ ୧୮ ବର୍ଷରୁ ଉର୍ଦ୍ଧ୍ୱ ହେଲା ଛାଡ଼ିବାକୁ ନା ନେଉ ନାହାନ୍ତି, ସୂଚନା ଯୋଗ୍ୟ ଯେ ଧାମନଡ଼ଙ୍ଗା ଗାଁ’ର ମଦନ ମାଝିଙ୍କ ନବଜାତ ଶିଶୁ ମୃତ୍ୟୁ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଦିଲୀପ ସାହୁଙ୍କ ଅବହେଳା ଓ ହିଂସ୍ର ପାଇଁ ଶିଶୁର ମୃତ୍ଯୁ ଘଟିଥିବା ରିପୋର୍ଟ ଦେଇଥିଲେ ହିଁ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ, ଏଦିଗରେ ସ୍ଵାସ୍ଥ୍ୟ ବିଭାଗ ମଧ୍ଯ କୌଣସି ଆଖିଦୃଶିଆ ପଦକ୍ଷେପ ନ ନେଇଥିଲେ ବି ନୂଆପଡ଼ା ଜିଲ୍ଲାକୁ ବଦଳି କରିଦେଇଛନ୍ତି, ୪୫ ଦିନ ପୂର୍ବରୁ ଡ଼ାକ୍ତର ଦିଲୀପ ସାହୁଙ୍କ ବଦଳି ନୂଆପଡ଼ା ଜିଲ୍ଲାକୁ ହୋଇଛି କିନ୍ତୁ ଜଣେ କ୍ଷମତାଶାଳୀ ନେତାଙ୍କ ଛାତ୍ର ଛାୟା ଥିବାରୁ ଡ଼ାକ୍ତର ଦିଲୀପ ସାହୁ ବେଫିକର, ଯାହା ଜାଣିବାକୁ ମିଳିଛି ଯେ ମଦନ ମାଝିଙ୍କ ପରିବାର ଲୋକଙ୍କ ଭାଗ୍ୟବିଧାତା ନେତା ୫ ଲକ୍ଷ ଟଙ୍କା ନେଇ ମଦନ ମାଝିଙ୍କ ନବଜାତ ଶିଶୁ ମୃତ୍ୟୁ ମାମଲାକୁ ରଫାଦଫା କରି ଦେଇଥିବା ବିଶେଷ ସୂତ୍ରରୁ ପ୍ରକାଶ, ମଦନ ମାଝିଙ୍କ ବଡ଼ ଭଉଣୀଙ୍କ ସ୍ଵାମୀର ବାପା ଉକ୍ତ କ୍ଷମତାଶାଳୀ ନେତାଙ୍କୁ ଭାଗ୍ୟବିଧାତା ବୋଲି ମନେ କରନ୍ତି କିନ୍ତୁ ସେ ନିଜର ସ୍ୱାର୍ଥ ପାଇଁ ଏହି ପରିବାରକୁ ବ୍ୟବହାର କରେ, ତଥା ଡ଼ାକ୍ତର ଦିଲୀପ ସାହୁକୁ ଡ଼ିଷ୍ଟପ ନକରିବାକୁ ଫୋନ ମଧ୍ଯ କରିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସକଙ୍କ କାର୍ଯ୍ୟାଳୟକୁ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ସାକ୍ଷାତ ମଧ୍ୟ କରିଛନ୍ତି ଡ଼ାକ୍ତର ଦିଲୀପ ସାହୁଙ୍କ ସପକ୍ଷରେ, ନଚେତ କେତେ ହୋହାଲ୍ଲା କରିସାରିଥାନ୍ତେ ଆଜକୁ ତାର କୌଣସି ସୀମା ନାହିଁ, ଖାଲି ହାତରେ କଣ୍ଟାବାଞ୍ଜି ଆସିଥିବା ଉକ୍ତ କ୍ଷମତାଶାଳୀ ନେତା ପ୍ରଥମେ ତୁରେକେଲା ଜଙ୍ଗଲର ମୂଲ୍ୟବାନ କାଠ ଚୋରି କରି ବର୍ତ୍ତମାନ ସମୟରେ କଣ୍ଟାବାଞ୍ଜି ସହରର ସବୁଠାରୁ ବଡ଼ ଡ଼ନ ପାଲଟି ଯାଇଛି ପୁଅ, ସବୁ ବେଳେ ଲୋକଙ୍କୁ ବୋକା ବନେଇ କ୍ଷମତାକୁ ଆସିଲେ ବିକାଶ ଶୂନ୍ୟ ହୋଇଯାଏ କଣ୍ଟାବାଞ୍ଜି, ରାଜ୍ୟ ସରକାର ସମସ୍ତ ଗର୍ଭବତୀ ମହିଳା ମାନଙ୍କ ପାଇଁ ଗର୍ଭଧାରଣ ସମୟରୁ ଜନ୍ମ ପର୍ଯ୍ଯନ୍ତ ସମସ୍ତ ସୁବିଧା ମାଗଣାରେ ଯୋଗାଇ ଦେଉଛନ୍ତି ସରକାରୀ ଚିକିତ୍ସାଳୟରେ, ଓ ଗାଁ ଗାଁ’କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଆସା ମାଁ ନିଯୁକ୍ତି କରିଛନ୍ତି, ଏତେ ସବୁ ସୁବିଧା ସୁଯୋଗ ଥିବା ସ୍ୱତ୍ତେ ମଧ୍ଯ ଯେତେଟି ଗର୍ଭବତୀ ହୁଅନ୍ତି ପ୍ରଥମେ ଦିଲୀପ ସାହୁଙ୍କ ଘରୋଇ କ୍ଲିନିକ କେକେ ମେଡ଼ିକାଲରେ ପ୍ରଥମେ ଚିକିତ୍ସା କରାଇବେ ଓ ଯେତେବେଳେ ପ୍ରସବ ହେବ ସରକାରୀ ଡ଼ାକ୍ତରଖାନାରେ ଜନ୍ମ ଦେବାର ବ୍ୟବସ୍ଥା ରହିଛି, ସମସ୍ତ ଗର୍ଭବତୀ ମହିଳା ମାନେ ମାସକୁ ମାସ ଦିଲୀପ ସାହୁଙ୍କ ଘରୋଇ ମେଡ଼ିକାଲକୁ ଟଙ୍କା ଆଣି ଦିଅନ୍ତି, ସେହି ଘରୋଇ କେକେ ମେଡ଼ିକାଲର ନିୟମ ଏହା ଯେ ଡ଼ାକ୍ତର ଦିଲୀପ ସାହୁ ଲେଖିଥିବା ପ୍ରେସ୍କ୍ରିପସନରୁ ଅନ୍ୟ ମେଡ଼ିସିନ ଷ୍ଟୋରରୁ କିଣିବାକୁ ଅନୁମତି ବି ନାହିଁ, କେକେ ମେଡ଼ିସିନ ଷ୍ଟୋରରୁ ମେଡ଼ିସିନ କିଣିବାକୁ ବାଧ୍ୟତାମୂଳକ କରନ୍ତି ନଚେତ ପ୍ରେସ୍କ୍ରିପସନ ଛଡ଼ାଇ ନେଇଯାଆନ୍ତି, କେହି ଭାବିଥିବେ ନିଜର ପରିଚିତ ମେଡ଼ିସିନ ଷ୍ଟୋରରୁ ଉଦ୍ଧାର ନେବି ବୋଲି କିମ୍ବା ସରକାରୀ ଡ଼ାକ୍ତରଖାନାରୁ ନେବି ବୋଲି ବିଚାର କରିଥିବେ କିନ୍ତୁ ତାହା ଅସମ୍ଭବ କେକେ ମେଡ଼ିସିନ ଷ୍ଟୋରରୁ ହିଁ ମେଡ଼ିସିନ କିଣିବା ବାଧ୍ୟତାମୂଳକ ହୋଇଥାଏ, ଏଠାରେ ପ୍ରଶ୍ନ ଯୋଗ୍ୟ ଯେ ଡ଼ାକ୍ତର ଦିଲୀପ ସାହୁ ଏତେ ବାଦବିବାଦ ପରେ ମଧ୍ୟ କାହିଁକି କଣ୍ଟାବାଞ୍ଜି ଛାଡ଼ିବାକୁ ଚାହୁଁନାହିଁ…? ପାଟଣାଗଡ଼  ବାସିନ୍ଦାଙ୍କ ପାଇଁ ନିଯୁକ୍ତ ଥିବା ଡ଼ାକ୍ତରକୁ ପାଟଣାଗଡ଼ ବାସିନ୍ଦା କାହିଁକି ଚାହୁଁ ନାହାନ୍ତି..? ୨୪ ଘଣ୍ଟା କଣ୍ଟାବାଞ୍ଜିରେ ବ୍ୟସ୍ତ ଡ଼ାକ୍ତର ଦିଲୀପ ସାହୁ ଗୋଟିଏ ଦିନ ବି ପାଟଣାଗଡ଼ ଅଞ୍ଚଳର ଲୋକେ ଉପକୃତ ହୋଇଛନ୍ତି କି..? ରାଜ୍ୟ ସରକାର କଣ୍ଟାବାଞ୍ଜିର ଗର୍ଭବତୀ ମହିଳା ମାନଙ୍କୁ ସେବା କରିବାକୁ ଡ଼ାକ୍ତର ନିଯୁକ୍ତି କରିଛନ୍ତି ନା ଲୁଟିବାକୁ ନିଯୁକ୍ତି କରିଛନ୍ତି ଡ଼ାକ୍ତର ଦିଲୀପ ସାହୁକୁ…?  ନେତାମାନେ କାହିଁକି ଏଦିଗରେ ଧ୍ୟାନ ଦେଉନାହାନ୍ତି ତାହା ଉପରେ ଜନସାଧାରଣ ଭଲ ଭାବରେ ଅବଗତ ହୋଇସାରିଲାଣି ଯେ ପିସି ଖାଇ ମୁହଁ ବନ୍ଦ କରୁଛନ୍ତି ବୋଲି, ଜଣେ ଆଇନଜୀବୀ ଏନେଇ ପ୍ରକାଶ କରିଛନ୍ତି ଯେ ଆସନ୍ତା ଦିନରେ ଉକ୍ତ ନେତାମାନେ ଭ୍ରଷ୍ଟାଚାରୀ ନେତାଙ୍କ ପରିଚୟ ସୃଷ୍ଟି କରିଛନ୍ତି ବୋଲି ଓ ଆଗାମୀ ଦିନରେ ଉକ୍ତ ନେତାଙ୍କୁ ଭ୍ରଷ୍ଟାଚାରୀ ନେତା ବୋଲି ଜନସାଧାରଣଙ୍କ ମଧ୍ୟରେ ଆଲୋଚନା କରିବେ ବୋଲି ପ୍ରକାଶ କରିଛନ୍ତି

Leave A Reply

Your email address will not be published.