ବାରିପଦା,୦୧-୦୮-୨୦୨୩ ମୟୂରଭଞ୍ଜ ରାଜ୍ୟ ଲଢେଇ ଜିତିବା ପାଇଁ ମୟୂରଭଞ୍ଜ ରାଜ୍ୟ ଲଢେଇର ମଙ୍ଗ ଧରିଥିବା ମୟୂରଭଞ୍ଜ ମାଟିର ସଂଗ୍ରାମୀ ପୁଅ ତଥା ମାସାଆର୍ମୀର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡି ଙ୍କ ଆହ୍ବାନ କ୍ରମେ ମୟୂରଭଞ୍ଜ ଆଦିବାସୀ ମାନଙ୍କର ବିଭିନ୍ନ ଧର୍ମୀୟ ସ୍ଥାନ ଜାହିରାପିଠ (ଜାହେରଗାଳ) ମାନଙ୍କରେ ପୂଜାର୍ଚ୍ଚନା କରାଯାଉଛି। ଶୁଳିଆପଦା ବ୍ଲକ ଅନ୍ତର୍ଗତ ଶଂଶାଶୋଳ ଗ୍ରାମ ଜାହେରଗାଳ(ଜାହିରାପିଠ)ରେ ମାରାଂବୁରୁ ଏବଂ ଜାହେର ଆୟ ଙ୍କୁ ପ୍ରାର୍ଥନା କରାଯିବା ସହିତ ପୁଜାର୍ଚ୍ଚନା କରାଯାଇଛି।ଏହି ପୂଜା ଦ୍ବାରା ଲୋକ ମାନଙ୍କୁ ଜାଗ୍ରତ,ସଚେତନ ଓ ସଂଗଠିତ କରାଯାଉଛି। ମୟୂରଭଞ୍ଜ ର ପ୍ରତେକ ଗ୍ରାମରେ ଏହି ପ୍ରାର୍ଥନା ଓ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ କରାଯିବ।ମୟୂରଭଞ୍ଜ କୁ ସବୁ କ୍ଷେତ୍ରରେ ଅବହେଳା କରାଯାଇଥିବାରୁ ମୟୂରଭଞ୍ଜ ର ସାମୁହିକ ବିକାଶ ଆଧାରରେ ମୟୂରଭଞ୍ଜ କୁ ପୁଣିଥରେ ରାଜ୍ୟ ଦାବି କରାଯାଉଛି।ଯେପର୍ଯ୍ୟନ୍ତ ମୟୂରଭଞ୍ଜ କୁ ରାଜ୍ୟ ମାନ୍ୟତା ନ ମିଳିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।ଏହି କାର୍ଯ୍ୟକ୍ରମ ସପନ ମୁର୍ମୁ ଓ ଶୁଳିଆପଦା ବ୍ଲକ ସଭାପତି କିରଣ ମାରାଣ୍ଡି ଙ୍କ ତତ୍ୱାବଧାନରେ ଗ୍ରାମର ମାଝୀ ଓ ନାୟକେ ବାବା ବୀରୁ ସରେନ ପୂଜା କରିଥିବା ବେଳେ ପୂଜାର୍ଚ୍ଚନା କୁ ସହଯୋଗ କରିଥିଲେ ଗଡ଼େତ ବାବା ଜଗ ମୁର୍ମୁ,ଜଗ ମାଝୀବାବା ମକ୍ତା ସରେନ,ପାରାନିକ ବାବା ଜିତରାୟ ସରେନ ଓ ଗ୍ରାମର ଶତାଧିକ ଗ୍ରାମବାସୀ। ଉକ୍ତ କାର୍ଯ୍ୟକ୍ରମରେ ମାସାଆର୍ମୀ ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡି ଯୋଗଦେଇ ମାରାଂବୁରୁ ଓ ଜାହେର ଆୟଙ୍କୁ ପ୍ରାର୍ଥନା କରିଥିଲେ ଓ ତାଙ୍କ ସହିତ ଉକ୍ତ କାର୍ଯ୍ୟକ୍ରମରେ କୃଷ୍ଣ ଟୁଡୁ,ଶ୍ରୀ ରାମ ସରେନ,ହରି ସିଂ,ହରିଶ ମୁର୍ମୁ ପ୍ରମୁଖ ସାମିଲ ଥିଲେ। ମୟୂରଭଞ୍ଜରେ ନିର୍ବାଚନ ଲଢୁଥିବା ଯେକୌଣସି ରାଜନୈତିକ ଦଳ ଯଦି ଆଗାମୀ ଦିନରେ ମୟୂରଭଞ୍ଜ ରାଜ୍ୟ ଦାବିକୁ ସମର୍ଥନ ନ କରନ୍ତି ତାହେଲେ ଆଗାମୀ ନିର୍ବାଚନ ରେ ସେମାନଙ୍କୁ ଅସହଯୋଗ କରାଯିବ ବୋଲି ଶଂଶାଶୋଳ ଜାହିରାସ୍ଥାନରେ ଶପଥ କରାଯାଇଛି।