ସୋମବାର ଲଗାଣ ବର୍ଷା ଜଟଣୀ କୁ କଲା ବେହାଲ୍। ବର୍ଷାର ପ୍ରକୋପ ସାଙ୍ଗରେ ଘନ ଘନ ଘଢଘଡି, ବିଜୁଳି ଜଟଣୀ ଜନସାଧାରଣ ମର୍ମାହତ ହୋଇ ପଡିଥିଲେ। ଜଟଣୀ ହେଲା ବିଛିର୍ନ ଖୋର୍ଦ୍ଧା, ପିପିଲି ମଧ୍ୟରେ। ପୁରାତନ ରେଲୱେ ଓଭର ବ୍ରିଜର ଭୁତଲ ହୋଇଥିଲା ୨୦ ଫୁଟ ପାଣି। ଜଟଣୀ ବଜାର ହୋଇଥିଲା ଛିନ୍ନଛତ୍ର। ସଧାରଣ ଜନତା ଏବଂ ଖୋର୍ଦ୍ଧା ପିପିଲି ଗମନାଗମନ କରିବାପାଇଁ ବାହାରି ଥିବା ବାଟୋଇ ହେଲେ ହଟହଟା। ସେହି ସମୟରେ ବାହରି ଆସିଲେ କ୍ୟାପଟେନ ତଥା ନାଗରିକ କମିଟିର ସଭାପତି ଶ୍ରୀ ମନମଥ ରାଉତରାୟ ସାଧାରଣ ଜନତାଙ୍କୁ ଦେଖାଇଲେ ରାସ୍ତା। ସରକାର ନବ ନିର୍ମାଣ ଓଭରବ୍ରିଜ ଉପରୁ ଖୋଲି ଦେଲେ ରାସ୍ତା। ଗମନାଗମନ ପାଇଁ ଦେଖାଇଥିଲେ ପଥ। ଯେହେତୁ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଦିର୍ଘ ଦିନରୁ ନଡିଆ ଭାଙ୍ଗି ହୁଳହୁଳୀ ସଂଖ ନାଦ କରି ନିଜର ସହଯୋଗୀଙ୍କ ସହିତ ଗାଡି ଚଳାଇ ଉଦ୍ଘାଟନ କରି ସାରିଥିଲେ। ସେଥିପାଇଁ ବିନାଦ୍ୱିଧା ରେ କାହାରିକୁ ଖାତିରି ନକରି ସାଧାରଣ ଜନତା ଙ୍କୁ ସାହାଯ୍ୟର ହାତ ବଢାଇ ଥିଲେ ଆଉ ମାନବିକତାର ପରିଚୟ ଦେଇଥିଲେ।