ବାଲିଆପାଳ ଜାମକୁଣ୍ଡା ରାସ୍ତା ମରଣ ଯନ୍ତା

ବାଲିଆପାଳ,୧/୮ (ନ.ନ୍ଯୁ.ସ .) ବାଲେଶ୍ବର ଜିଲ୍ଲା ବାଲିଆପାଳ  ଜାମକୁଣ୍ଡା ଛକ ଠାରୁ ଜାମକୁଣ୍ଡା ଲକ ପର୍ଯ୍ୟନ୍ତ ଥିବା ଇରିଗେସନ ରାସ୍ତା ଏବେ ମରଣ ଯନ୍ତା ପାଲଟିଛି।ରାସ୍ତା ସାରା ଖାଲଖମାରେ   ପରିଣତ ହୋଇଛି। ନିମ୍ନ ମାନର  ରାସ୍ତା ମରାମତି କାମ ହୋଇଥିବାରୁ ଖୁବ୍ କମ ସମୟରେ ନଷ୍ଟ ହୋଇ ରାସ୍ତାରୁ ପିଚ ଉଠି ଖାଲ ହୋଇଯାଇଛି ବୋଲି ସ୍ଥାନୀୟ ଲୋକେ କହୁଥିବା ବେଳେ ରାସ୍ତା ପ୍ରଶସ୍ତି କରଣ ନାମରେ ହେଉଥିବା ଗାର୍ଡ ୱାଲ କାମ ମଧ୍ୟ ନିମ୍ନ ମାନର ହେଉଛି ବୋଲି ଅଭିଯୋଗ କରୁଛନ୍ତି। ଏଥିପାଇଁ ଗ୍ରାମବାସୀ ମାନେ ଅଭିଯୋଗ କରିବା ପରେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ କୁମ୍ଭକର୍ଣ୍ଣ ନିଦ୍ରାରେ ଥିବା ପରି ଜଣା ପଡୁଛି।ଅଭିଯୋଗ କଲେ ଫଳ କିଛି ହେଉନି।

ବାଲିଆପାଳ ଜାମକୁଣ୍ଡା ଛକ ଠାରୁ ଜାମକୁଣ୍ଡା ଲକ ପର୍ଯ୍ୟନ୍ତ ପାଖା ପାଖି ୪ କିଲୋମିଟର ରାସ୍ତା ମଝିରେ ମଝିରେ ମଝିରେ କିଛି କିଛି କାମ ହୋଇଥିବା ବେଳେ ଅଧିକ ରାସ୍ତା ଏବେ ଖରାପ ରହିଛି। ବାଲିଆପାଳ ଭୋଗରାଇ ତଥା ପଶ୍ଚିମ ବଙ୍ଗ ସହିତ ସିଧା ସଳଖ ଗମନା ଗମନ ପାଇଁ ଏହା ଏକମାତ୍ର ମୁଖ୍ୟ ରାସ୍ତା ହୋଇଥିବାରୁ ସୁବର୍ଣ୍ଣରେଖା ନଦୀ ପନ୍ତେଇ ଫେରି ଘାଟରେ ସରକାର ସ୍ଥାୟୀ ପୋଲ ନିର୍ମାଣ କରୁଛନ୍ତି।ଏହି କାର୍ଯ୍ୟ ଏଲ ଏଣ୍ଡ ଟି କମ୍ପାନୀ କରୁଥିବା ବେଳେ ବାଲିଆପାଳ ଜାମକୁଣ୍ଡା ରାସ୍ତାର ଅବସ୍ଥା କେବେ ସୁଧୁରିବ ସେହି ଚିନ୍ତାରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଜନସାଧାରଣ।ଜାମକୁଣ୍ଡା ଛକରେ ଅସରାର ବର୍ଷା ହେଲେ ପାଣି ଜମିରହୁଛି।ରାସ୍ତାର ଅବସ୍ଥା ଖରାପ ଥିବାରୁ ଲୋକେ ପ୍ରତିଦିନ ଦୁର୍ଘଟଣାର ଶିକାର ହେଉଛନ୍ତ।।ସ୍କୁଲ ପିଲା ମାନେ ମଧ୍ୟ ହଇରାଣ ହେଉଛନ୍ତି।ଯେତେ ଅଭିଯୋଗ କଲେ ବି କାର୍ଯ୍ୟ ହେଉ ନାହିଁ ବୁଲି ମନ୍ମଥ ବେହେରା,କାଳିଚରଣ ଗିରି, ଚତୁର୍ଭୁଜ ମହାନ୍ତିଙ୍କ ସହିତ ବହୁ ସ୍ଥାନୀୟ ଲୋକେ କହିଛନ୍ତି।

Leave A Reply

Your email address will not be published.