ପାର୍କିଂ ପାଇଁ ରେଳବାଇ ପ୍ରଶାସନ ଦେଲା ଅନୁମତି

ଜଟଣୀ ତା ୦୧/୮ ବହୁ  ପ୍ରତିକ୍ଷା ପରେ ସମାଧାନର ରାସ୍ତା ଖୋଲିଲା।  ଖୋର୍ଦ୍ଧାରୋଡ଼ ପୁରୁଣା ଷ୍ଟେସନ ବିଲ୍ଡିଂ ସାମନା ରେ ଅବସ୍ଥିତ ରେଳ ସୁରକ୍ଷା ବଳ ଅଫିସ କଡ଼ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ଗାଡ଼ି  ପାର୍କିଂ ନେଇ କିଛିଦିନ ହେଲା ଉତେଜନା ଲାଗି ରହିଥିଲା। ଏମିତି କି କାର୍ଯ୍ୟରେ  ନିୟୋଜିତ ଯବାନଙ୍କ ସହ କଥା କଟା କଟି, ଯୁକ୍ତିତର୍କ ସହ ଗତ କାଲି ପରିସ୍ଥିତି ଉଗ୍ରରୂପ ଧାରଣ କରିଥିଲା। ଶ୍ରମିକ କଂଗ୍ରେସର ଶାଖା ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତିଙ୍କ ଡାକରାରେ ସହସ୍ରାଧିକ କର୍ମଚାରୀ ଷ୍ଟେସନ ମ୍ୟାନେଜର ଙ୍କ ପ୍ରକୋଷ୍ଠ ରେ ଏକାଠି ହୋଇଥିଲେ। ଉଭୟ ଶ୍ରମିକ ସଙ୍ଗଠନର ଶାଖା ସମ୍ପାଦକ, ସମସ୍ତ ବିଭାଗୀୟ ଇନଚାର୍ଜ, ଷ୍ଟେସନ ମ୍ୟାନେଜର ଓ  ସୁରକ୍ଷା ବଳ ଆରକ୍ଷୀ ନିରିଅକ୍ଷ ଶ୍ରୀ ମନୁ କୁମାର ଶର୍ମାଙ୍କ ସହିତ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ସର୍ବସମ୍ମତି ଭାବେ ଏକ ମିଳିତ ଦାବିପତ୍ର ଖୋର୍ଦ୍ଧା ରେଳ ମଣ୍ଡଳର ମଣ୍ଡଳ ପ୍ରବନ୍ଧକ ଙ୍କୁ ଦେବା ପାଇଁ ନିଷ୍ପତି ନିଆଯାଇଥିଲା। ପୂର୍ବ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସକାଳ ଏଗାରଟାରେ ଶହେ ରୁ ଊର୍ଦ୍ଧ୍ବ କର୍ମଚାରୀ ଶାଖା ସମ୍ପାଦକ ଶ୍ରୀ ଏଲ୍ ଡି ମହାନ୍ତିଙ୍କ ନେତୃତ୍ୱରେ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରଭନ୍ଧକ ଶ୍ରୀ ଅମିତେଶ ଆନନ୍ଦ ସହ ସାକ୍ଷାତ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଥିଲେ। ଶ୍ରୀ ଆନନ୍ଦ ଦାବିର ଯଥାର୍ଥତାକୁ ହୃଦୟଙ୍ଗମ କରି ମୁଖ୍ୟ ବାଣିଜ୍ୟ ଅଧିକାରୀ ଶ୍ରୀ କମିନାଲ୍ ଙ୍କୁ ପାର୍କିଂ ନିମନ୍ତେ ସ୍ବତନ୍ତ୍ର ଜାଗା ଚିହ୍ନଟ ପାଇଁ ଆଦେଶ ଯାରିକରିଥିଲେ। ରେଳ ସୁରକ୍ଷା ବଳ ଆରକ୍ଷୀ ନିରିଅକ୍ଷ ଶ୍ରୀ ମନୁ କୁମାର ଶର୍ମା ଙ୍କ ଉପସ୍ଥିତିରେ ସେହି ପୁରୁଣା ଜାଗାକୁ ବ୍ୟାରିକେଡ଼ କରାଯାଇଥିଲା। କେବଳ କାର୍ଯ୍ୟରତ କର୍ମଚାରୀ ମାନେ ହିଁ ନିଜର ପରିଚୟ ପତ୍ର ଦେଖାଇ ଗାଡ଼ି ରଖିପାରିବେ ବୋଲି ନିଷ୍ପତି ନିଆଗଲା। ଏହି ଖବର ପ୍ରଚାରିତ ହେବା ପରେ କର୍ମଚାରୀ ମାନଙ୍କ ମହଲ ରେ ଏକ ଖୁସିର ଲହରୀ ଖେଳିଯାଇଥିବା ବେଳେ ବରିଷ୍ଠ ବାଣୀଜ୍ୟ ପ୍ରଭନ୍ଧକ ଶ୍ରୀ ଆନନ୍ଦଙ୍କୁ ହୃଦୟରୁ ଧନ୍ୟବାଦ୍ ଦେଇଥିଲେ। ଏଟିମ୍ କାଉଣ୍ଟର ପଛ ପଟେ ଗାଡ଼ି ରଖିଲେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବୁ ବୋଲି ରେଳ ସୁରକ୍ଷା ବଳ ଆରକ୍ଷୀ ନିରିଅକ୍ଷ  ଶ୍ରୀ ଶର୍ମା କହିଥିଲେ। ଆଜିର କାର୍ଯ୍ୟକ୍ରମରେ  ଡି ଜୟ କୁମାର, ଜି ରାମ ମୋହନ ରାଓ, ବି ଆର୍ ମୂର୍ତ୍ତି, ଗଗନ ଜେନା, କେ ତାରକେଶ୍ୱର୍ ରାଓ, ୱାୟୀ ଶ୍ରୀଧର ସମେତ ଶହେରୁ ଉର୍ଦ୍ଧ୍ବ କର୍ମଚାରୀ ଦାବିପତ୍ର ପ୍ରଦାନ କରିବାରେ ଯୋଗଦାନ କରିଥିଲେ। 

Leave A Reply

Your email address will not be published.