କଟକ, ୨/୮ ବ୍ଲାକ୍ମେଲିଂ ମାମଲାରେ ଛନ୍ଦି ହୋଇ ଜେଲରେ ଥିବା ଅର୍ଚ୍ଚନା ନାଗ୍ଙ୍କୁ ୨ଟି ମାମଲାରେ ହାଇକୋର୍ଟରୁ ମିଳିଛି ଜାମିନ । ଏଥିସହିତ ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଶୁଣାଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୯ ତାରିଖକୁ ଧାର୍ଯ୍ୟ କରିଛନ୍ତି ଅଦାଲତ । ସୂଚନାଯୋଗ୍ୟ ଯେ, ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ହୋଇଥିବା ଦୁଇଟି ମାମଲାରେ ଜାମିନ ଲାଗି ଅର୍ଚ୍ଚନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ଦୁଇଟି ମାମଲାରେ ହାଇକୋର୍ଟ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ସର୍ତ୍ତ ଅନୁଯାୟୀ ତାଙ୍କ ନାମରେ ଚାଲିଥିବା ମାମଲା ସଂପର୍କରେ ସେ ବାହାରେ କୈାଣସି ପ୍ରତିକ୍ରିୟା ରଖିପାରିବେ ନାହିଁ । ଏତଦ୍ବ୍ୟତୀତ ତଦନ୍ତରେ ମଧ୍ୟ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ତେବେ ହାଇକୋର୍ଟରୁ ଜାମିନ ମିଳିଥିବା ସତ୍ୱେ ଅର୍ଚ୍ଚନା ନାଗ ଏବେ ବି ଜେଲରେ ରହିବେ । ଇଡିରେ ଚାଲିଥିବା ମାମଲାରେ ଜାମିନ ମିଳିନଥିବାରୁ ସେ ଏବେ ଜେଲେରୁ ବାହାରିପାରିବେ ନାହିଁ ।