କଟକ, ୨/୮ ହୁଡ୍କୋ ଋଣ ଅନିୟମିତତା ମାମଲାରେ ଭିଜିଲାନ୍ସ କୋର୍ଟ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଦଣ୍ଡିତ କରିଥିଲେ । ଏହା ବିରୋଧରେ ଶ୍ରୀ ମୋକିମଙ୍କ ପକ୍ଷରୁ ହାଇକୋର୍ଟରେ ଦାୟର ହୋଇଥିବା କ୍ରମିନାଲ ଅପିଲ କେସ୍ର ସ୍ଥିତାବସ୍ଥା କ’ଣ ତାହା ଜାଣିବାକୁ ଚାହିଛନ୍ତି ହାଇକୋର୍ଟ । ତେଣୁ ଆସନ୍ତା ତାରିଖ ସୁଦ୍ଧା ମାମଲାର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସରକାରୀ ପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ମାମଲାର ପ୍ରାରମ୍ଭିକ ଶୁଣାଣି କରି ଭିଜିଲାନ୍ସ କୋର୍ଟ ଆଦେଶ ଉପରେ ରହିତାଦେଶ ଜାରି କରିଛନ୍ତି । ସୂଚନାଯୋଗ୍ୟ ଯେ, ହୁଡକୋ ଋଣ ଅନିୟମିତତା ମାମଲାରେ ଭିଜିଲାନ୍ସ ଅଦାଲତ ମୋକିମଙ୍କୁ ଦଣ୍ଡିତ କରିଥିଲେ । ଉକ୍ତ ନିର୍ଦ୍ଦେଶନାମା ଆସିବା ପରେ ମୋକିମଙ୍କ ବିଧାନସଭା ସଭ୍ୟ ପଦ ରଦ୍ଦ ହେବାର ସମ୍ଭାବନା ମଧ୍ୟ ବଢିଥିଲା । ତେବେ ଉକ୍ତ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ମୋକିମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ଶୁଣାଣି କରି ହାଇକୋର୍ଟ ଭିଜିଲାନ୍ସ କୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଜାରି କରିଛନ୍ତି ।