ଆଗଲପୁର ୦୩/୦୮ (ନ.ନ୍ୟୁ.ସ) : ଆଜି ବଲାଙ୍ଗୀର ଆମ ଆଦମୀ ପାର୍ଟି ପକ୍ଷରୁ ଦିଲ୍ଲୀ ଅଧ୍ୟାଦେଶକୁ ବିଜେଡିର ସମର୍ଥନ ପରେ ଏକ ଖବର ଦାତା ସମ୍ବିଳନୀ ଅନୁଷ୍ଠିତ ହୋଇଛି | ବିଜେଡି ସମ୍ବିଧାନ, ଗଣତନ୍ତ୍ର ଏବଂ ମହିଳା ବିରୋଧୀ ଚେହେରା ପାର୍ଲିଆମେଣ୍ଟରେ ସ୍ପଷ୍ଟ ହୋଇଛି |
ଆଜି କେନ୍ଦ୍ରର ଭାରତୀୟ ଜନତା ପାର୍ଟି ନେତୃତ୍ଵାଧୀନ ସରକାର ଦିଲ୍ଲୀ ଅର୍ଡିନାନ୍ସକୁ ଆଇନରେ ପରିଣତ କରିବା ପାଇଁ ଏକ ବିଲ ଆଣୁଛି l|ଏହି ବିଲ ସମ୍ପୂର୍ଣ୍ଣ ଭାବରେ ଅଗଣତାନ୍ତ୍ରିକ, ଅସମ୍ବିଧାନିକ ଏବଂ ଦିଲ୍ଲୀବାସୀଙ୍କର ସ୍ୱାର୍ଥ ବିରୋଧୀ ଅଟେ l|ସୁପ୍ରିମ କୋର୍ଟ ସ୍ପଷ୍ଟ ଭାବରେ ଦିଲ୍ଲୀର ଶାସନ ପାଇଁ ନିର୍ବାଚିତ ସରକାରଙ୍କୁ ଉତ୍ତରଦାୟୀ କରିବା ସହିତ ପ୍ରଶାସନ ସମ୍ପର୍କିତ ସମସ୍ତ ନିଷ୍ପତ୍ତି ନେବାର ଅଧିକାର ଦିଲ୍ଲୀ ସରକାରଙ୍କର ରହିଛି ବୋଲି ନିର୍ଣ୍ଣୟ କରିବା ପରେ ତରବରିଆ ଭାବରେ ଅଧ୍ୟାଦେଶ ଆଣି ବିଜେପି ସରକାର ସମସ୍ତ ଅଧିକାର ଦିଲ୍ଲୀର ଏଉପ ରାଜ୍ୟପାଳ୍କ ହାତକୁ ଟେକିଦେଇଛି l|ଅର୍ଥାତ ନିର୍ବାଚିତ ସରକାର ବଦଳରେ ବର୍ତ୍ତମାନ ଶାସନ କ୍ଷମତା କେନ୍ଦ୍ର ସରକାର ଏବଂ ଏହା ଦ୍ୱାରା ନିଯୁକ୍ତ ଏଲ.ଜିଙ୍କ ହାତରେ ରହିବ l|ବର୍ତ୍ତମାନ ଏହି ଅର୍ଡିନାନ୍ସ ସୁପ୍ରିମ କୋର୍ଟରେ ବିଚାରଧୀନ ଥିବା ସମୟରେ ଅନ୍ୟାୟପୂର୍ଣ୍ଣ ଭାବରେ ମୋଦି ସରକାର ପାସଂସଦରେ ସମ୍ପର୍କିତ ବିଲ ଆଣିବା ସମ୍ବିଧାନ ଏବଂ ଏହାର ମୂଲ୍ୟବୋଧର ବିବିରୁଦ୍ଧାଣ କରୁଛି l,ନେକ ରାଜନୈତିକ ଦଳ ଏହି ବିଲର ବିରୋଧ କରୁଥିବାବେଳେ ବିଜୁ ଜନତା ଦଳ ଏହାକୁ ସମର୍ଥନ କରିବ ବୋଲି ନିଷ୍ପତ୍ତି ନେଇଛି l |ମଣିପୁରରେ ଯେଉଁ ପରି ଭାବରେ ମହିଳାଙ୍କ ପ୍ରତି ହିଂସା ହେଲା ଏବଂ ଏଥି ଯୋଗୁଁ ସାରା ରାଜ୍ୟରେ ଯେଉଁଭଳି ଭାବେ ୧୫୦ରୁ ଉର୍ଦ୍ଧ୍ଵ ଲୋକ ମୃତ୍ୟୁବରଣ କଲେ ତଥା ୫୦,୦୦୦ରୁ ଉର୍ଦ୍ଧ୍ଵ ଲୋକ ବିସ୍ଥାପିତ ହୋଇ ବିଭିନ୍ନ ରିଲିଫ କ୍ୟାମ୍ପରେ ରହିବା ପାଇଁ ବାଧ୍ୟ ହେଲେ ତାହା ପ୍ରତ୍ୟେକ ଭାରତୀୟଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଛି।
ବ |ଜୁ ଜନତା ଦଳର ମଣିପୁର ହିଂସା ଘଟଣାରେ ଆସିଥିବା ଅନାସ୍ଥା ପ୍ରସ୍ତାବରେ ମଧ୍ୟ ବିଜେପିକୁ ସମର୍ଥନ ଯାହାକି ଅମାନବିକ ମହିଳା ବିରୋଧୀ, ଆଦିବାସୀ ବିରୋଧୀ, ଏବଂ ଜଣେ ସୈନିକର ସ୍ତ୍ରୀ ପ୍ରତି ହୋଇଥିବା ଅମାନବୀୟ ଘଟଣା ଅଟେ । ଏହ ପ୍ରତ୍ୟେକ ଓଡ଼ିଆଙ୍କୁ ବ୍ୟଥିତ କରିଛି ଏବଂ ଏହା ସୁଚିତ କରୁଛି ଯେ ବିଜୁ ଜନତା ଦଳ ମହିଳା ବିରୋଧୀ ।
ଯଦ|ଓ ବିଜେପିର ଅଘୋଷିତ ମେଣ୍ଟ ବିଜେଡି ସହିତ ରହି ଆସିଛି ଏବଂ ସବୁ ସମୟରେ ବିଜେଡି ବିଜେପିକୁ ସମର୍ଥନ ଦେଇଛି, ମାତ୍ର ଏପରି ସମ୍ବିଧାନ ଏବଂ ସଂଘୀୟ ବ୍ୟବସ୍ଥା ବିରୋଧୀ ଆଇନକୁ ସମର୍ଥନ କରିବା ଆମକୁ ଆଶ୍ଚର୍ଯ୍ୟ କରିଛି l ଓଡ଼ିଶାରେ ବିଜେଡି ଜଣେ ଅମଲା ଦ୍ୱାରା ପରିଚାଳିତ ହେବା ଏବଂ ଦିଲ୍ଲୀରେ ନିର୍ବାଚିତ ସରକାରଠାରୁ କ୍ଷମତା କାଢି ଏଲ.ଜି ଏବଂ ଅମଲା ତନ୍ତ୍ରକୁ ଶାସନ ଦେଇଦେବା ଏକ ସମାନ ପ୍ରକ୍ରିୟା ଅଟେ l ଯେହ|ତୁ ଓଡ଼ିଶାରେ ନିର୍ବାଚିତ ବିଜେଡି ପ୍ରତିନିଧିମାନେ ନିଜର ସମସ୍ତ କ୍ଷମତା ଜଣେ ଅମଲା ହାତରେ ଦେଇସାରିଛନ୍ତି ତେଣୁ ଦିଲ୍ଲୀ ବିଲକୁ ସମର୍ଥନ ଦେବା ସେମାନଙ୍କର ବାଧ୍ୟ୍ୟବାଧକତା l ବର୍୍ତମାନ ବିଜୁ ଜନତା ଦଳ ବିଜେପି ସହିତ ନିଜର ମେଣ୍ଟକୁ ସାର୍ବଜନୀନ କରିବା ପାଇଁ ଆମ ଆଦମୀ ପାର୍ଟି ଦାବି ରଖୁଛିରଖିଛି ଆପ ବଲାଙ୍ଗିର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଶ୍ରୀ ଆଶିଷ ପାଣ୍ଡେ କହିଛନକହିଛନ୍ତି |
Prev Post
Next Post