ହଷ୍ଟେଲ ରୁ ଟେକିନେଇ ଶିଶୁକୁ ଦୁଷ୍କର୍ମ ଉଦ୍ୟମ

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗଣ୍ଡାବାହାଲି ସେବାଶ୍ରମରେ ରହୁଥିବା ୮ ବର୍ଷର ଜ୍ଵନିକ ନାବାଳିକା ଅପହରଣ ପରେ ଦୁଷ୍କର୍ମ ଉଦ୍ୟମ କରୁଥିବା ଅଭିଯୋଗ,ପ୍ରକାଶ ଯୋଗ୍ୟଯେ ବୁଧବାର ପୂର୍ବାହ୍ନ ପ୍ରାୟ ୩ ଘଣ୍ଟା ସମୟରେ ଛାତ୍ରୀ ଜଣକ ଖାଇ ସାରିବା ପାରେ ଛାତ୍ରୀ ନିବାସ ନିକଟରେ ଥିବା ନଳକୂପକୁ ପାଣି ପାଇଁ ଆସିଥିଲା। ଏହି ସମୟରେ ପୂର୍ବରୁ ଯୋଜନା ମୁତାବକ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଲେତେର ଗ୍ରାମର ଚଉବନ ହରପାଳ ନାମକ ଜଣେ ବ୍ୟକ୍ତି ଅପହରଣ କରି ନିକଟସ୍ଥ ଜଙ୍ଗଲକୁ ଟେକିନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା। ଏହି ସମୟରେ ସ୍ଥାନୀୟ ଯୁବକ ଉଦ୍ଧବ ଶତନାମୀ ଜଙ୍ଗଳକୁ ଛତୁ ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ଏହି ଅମାନବୀୟ ଦୃଶ୍ୟ ଦେଖି ନିକଟରେ ଥିବା କିଛି ଲୋକଙ୍କୁ ଜଣାଇଥିଲେ। ପରେ ସମ୍ପୃକ୍ତ ଘଟଣା ସ୍ଥଳକୁ ଯାଇ ଦେଖିଲା ବେଳକୁ ଅଭିଯୁକ୍ତ ଜଣକ ଉଲଘ୍ନ ଅବସ୍ଥାରେ ରହି ଛାତ୍ରୀ ଜଣକୁ ଦୁଷ୍କର୍ମ ଉଦ୍ୟମ ଚଳାଇଥିଲା। ଏ ଅଭାବନୀୟ ଦୃଶ୍ୟ ଦେଖିବା ପରେ ଅଭିଯୁକ୍ତକୁ କାବୁ କରିବା ସହ ଛାତ୍ରୀ ଜଣକୁ ଉଦ୍ଧାର କରି ଛାତ୍ରୀ ନିବାଶରେ ଛାଡି ଥିଲେ। ଏହି ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଗ୍ରାମ ବାସୀଙ୍କ ଉଦ୍ଧ୍ୟମ କ୍ରମେ ଯୁବକଙ୍କୁ ଅଟକ ରଖି ସିନାପାଲି ପୋଲିସକୁ ଖବର ଦେବା ପରେ ପୋଲିସ ପହଂଚି ଅଭିଯୁକ୍ତ କୁ ଥାନାକୁ ନେଇ ଅଟକ ରଖି ପଚରାଉଚରା ଜାରି ରଖିଛି। ବର୍ତମାନ ଛାତ୍ରୀ ନିବାସ ପରିସର ଉତେଜନା ଜାରି ଥିବା ବେଳେ ଅଭିଯୋଗ ପାଇ ସିନାପାଲି ମଙ୍ଗଳ ଅଧିକାରି ସୁନୀଲ ସାମଳ ଘଟଣାର ତଦନ୍ତ ଜାରି ରଖିଛନ୍ତି ତେବେ ଏଠାରେ ପ୍ରଶ୍ନ ଉଠେ ଛାତ୍ରୀ ମାନଙ୍କ ସୁରକ୍ଷା ଦେବା ପାଇଁ ଏଠାରେ ନିୟୋଜିତ ଥିବା ମେଟ୍ରନ ଓ ଦାଇତ୍ୱରେ ଥିବା ଶିକ୍ଷକ କି ଭଳି ଛାତ୍ରୀ ଜଣକୁ ଦୀର୍ଘ ସମୟ ଧରି ଅନୁପସ୍ଥିତ ଥାଇ ମଧ୍ୟ ନ ଜାଣିବା ଏବଂ ସମ୍ପୂର୍ଣ ଭାବରେ ଛାତ୍ରୀ ମାନଙ୍କ ସୁରକ୍ଷାରେ ଥିବା କର୍ମଚାରୀ କିଭଳି ଜାଣି ନ ପାରିଲେ ତାକୁ ନେଇ ବଡ ପ୍ରଶ୍ନ,ତେବେ ଏହି ଘଟଣାକୁ ନେଇ ବିଭାଗୀୟ ଅଧିକାରି କିଭଳି ପଦକ୍ଷେପ ନେଇଛନ୍ତି ତାହା ଦେଖିବାକୁ ବାକି ରହିଲା 

Leave A Reply

Your email address will not be published.