ବାଲିଆପାଳ,୪/୮ (ନ.ନ୍ଯୁ.ସ.) ରାଜ୍ୟରେ ସବୁ ନଦୀରେ ବନ୍ୟାବିତ୍ପାତ ଆରମ୍ଭ ହୋଇଥିବା ବେଳେ ସୁବର୍ଣ୍ଣରେଖା ନଦୀ ଜଳ ପତନ ସ୍ଥିର ରହିଥିଲା ମାତ୍ର ଶୁକ୍ରବାର ପୂର୍ବାହ୍ନରୁ କ୍ରମଶଃ ନଦୀର ଜଳ ପତନ ବଢିବାରେ ଲାଗିଛି। ସନ୍ଧ୍ୟା ସୁଧା ସୁବର୍ଣ୍ଣରେଖା ନଦୀରେ ପ୍ରଥମ ବନ୍ୟା ଜଳ ଦେଖିବାକୁ ମିଳିଛି। ଏହା ଫଳରେ ବାଲିଆପାଳ ବ୍ଳକର ନାଦୀ କୂଳିଆ ଓ ତଳିଆଅଞ୍ଚଳ ରେ ବନ୍ୟା ଜଳ ପ୍ରବାହିତ ହେବାର ଆଶଂକା ରହିଛି। ସଂଧ୍ୟା ୭ଟା ସୁଦ୍ଧା ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀର ଜଳପତ୍ତନ ୮.୧୦ ମିଟରରେ ଥିବା ବେଳେ ଏଠାରେ ସତର୍କ ସୂଚନା ହେଉଛି ୯.୪୫ମିଟର। ଏବଂ ୧୦.୩୬ ମିଟର ହେଉଛି ବିପଦ ସଂକେତ ଅଟେ।