ଖବର ଆଜିର….ତାରିଖ ୦୫/୦୮/୨୦୨୩ ଶନିବାର ।

ରତ୍ନଭଣ୍ଡାର ଖୋଲିବ: ରଥଯାତ୍ରା ଯାଏ ଟାଳିଦେଲେ, ଏବେ ଭକ୍ତଙ୍କ ପାଇଁ ଖୋଲିବନି ଚାରିଦ୍ବାର ।

ଦିଲ୍ଲୀ ହାଇକୋର୍ଟରେ ଦାଖଲ ହେଲା ଇଣ୍ଡିଆ ମେଂଟ ବିରୋଧରେ ପିଟିସନ । ଇଣ୍ଡିଆ ନାଁର ବ୍ୟବହାର ରୋକ ଉପରେ ଦାୟର ଆବେଦନ ଉପରେ ଶୁଣାଶୀ କଲେ କୋର୍ଟ

ସୁବ୍ରତ ବାଗଚୀଙ୍କୁ ମିଳିଲା ନୂଆ ଦାୟିତ୍ୱ । ରାଜ୍ୟ ସରକାରଙ୍କ ଆନୁଷ୍ଠାନିକ ଦକ୍ଷତା ବିକାଶ ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ।

ନୁହ ହିଂସା ଘଟାଇଥିବା ୨୫୦ ଅଭିଯୁକ୍ତଙ୍କ ଘରେ ବୁଲଡୋଜର ଚଲାଇଲେ ହରିୟାଣା ସରକାର ।

ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ପ୍ରକୃତିର ତାଣ୍ଡବ । ବାଦଲଫଟା ବର୍ଷାରେ ଭାସିଗଲେ ୧୯ଜଣ ଯାତ୍ରୀ।

ଦୀର୍ଘ ୪ମାସର ଲଢ଼େଇ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଛି ଆଶ୍ୱସ୍ତି । ମୋଦୀ ସାଂଗିଆ ମାମଲାରେ ଗୁଜରାଟର ତଳକୋର୍ଟ ରାହୁଲଙ୍କୁ ଦେଇଥିବା ଦଣ୍ଡିବିଧାନ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ ।

ଆଣ୍ଡାମାନ ମୁଖ୍ୟ ସଚିବଙ୍କୁ ନିଲମ୍ବନ ଘଟଣା: କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ ।

ହୀରାକୁଦ ଜଳଭଣ୍ଡାରରୁ ୧୨ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ ।

ସପ୍ତାହର ଶେଷ କାରବାର ଦିନରେ ଦମଦାର କ୍ଲୋଜିଂ, ସେନସେକ୍ସରେ ୪୮୦ ଅଙ୍କ ବୃଦ୍ଧି, ପୁଣି ୧୯,୫୦୦ ଟପିଲା ନିଫ୍ଟି ।

ଆର୍‌ସିବିର ମୁଖ୍ୟ ଖୋଚ୍ ପଦରୁ ସଞ୍ଜୟ ବାଙ୍ଗର ବିଦା, ଆଣ୍ଡି ଫ୍ଲାୱର ହେଲେ ନିଯୁକ୍ତ।

OSSC ପ୍ରଶ୍ନପତ୍ର ଲିକ ମାମଲା : ପାଞ୍ଚ ଜଣଙ୍କ ଜାମିନ ଆବେଦନ ଖାରଜ | ଜାମିନ ଆବେଦନ ଖାରଜ କଲେ ବାଲେଶ୍ୱର OPID କୋର୍ଟ |

: ଭାରତୀୟ ଧାବିକା ଜ୍ୟୋତି ୟାରାଜି ମାତ୍ର ୦.୦୧ ସେକେଣ୍ଡ ସମୟ ପାଇଁ ପ୍ୟାରିସ୍‌ ଅଲିମ୍ପିକ୍ସ ଯୋଗ୍ୟତାରୁ ବଞ୍ଚିତ ହୋଇଛନ୍ତି। ।

ତୁଟୁନି ମାର୍କେଟ୍‌ ବିଲ୍‌ଡିଂ ବିବାଦ: ଉଠାଦୋକାନୀଙ୍କ ଦୋକାନ ଭାଙ୍ଗିବା ଅଭିଯୋଗ, ଥାନାରେ ଏତଲା ।

ଓଡ଼ିଶାର ୫୭ ଷ୍ଟେସନ୍‌ ରୂପ ବଦଳିବ: ପ୍ରଥମ ପର୍ଯ୍ୟାୟରେ ୨୫ଟିର ନବୀକରଣ ପାଇଁ ୫୩୧ କୋଟି।

ଚୁପ ହେଇଯାଅ ନହେଲେ ଇଡି ଆସିବ: ସଂସଦରେ କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖିଙ୍କର ଏଭଳି ବୟାନକୁ ନେଇ ତେଜିଲା ବିରୋଧ

ଆସୁଛି ଭାରତର ସମୁଦ୍ରଯାନ, ଉନ୍ମୋଚନ କରିବ ଗଭୀର ସମୁଦ୍ରର ରହସ୍ୟ ।

ସୁପ୍ରଭାତ , ଶୁଭ ସକାଳ ।

Leave A Reply

Your email address will not be published.