➡️୧-ଆଜି ଓଡ଼ିଶାର ୨୫ଟି ରେଳ ଷ୍ଟେସନ୍ ସମେତ ଦେଶର ୫୦୮ଟି ଷ୍ଟେସନ୍ର ପୁନଃନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l
➡️୨-ରାଜ୍ୟରେ ଚଳିତ ଶିକ୍ଷାବର୍ଷରେ ଯୁକ୍ତ ଦୁଇ ଶ୍ରେଣୀ(ଏକାଦଶ)ରେ ମୋଟ ୧ଲକ୍ଷ ୩୧ହଜାର ୬୦୩ଟି ସିଟ୍ ଖାଲି ପଡିଲା l
➡️୩-ଜହ୍ନ ଆଉ ବେଶୀ ଦୂର ନୁହେଁ, ଚନ୍ଦ୍ରର କକ୍ଷପଥରେ ପହଂଚିଲା ଚନ୍ଦ୍ରଯାନ-୩, ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଟରେ କରିବ ଅବତରଣ l ଆଜି ପୁଣି ବଦଳାଇବ କକ୍ଷ l
➡️୪-ପାସପୋର୍ଟ ଆବେଦନ ପାଇଁ ଆସିଲା ନୂଆ ନିୟମ l ଏଣିକି ନୂଆ ପାସପୋର୍ଟ ପାଇଁ ଆବେଦନ କରିବାକୁ ହେଲେ ଯାତ୍ରୀଙ୍କୁ ଡିଜିଲକର ବ୍ୟବହାର କରି ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ କରିବାକୁ ପଡିବ ।
➡️୫-ରାଜ୍ୟରେ ୧୩୮ଜଣ ଇନ୍ସପେକ୍ଟରଙ୍କ ହେଲା ବଦଳି l ଏ ନେଇ ରାଜ୍ୟ ପୋଲିସ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି l
➡️୬-ଆସନ୍ତା ୮ତାରିଖ ଦିନ ୫-ଟି ସଚିବଙ୍କ ଚୌଦ୍ୱାର ଆଗମନ ଓ ଜନ ଶୁଣାଣୀ କାର୍ଯ୍ୟକ୍ରମକୁ ନେଇ ପ୍ରଶାସନିକସ୍ତରରେ ହେଲା ପ୍ରସ୍ତୁତି ଆରମ୍ଭ l
➡️୭-ବନ୍ଧୁତ୍ବ ଦେଖିଲା ସାରା ଓଡ଼ିଶା l ପରସ୍ପରକୁ ପ୍ରଶଂସା କଲେ ଅମିତ ଶାହ, ନବୀନ l ବିପର୍ଯ୍ୟୟ ମୁକାବିଲାରୁ ଆରମ୍ଭ କରି ନକ୍ସଲ ଦମନ ଯାଏ ସବୁ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ଶାହ ଖୋଲାଖୋଲି ଭାବେ କଲେ ପ୍ରଶଂସା l
➡️୮-ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବଢ଼ିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା, ଚିନ୍ତା ବଢ଼ାଇଲା ଖୋର୍ଦ୍ଧା ଜିଲ୍ଲା ।
➡️୯-ରାଜ୍ୟରେ ବନ୍ୟା ସ୍ଥିତିରେ ଆସିଛି ସୁଧାର। । ଆଉ ବନ୍ୟା ସ୍ଥିତି ନଥିବା ବୋଲି କହିଲେ ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ । ହେଲେ ହୀରାକୁଦ ଜଳଭଣ୍ଡାରରେ କିନ୍ତୁ ବଢୁଛି ଜଳସ୍ତର ।
➡️୧୦-୮୩ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଲେ ଆମେରିକାର ଲୋକପ୍ରିୟ ଟେଲିଭିଜନ ସୋ’ ‘ବ୍ରେକିଙ୍ଗ ବ୍ୟାଡ’ ଏବଂ ‘ବେଟର୍ କଲ ଶାଉଲ’ରେ ଅଭିନୟ କରିଥିବା ଅଭିନେତା ମାର୍କ ମାଙ୍ଗୋଲିସଙ୍କ l
➡️୧୧-କନ୍ଧମାଳ ଜିଲା ଫିରିଙ୍ଗିଆ ଥାନାଧିକାରୀଙ୍କ ନିଲମ୍ବନ ଏବଂ ଗିରଫ ଦାବିରେ ଫିରିଙ୍ଗିଆ ଥାନା ଜାଳିଦେଲେ ଉତ୍ୟକ୍ତ ଲୋକ l ଏସ୍ଡିପିଓ, ତହସିଲଦାରଙ୍କୁ ଗୋଡେଇ ଗୋଡେଇ ପିଟିଲେ l
➡️୧୨-ଆସନ୍ତା ସେପ୍ଟେମ୍ବର ମାସରେ ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୭ରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ l
➡️୧୩-ତୋଷଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ହେଲେ ଦୋଷୀ । ହେଲା ୩ବର୍ଷର ସଜା, ୫ବର୍ଷ ପର୍ଯ୍ୟନ୍ତ ଲଢିପାରିବେନି ନିର୍ବାଚନ l
➡️୧୪-ଓଡ଼ିଶା ଗସ୍ତରେ ଥିବା ଗୃହମନ୍ତ୍ରୀ ଅମୀତ ଶାହାଙ୍କୁ ଛାତ୍ର କଂଗ୍ରେସର ବିରୋଧ l ଭୁବନେଶ୍ୱର ମେ ଫେୟାର ଛକ ଠାରେ ପ୍ଲା କାର୍ଡ଼, କଳା ପତାକା ପ୍ରଦର୍ଶନ ଓ କଳା ବେଲୁନ୍ ଉଡ଼ାଇ କଲେ ପ୍ରତିବାଦ l
➡️୧୫-ଦିଲ୍ଲୀ ଏନସିଆରରୁ କାଶ୍ମୀର ପର୍ଯ୍ୟନ୍ତ ଭୂକମ୍ପର ତୀବ୍ର ଝଟକା ଅନୁଭୂତ, ଆଫଗାନିସ୍ତାନର ହିନ୍ଦୁକୁଶ ଭୂକମ୍ପର କେନ୍ଦ୍ର ସ୍ଥଳ l ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୮ l
➡️୧୬-ଆନ୍ଧ୍ରପ୍ରଦେଶ ଚିତୁରରେ ତେଲଗୁଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାୟଡୁଙ୍କ ରାଲିରେ ଟେକାପଥରମାଡ ଓ ଜଳାପୋଡା ଅଭିଯୋଗରେ ୫୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଖୋଜୁଛି ପୋଲିସ l
➡️୧୭-ଜୀବନ ରକ୍ଷାକାରୀ ଔଷଧ ପାଇଁ ଚୀନ ଉପରେ ଭାରତ ଅତ୍ୟଧିକ ନିର୍ଭରଶୀଳ: ମୋଟ ଫାର୍ମା ଆମଦାନିର ୪୩% ଚୀନରୁ ଆସୁଛି l
➡️୧୮-ୱେଷ୍ଟଇଣ୍ଡିଜ୍ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଆଜି ଖେଳାଯିବ।
➡️୧୯-ଭାରତର ଷ୍ଟାର ଶଟଲର ଏଚଏସ୍ ପ୍ରଣୟ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ଓପନ ଫାଇନାଲରେ କଲେ ପ୍ରବେଶ l ସେ ଫାଇନାଲରେ ବିଶ୍ୱର ୨୪ ନମ୍ବର ଖେଳାଳି ୱେଙ୍ଗ ହୋଙ୍ଗୟାଙ୍ଗଙ୍କୁ ଭେଟିବେ।
➡️୨୦-ବର୍ଲିନ : ବିଶ୍ବ ତୀରନ୍ଦାଜିରେ ଇତିହାସ ରଚିଲା ଭାରତ l ଉଭୟ ପୁରୁଷ ଓ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତରୁ ଭାରତକୁ ୨ ସ୍ବର୍ଣ୍ଣ ସହ ମିଳିଲା ଗୋଟିଏ କାଂସ୍ୟ ପଦକ l
➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।
🔅ଆଜି କୃଷକ ପ୍ରଶଂସା ଦିବସ ll
🔅ଆଜି ବନ୍ଧୁତା ଦିବସ ll
🔅ଆଜି ଆନ୍ତର୍ଜାତୀୟ କ୍ଷମା ଦିବସ ll
🔅ଆଜି ଜାତୀୟ ଗପସପ ଦିବସ ll
🔅ଆଜି ଜାତୀୟ ସତେଜ ବ୍ରହ୍ମ ଦିବସ ll
🔅ଆଜି ଆମେରିକୀୟ ପରିବାର ଦିବସ ll
🔅ଆଜି ଜାତୀୟ ମାନସିକ ଦିବସ ll
🔅ଆଜି ଜାତୀୟ ଭଉଣୀ ଦିବସ ll
🔅ଆଜି ଜାତୀୟ କିଡ୍ସ ଦିବସ ll