ଖବର ଆଜିର….ତାରିଖ ୦୭/୦୮/୨୩, ସୋମବାର

୧-ଉପରମୁଣ୍ଡରେ ବର୍ଷା କମ୍ ଯୋଗୁଁ ହୀରାକୁଦକୁ କମୁଛି ଜଳପ୍ରବାହ,୨୦ ଫାଟକ ଦେଇ ବନ୍ୟାପାଣି ନିଷ୍କାସିତ।

୨-ଅଗଷ୍ଟ ୧୫ ସୁଦ୍ଧା ୩ ଦଫା ଦାବି ସରକାର ପୁରଣ ନ କଲେ ୧୬ରୁ ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ।

୩-୧୬ରୁ ୨୯ ମଧ୍ୟରେ ହେବ +୨ ପ୍ରଥମ ଇଣ୍ଟରନାଲ ପରୀକ୍ଷା, ଜାରି ହେଲା ମାର୍ଗଦର୍ଶିକା।

୪-ଓଡ଼ିଆ ଭାଷାରେ ନାମଫଳକ ଲେଖିବା ବାଧ୍ୟତାମୂଳକ : ୮ଜଣ ଖିଲାପକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି।

୫-ଆହୁରି ୫ଦିନ ବର୍ଷିବ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି।

୬-କନ୍ଧମାଳ:ଫିରିଙ୍ଗିଆ ଥାନା ପୋଡ଼ି ଘଟଣା, ଆକ୍ସନ ମୁଡରେ ପୋଲିସ, ୧୯ ଗିରଫ।

୭-ଦୁଇ ଦିନିଆ ବଲାଙ୍ଗିର ଗସ୍ତରେ 5T ସଚିବ: ହରିଶଙ୍କରଙ୍କୁ କଲେ ଦର୍ଶନ।

୮-ରାୟଗଡ଼ା:ଡଙ୍ଗରିଆ କନ୍ଧ ଯୁବକଙ୍କୁ ପୋଲିସ ଉଠାଇନେବା ଘଟଣାରପ୍ରତିବାଦ,କଲ୍ୟାଣସିଂହପୁର ଥାନା ଘେରାଉ କଲେ ୧୧୨ ଖଣ୍ଡ ଗାଁର ଡଙ୍ଗରିଆ କନ୍ଧ।

୯-ଭୁବନେଶ୍ୱର:୮ କୋଟି ଟଙ୍କା ବ୍ୟାଙ୍କ ଋଣ ଜାଲିଆତି ଘଟଣା, ୨ ଅଭିଯୁକ୍ତଙ୍କୁ ଗିରଫ କଲା EOW।

୧୦-ରାଜ୍ୟରେ ଆଉ ନାହିଁ ବନ୍ୟା ଆଶଙ୍କା, କିନ୍ତୁ ଉଜୁଡିଲାଣି ହଜାର ହଜାର ହେକ୍ଟର ଚାଷ।*

୧୧-ପୁଣି ଆଠଟି ମେଣ୍ଢା ମାରିଲା ଅଜଣା ଜନ୍ତୁ । ନିଆଳି ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ ଖେଳିଯାଇଛି।

୧୨-ଘଟଗାଁ:ବସ୍‌ ସହ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ଜଣେ ଗୁରୁତର।

୧୩-ଭୁବନେଶ୍ୱର:ଖାଲି ପଡିଛି ଯୁକ୍ତ ଦୁଇର ଆହୁରି ୧.୩୧ଲକ୍ଷଟି ସିଟ୍।

୧୪-ଜାତୀୟ ରାଜପଥରେ ଲାଗିନି ସ୍ପିଡ୍ ମିଟର ସୂଚନା ଫଳକ; ଚାଲାଣ କାଟିବାକୁ ନେଇ ତେଜୁଛି ଅସନ୍ତୋଷ।

୧୫-ରାୟଗଡ଼ା ପୋଲିସ ଅଢେଇ ବର୍ଷରେ ଆଦାୟ କରିଛି ୯ କୋଟି ୮ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଜରିମାନା, ୩୧ ମାତାଲ ଡ୍ରାଇଭର ପଡିଛନ୍ତି ଧରା।

୧୬-ଖୋର୍ଦ୍ଧାରେ ନକଲି ସାର୍ଟିଫିକେଟ୍ ରାକେଟ୍ ଠାବ । ଜଣେ କଲେଜ ଅଧ୍ୟାପକ ଗିରଫ ହେବାପରେ ପୋଲିସର ତନାଘନା ଜାରି।

୧୭-ଭୁବନେଶ୍ୱର: ପ୍ରତି ୧୦ରେ ଜଣେ ମଧୁମେହ ଆକ୍ରାନ୍ତ, ରାଜ୍ୟରେ ୮୭ଲକ୍ଷ ରୋଗୀ।

୧୮-ପାକିସ୍ତାନରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା : ୩୫ ମୃତ, ୮୦ ଆହତ।

୧୯-ଚନ୍ଦ୍ରଯାନ-୩କୁ ନେଇ ଆସିଲା ଭଲ ଖବର । ସଫଳତା ପୂର୍ବକ ଚନ୍ଦ୍ର କକ୍ଷରେ କରିସାରିଛି ପ୍ରବେଶ । ପ୍ରଥମ ବାର୍ତ୍ତା, ଅନୁଭୂତ ହେଉଛି ଚନ୍ଦ୍ରର ମାଧ୍ୟକର୍ଷଣ ଶକ୍ତି ।

୨୦-ପ୍ରୋଭିଡେନସ୍:ପୁରନ ପ୍ରହାର,୨ୟ T20ରେ ଭାରତର କ୍ରମାଗତ ପରାଜୟ।

. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.