ଜଳେଶ୍ଵର ବ୍ଲକ, ତା-୭/୮, (ନ ନୁୟ ସ) ଜଳେଶ୍ୱର ଥାନା ୬୦ ନମ୍ବର ଜାତୀୟ ରାଜପଥ ର ଜଳେଶ୍ଵର ବାୟପାଶ ନିକଟରେ ବସ କାର ଦୁର୍ଘଟଣା ଗସ୍ତ, ଅଳ୍ପକେ ବର୍ତିଲେ କାର ଡ଼୍ରାଇଭର।ସୂଚନା ଅନୁସାରେ ଜଳେଶ୍ଵର ରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ନୋରାନି ବସ (ଓ.ଆର-୦୧-କେ-୧୦୫୫) ଜଳେଶ୍ଵର ଓଭରବ୍ରିଜ ରୁ ତଳକୁ ଓହ୍ଲାଇବା ସମୟରେ ଜଳେଶ୍ଵର ଭିତରକୁ ଯାଉଥିବା (ଓଡି-୦୧-ଏସି-୩୬୬୩) କାର ସହ ସମ୍ନାସମ୍ନି ଧକ୍କା ହୋଇଥିଲା। ତେବେ କାର ଡ଼୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ବସରେ ଥିବା ଯାତ୍ରୀ ମାନେ ସୁରକ୍ଷିତ ଥିବା ଜଣା ପଡ଼ିଛି।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବସ ଓ କାରକୁ ଥାନାକୁ ନେଇ ଅଟକ ରଖିଛି।ତେବେ ଜଳେଶ୍ଵର ବାଇପାସ୍ ରାସ୍ତା ନିକଟରେ ୬୦ନମ୍ବର ଜାତୀୟ ରାଜପଥ ର ଡାଇଭରସନ ରୋଡ଼ ନ ଥିବା ଯୋଗୁଁ ବାରମ୍ବାର ଦୂର୍ଘଟଣା ଘଟୁଥିବା ବେଳେ ପ୍ରଶାସନିକ ସ୍ତରରେ କୌଣସି ବ୍ୟବସ୍ଥା କରା ଯାଉ ନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ସୁଦର୍ଶନ ଦାସ।