ଟ୍ରାକ୍ଟର ଧକ୍କାରେ କାର୍ଯ୍ୟନିର୍ବାହୀ ଅଧିକାରୀ ମୃତ

ନୂଆପଡ଼ା ଜିଲ୍ଲା ସିନାପଲି ବ୍ଲକ ଅନ୍ତର୍ଗତ କରନବାହାଳି ଗ୍ରାମପଞ୍ଚାୟତରେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀ ସତ୍ୟ ମାଝୀଙ୍କ ଟ୍ରାକ୍ଟର ଧକ୍କାରେ ଅକାଳ ବିୟୋଗ ଘଟିଥିବା ଦେଖିବାକୁ ମିଳିଛି। ଆଜି ଅପରାହ୍ନରେ ସ୍ବର୍ଗତ ମାଝୀ କୌଣସି କାର୍ଯ୍ୟରେ ତାଙ୍କ ମୋଟର ସାଇକେଲ ନମ୍ବର ଓଡ଼ି.୨୬.ଜି ୬୨୬୩ ରେ ବିଜୁଏକ୍ସପ୍ରେସ ୱେ ରୁ କଚା ରାସ୍ତା ମହଗାଁ ଅଭିମୁଖେ ଥିବାବେଳେ  ଟ୍ରାକ୍ଟର ନଂ ଓଡ଼ି.୨୬.ଇ.୪୦୫୬ ଧକ୍କା ଦେବା ପରେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି ହେଳେ ବର୍ତ୍ତମାନ ମଧ୍ୟ ଉକ୍ତ ଘଟଣା ପରିବାର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି। ସ୍ବର୍ଗତ ମାଝୀଙ୍କ ଜନ୍ମମାଟି ବୋଡେ଼ନ ବ୍ଲକ କିରେଝୋଲା ହୋଇଥିବା ବେଳେ ପ୍ରାରମ୍ଭିକ କାର୍ୟ୍ଯକାଳରେ ଜଣେ ଗ୍ରାମରୋଜଗାର ସେବକ ଭାବରେ ବୋଡେ଼ନ ପଞ୍ଚାୟ ସମିତିର ବିଭିନ୍ନ ପଞ୍ଚାୟତରେ ସଫଳତାର ସହିତ କାର୍ଯ୍ୟ ସମ୍ପାଦନ କରିଥିଲେ। ପରବର୍ତ୍ତୀ ସମୟରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବରେ ପଦୋନ୍ନତି ପାଇ ସିନାପଲି ବ୍ଲକରେ ସଫଳତାର ସହିତ କାର୍ଯ୍ୟ ସମ୍ପାଦନ କରି ଅନେକ ପୁରସ୍କାର ମଧ୍ୟ ଗ୍ରହଣ କରିଥିଲେ। ହେଳେ ସେ ଦୁର୍ଘଟଣା ହୋଇ ଆଜି ମୃତ୍ୟୁ ବରଣ କରିଛନ୍ତି। ଓ ସୂଚନା ପାଇବା ପରେ ସିନାପାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇବା ସହ ଅଧିକ ତଦନ୍ତ ଚଳେଇଥିବା ଜଣାପଡ଼ିଛି।

Leave A Reply

Your email address will not be published.