ବରୀ,୧୩l୮(ନ ନ୍ୟୁ ସ):ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ବରୀ ବ୍ଲକ୍ର ୫ ଗୋଟି ରାସ୍ତା ସାମିଲ ହୋଇ ଟେଣ୍ଡର ପ୍ରକ୍ରିୟାକୁ ଯାଇଛି । ଏହି ରାସ୍ତା ଗୁଡ଼ିକ ମଧ୍ୟରେ ଗାନ୍ଧୀ ରାସ୍ତାଠାରୁ ଓଉପଡ଼ା ଜଳସମ୍ପଦ ବନ୍ଧ ପର୍ଯ୍ୟନ୍ତ ୫ କୋଟି ୭୦ ଲକ୍ଷ, ଭଳିନୂଆଗାଁଠାରୁ ବାଙ୍କସାହି ଶବର ସାହି ପର୍ଯ୍ୟନ୍ତ ୪ କୋଟି ୨୨ ଲକ୍ଷ, ଅଙ୍ଗାଳୋ ହନୁମାନ ଛକଠାରୁ ବୋଇତାଳୁ ପାଟଣା ଗ୍ରାମ୍ୟ ଉନ୍ନୟନ ରାସ୍ତା ୪ କୋଟି ୨୨ ଲକ୍ଷ, ଏରଡ଼ା ଘାଟଠାରୁ କନ୍ତିଆ ସେତୁ ପର୍ଯ୍ୟନ୍ତ ୪ କୋଟି ୨୨ ଲକ୍ଷ, ରାଉତସାହି ପୂର୍ତ୍ତ ବିଭାଗ ରାସ୍ତାଠାରୁ ମିତ୍ରସେନପୁର ପର୍ଯ୍ୟନ୍ତ ୪ କୋଟି ୨୨ ଲକ୍ଷ ଟଙ୍କାରେ ରାସ୍ତା ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ପତ୍ର ସଂଖ୍ୟା ୨୭୭୮/୦୯/୦୮/୨୩ ରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ମାସରେ ଟେଣ୍ଡର ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏହି ଖବର ଜଣାପଡ଼ିବା ପରେ ଅଞ୍ଚଳ ବାସୀଙ୍କ ପକ୍ଷରୁ ବରୀ ଆନନ୍ଦ ପ୍ରକାଶ ପାଇଛି। ବ୍ଲକ୍ର ବିଭିନ୍ନ ରାସ୍ତାର ଉନ୍ନତି କରଣ ନିମନ୍ତେ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା।