ସକାଳର ଖବର… ୧୭-ଅଗଷ୍ଟ-୨୦୨୩, ଗୁରୁବାର

➡️୧-ଖୁବଶୀଘ୍ର ଆନନ୍ଦବଜାରରେ ଲାଗିବ ମହାପ୍ରସାଦ ଦର ତାଲିକା । ରେଟ୍ ଚାର୍ଟ ଅନୁସାରେ, ବାଇ ହାଣ୍ଡି ଅନ୍ନ ପାଇଁ ୧୩ଶହ ରୁ ୨୫ଶହ ଟଙ୍କା ରଖାଯାଇଥିବାବେଳେ, ଦାସିଆ ହାଣ୍ଡି କାନିକା ପାଇଁ ୩ହଜାର ଟଙ୍କା ରଖାଯାଇଛି ।

➡️୨-ବରଗଡ ଜିଲାରେ ହେବ ୩ଟି ସେତୁ, ୩୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୩-ବଦଳିଲା ନେହେରୁ ମେମୋରିଆଲ ସଂଗ୍ରହାଳୟ ଓ ଲାଇବ୍ରେରୀର ନାଁ । ଏଣିକି ଏହା ପିଏମ ସଂଗ୍ରହାଳୟ ଓ ଲାଇବ୍ରେରୀ ନାଁରେ ଜଣାଯିବ ।

➡️୪-ଆସନ୍ତାବର୍ଷ ଫେବ୍ରୁଆରୀ ୧୪ରେ ଆରମ୍ଭ ହେବ ପ୍ଲସ-ଟୁ ପରୀକ୍ଷା। ମାଟ୍ରିକ ଭଳି 6 ମାସ ଆଗରୁ ତାରିଖ ଘୋଷଣା କଲା ସିଏଚ୍ଏସଇ।

➡️୫-ଚନ୍ଦ୍ର ପୃଷ୍ଠରେ ଅବତରଣ ନିମନ୍ତେ ଚନ୍ଦ୍ରଯାନ-୩ ଲାଗି ଆଉ ମାତ୍ର ୬ ଦିନ ବାକି। ଆଜି ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ଚନ୍ଦ୍ରଯାନ ୨ ଭାଗରେ ବିଭକ୍ତ ହେବ।

➡️୬-ଦେଶର ଶହେଟି ସହରରେ ଚାଲିବ ଦଶହଜାର ଇ-ବସ୍। ଇ-ବସ୍ ସେବା ଯୋଜନାକୁ ମଞ୍ଜୁରୀ କେନ୍ଦ୍ର କ୍ୟାବିନେଟର ମିଳିଲା ମଞ୍ଜୁରୀ l

➡️୭-ମିଳିଲା ବିଶ୍ୱକର୍ମା ଯୋଜନାକୁ ସ୍ୱୀକୃତି, ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଶ୍ରେଣୀର ୩୦ ଲକ୍ଷ କାରିଗର ପାଇବେ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା l

➡️୮-ଏଣିକି ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଯାତ୍ରୀମାନେ ଷ୍ଟୋଭ୍‌ , ଗ୍ୟାସ ସିଲିଣ୍ଡର, କୌଣସି ପ୍ରକାରର ଜଳନଶୀଳ ରାସାୟନିକ ଦ୍ରବ୍ୟ, କୌଣସି ଜୀବ ଜନ୍ତୁଙ୍କର ଚମଡା, ପ୍ୟାକେଜ୍‌ରେ ତେଲ ଏବଂ ଅନ୍ୟକୁ କ୍ଷତି କରୁଥିବା ବସ୍ତୁ ନେଇ ପାରିବେ ନାହିଁ ।

➡️୯-ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ପୁଣି ଅଶାନ୍ତି, ମୁହାଁମୁହିଁ ହେଲେ ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ l ଉଠା ଦୋକାନୀ ଜବରଦସ୍ତ ବସିବାକୁ ଉଦ୍ୟମ ବେଳେ ହେଲା ମୁହାଁମୁହିଁ l

➡️୧୦-ଧାନ କ୍ରୟ ପାଇଁ ପଞ୍ଜୀକରଣ ଆବେଦନ କରିବାର ଶେଷ ତାରିଖ ହେଉଛି ୨୨ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ହେଲା ବୃଦ୍ଧି l

➡️୧୧-କିଲୋ ପିଛା ୫୦ ଟଙ୍କାରେ ବିକ୍ରି ହେବ ନେପାଳରୁ ଆମଦାନୀ ହୋଇଥିବା ୫ ଟନ ଟମାଟୋ l

➡️୧୨-ବର୍ଷା ଅଭାବରୁ ମରିଗଲା ଚାଷ, ମରିଗଲେ ଚାଷୀ: ଫସଲ ନଷ୍ଟ ହେବାରୁ କୀଟନାଶକ ପିଇ ମୋହନାରେ ଚାଷୀ ଆତ୍ମହତ୍ୟା କରିଥିବା ନେଇ ଆସିଲା ଅଭିଯୋଗ l

➡️୧୩-୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଭଦ୍ରକ ସିଡିପିଓ l

➡️୧୪-ଲୁଣି ଜଳର କୁମ୍ଭୀର ଏବେ ମଧୁର ଜଳ ମୁହାଁ । ଯାଜପୁର ଜିଲ୍ଲା ବରୀ ବ୍ଲକ ଅମଠପୁର ଅଞ୍ଚଳରେ ବିରୂପା ନଦୀରେ ମହିଳାକୁ ଟାଣି ନେଇ ଖାଇଦେଲା କୁମ୍ଭୀର ।

➡️୧୫-୯ ଦଫା ଦାବିକୁ ନେଇ ଅଗଷ୍ଟ ୧୮ ରେ ରାଜ୍ୟର ୩୧୪ ବ୍ଲକ ଘେରିବ କଂଗ୍ରେସ l

➡️୧୬-ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ଯାହାଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇପାରେ ପ୍ରବଳରୁ ଅତିପ୍ରବଳ ବର୍ଷା l

➡️୧୭-ବଦଳିବ ଅଦାଲତର ଭାଷା : ଏଣିକି ରାୟରେ ରହିବନି ‘ଦେହଜୀବୀ’, ‘ଅବିବାହିତ ମା’ ଓ ‘ବ୍ୟଭିଚାରିଣୀ’ ଭଳି ଶବ୍ଦ l

➡️୧୮-ଭାରତୀୟ ସେନା ପାଇଁ ଆପାଚି ହେଲିକପ୍ଟର ଉତ୍ପାଦନ ଆରମ୍ଭ କଲା ବୋଇଂ, ୨୦୨୪ ସୁଦ୍ଧା ମିଳିବ l ଏଏଏଚ-୬୪ ଆପାଚେ ଦୁନିଆର ସବୁଠୁ ଉନ୍ନତ ବହୁମୁଖୀ ଲଢ଼ୁଆ ହେଲିକପ୍ଟର ମଧ୍ୟରୁ ଗୋଟିଏ।

➡️୧୯-ଭାରତ ଏବଂ ପାକିସ୍ତାନ ମଧ୍ୟରେ ମେଗା ମ୍ୟାଚ ପାଇଁ ଟିକେଟ ବୁକିଂ ୩ ସେପ୍ଟେମ୍ବରରୁ ହେବ ଆରମ୍ଭ । ଏହା ପରେ ୧୫ ସେପ୍ଟେମ୍ବରରେ ଫାଇନାଲ ଏବଂ ସେମିଫାଇନାଲ ପାଇଁ ଟିକେଟ୍‌ ଦିଆଯିବ।

➡️୨୦-ଦୁର୍ଘଟଣାର ୭ମାସ ପ‌ରେ ପଡ଼ିଆକୁ ଫେରି ବ୍ୟାଟ ଉଠାଇଲେ ଋଷଭ ପନ୍ତ l ଅକ୍ଟୋବର ୫ ତାରିଖରେ ଖେଳାଯିବାକୁ ଥିବା ବିଶ୍ବକପରେ ପନ୍ତ ନଜର ଆସି ପାରନ୍ତି ବୋଲି କୁହାଯାଉଛି।

➡️୨୧-ବିଶ୍ୱକପ ପୂର୍ବରୁ ପାକିସ୍ତାନକୁ ବଡ ଝଟକା, ଅବସର ନେଲେ ପାକିସ୍ତାନୀ ଦଳର ବାମହାତୀ ଦ୍ରୁତ ବୋଲର ୱାହାବ ରିଆଜ l

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।

🔅ଆଜି ସିଂହ ସଂକ୍ରାନ୍ତି ll
🔅ଆଜି ଜାତୀୟ # 2 ପେନ୍ସିଲ୍ ଦିବସ ll
🔅ଆଜି ଜାତୀୟ କଳା ବିଲେଇ ପ୍ରଶଂସା ଦିବସ ll
🔅ଆଜି ଇଣ୍ଡୋନେସିଆର ସ୍ୱାଧୀନତା ଦିବସ ll
🔅ଆଜି ଜାତୀୟ ଅଣ-ଲାଭ ଦିବସ ll

    ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
             ll ଶୁଭ ସକାଳ,ସୁପ୍ରଭାତ ll
Leave A Reply

Your email address will not be published.